ନୂଆଦିଲ୍ଲୀ: ଅନେକ ଥର ଆପଣ ନିଶ୍ଚୟ ଶୁଣିଥିବେ ଯେ ଭଲ କାମ କରୁଥିବା ଲୋକଙ୍କ ସହିତ ସର୍ବଦା ଭଲ ହିଁ ହୋଇଥାଏ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛି ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ବ୍ୟକ୍ତି ତାଙ୍କ ବନ୍ଧୁଙ୍କୁ କିଡନି ଦାନ କରିଥିଲେ। ଏହି ବ୍ୟକ୍ତି ଜଣକ ବନ୍ଧୁଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ। ଏଥିପାଇଁ ତାଙ୍କ ପାଖକୁ ଆସିଥିଲା ୧୦ଲକ୍ଷ ଟଙ୍କାର ବିଲ।

Advertisment

ପ୍ରକାଶିତ ରିପୋର୍ଟ ମୁତାବକ, ଆମେରିକାରେ ରହୁଥିବା ଇଲ୍ଲିଅଟ ମାଲିନଙ୍କ ଜଣେ ସମ୍ପର୍କୀୟଙ୍କ କିଡନି ପ୍ରତିରୋପଣର ଆବଶ୍ୟକ ଥିଲା। ସେ ଅନେକ କିଡନି ଡୋନରଙ୍କୁ ଖୋଜିଥିଲେ। କିନ୍ତୁ କିଡନି ଡୋନର ମିଳି ନଥିଲେ। ଏହାପରେ ଇଲ୍ଲିଅଟ ନିଜେ ସମ୍ପର୍କୀୟଙ୍କୁ କିଡନି ଦାନ କରିବେ ବୋଲି ସ୍ଥିର କରିଥିଲେ।

publive-image

ଏହାପେର ୨୦୨୧ ଜୁଲାଇରେ ଟେକ୍ସସର ବଏଲର ସ୍କଟ ଆଣ୍ଡ ହ୍ବାଇଟ ଅଲ ସାନତାଜ ମେଡିକାଲ ସେଣ୍ଟରରେ ଅସ୍ତ୍ରୋପଚାର କରାଯାଇଥିଲା। ଅସ୍ତ୍ରୋପଚାର ପରେ ଉଭୟ ଇଲ୍ଲିଅଟ ଓ ତାଙ୍କ ବନ୍ଧୁ ସୁସ୍ଥ ହୋଇଯାଇଥିଲେ। ଏହାରି ଭିତରେ ଇଲ୍ଲିଅଟଙ୍କ ପାଖକୁ ଏକ ବିଲ ଆସିଥିଲା। ଏହି ବିଲରେ ଇଲ୍ଲିଅଟଙ୍କୁ ୧୦ଲକ୍ଷ ଟଙ୍କା ପୈଠ କରିବାକୁ କୁହାଯାଇଥିଲା। ଯେଉଁଥିରେ କିଡନି ଦାନ ସହିତ ସ୍କାଟ କ୍ଲାଇଟର ବି ରିକୋଭରି ଖର୍ଚ୍ଚ ଯୋଡ଼ା ଯାଇଥିଲା।

ଇଲ୍ଲିଅଟ ଏନେଇ ଅଭିଯୋଗ କରିବା ପରେ କମ୍ପାନି ପକ୍ଷରୁ ଏହା ଭୁଲ ହୋଇଥିବା ସ୍ବୀକାର କରାଯାଇଥିଲା। ଯେତେବେଳେ ହସ୍ପିଟାଲକୁ ଏହି ଘଟଣା ବିଷୟରେ ଜଣାପଡ଼ିଥିଲା ଇଲ୍ଲିଅଟଙ୍କୁ କ୍ଷମା ମଗାଯାଇଥିଲା।