ରାମଚନ୍ଦ୍ର ଜଣେ ବଡ଼ ଓ ସଫଳ ଚାଷୀ। ସେ ଥରେ ଦୂର ଗାଁର ଜଣେ ସ˚ପର୍କୀୟ ଭୁବନଙ୍କ ବସାକୁ ବୁଲିବାକୁ ଗଲେ। ଭୁବନ ବି ଥିଲେ ଜଣେ ବଡ଼ ଓ ସଫଳ ଚାଷୀ। ରାମଚନ୍ଦ୍ର ଦେଖିଲେ ଯେ ଭୁବନଙ୍କ ବିଲରେ ସୁନାର ଫସଲ ଲହଡ଼ି ଭାଙ୍ଗୁଛି। କିନ୍ତୁ ଗାଁର ଅନ୍ୟ ଚାଷୀମାନଙ୍କ ବିଲର ଫସଲ ତାଙ୍କ ଆଗରେ ଶ୍ରୀହୀନ ଦିଶୁଛି। ଭୁବନଙ୍କ ବିଲକୁ ଜଗି ରହିଛନ୍ତି କିଛି ଲାଠିଧାରୀ ଯୁବକ।
କଥା ପ୍ରସଙ୍ଗରେ ଭୁବନ ରାମଚନ୍ଦ୍ରଙ୍କୁ କହିଲେ- ଭାଇ ତୁମ ଗାଁର ଲୋକେ ଭଲ ନିଶ୍ଚୟ। କାରଣ ଏମିତି ଫସଲ କଟା ହେବା ବେଳକୁ ତୁମେ ନିଶ୍ଚିନ୍ତରେ ତାକୁ ଛାଡ଼ି ମୋ ପାଖକୁ ବୁଲିବାକୁ ଆସିଛ! ମୁଁ ଯଦି ଘଣ୍ଟାଟାଏ ବି ପହରା ହଟେଇ ଦେବି ପାଖ ଲୋକେ ମୋ ଫସଲକୁ କାଟି ନିର୍ମୂଳ କରିଦେବେ।

Advertisment

ରାମଚନ୍ଦ୍ର ଏହା ଶୁଣି କହିଲେ- ମୋର ବି ସମାନ ଦଶା ଥିଲା। କିନ୍ତୁ ଜଣେ ସାଧୁଙ୍କ କଥା ମାନିବାରୁ ମୋର ଚିନ୍ତା ଗଲା। ସାଧୁ କହିଲେ ଯେ ପର୍ଯ୍ୟନ୍ତ ତୁମ ଫସଲ ଅନ୍ୟମାନଙ୍କ ଠାରୁ ଭଲ ହେଉଥିବ ତୁମେ ଈର୍ଷାର ପାତ୍ର ହେଉଥିବ ଏବ˚ ଲୋକେ ତୁମ ଉପରେ ଦାଉ ସାଧିବାକୁ ଟାକି ବସିଥିବେ। ତାଙ୍କ ପ୍ରଥମ ଉପଦେଶ ଥିଲା ଯେ ମୁଁ ଆମ ଗାଁର ସମସ୍ତଙ୍କୁ ଯେମିତି ମୋ ବିହନ ଦିଏ, ଯାହା ସବଠାରୁ ଉତ୍କୃଷ୍ଟ। ସମସ୍ତଙ୍କ ଫସଲ କେମିତି ଭଲ ହେବ ସେ ନେଇ ପରାମର୍ଶ ଦିଏ। ସାଧୁ ଗଲା ବେଳେ କହିଗଲେ ସେମାନେ ବି ତୁମ ଭଳି ସୁନା ଫଳାନ୍ତୁ। ଏଣୁ ଏବେ ଆମ ଗାଁର ସମସ୍ତେ ନିଜ ଜମିରେ ସୁନା ଫଳାଉଛନ୍ତି। ତେଣୁ ମୋ ଲାଗି ଭୟ ନାହିଁ। ବର˚ ସେମାନେ କୃତଜ୍ଞତା ସ୍ବରୂପ ମୋ ବିଲକୁ ଜଗୁଛନ୍ତି, ମୋତେ ବଡ଼ ଭାଇ ତୁଲ୍ୟ ମାନ୍ୟ କରୁଛନ୍ତି।