ସାବଧାନ: ଏହି ୩ଟି ଫଳ ଖାଆନ୍ତୁ ନାହିଁ! ନଚେତ୍‌ ନିପା ଭାଇରସ୍‌ରେ ଆକ୍ରାନ୍ତ ହେବେ

WHO (ଡବ୍ଲ୍ୟୁଏଚ୍‌ଓ) ଅନୁସାରେ ନିପା ଭତାଣୁ  ବାଦୁଡ଼ି ଜରିଆରେ ମଣିଷ ଶରୀରରେ ପଶୁଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଏହି ଭୟଙ୍କର ଭୂତାଣୁକୁ ନେଇ ସତର୍କ ସୂଚନା ମଧ୍ୟ ଜାରି କରିଛନ୍ତି। ବାଦୁଡ଼ି ଖିଆ ଫଳ ଖାଇଲେ ନିପା ସଂକ୍ରମଣ ହେଉଛି ବୋଲି ଅନୁମାନ କରାଯାଉଛି।  ବିଶେଷଜ୍ଞଙ୍କ ଅନୁସାରେ ଏହି ସବୁ ଫଳ ଖାଇବା ଦ୍ୱାରା ସଂକ୍ରମଣର ଅଧିକ ଅାଶଙ୍କା ରହିଛି । ଜାଣନ୍ତୁ କେଉଁ ସବୁ ଫଳ ଖାଇବେ ନାହିଁ।

 

ଏହି ୩ଟି ଫଳ ଖାଇବା ତୁରନ୍ତ ବନ୍ଦ କରନ୍ତୁ: ଡାକ୍ତରଙ୍କ କହିବା ଅନୁସାରେ ଖଜୁରି, କଦଳୀ ଓ ଆମ୍ବ ଜରିଆରେ ଏହି ଭୂତାଣୁ ସବୁଠୁ ଶୀଘ୍ର ବ୍ୟାପୁଛି। ଯଦି ଏହି ସମସ୍ତ ଫଳ କେରଳରୁ ଆପଣଙ୍କ ପାଖକୁ ଆସୁଛି ତା’ହେଲେ ସଂକ୍ରମଣର ଅଧିକ ଡର ରହିଛି। କୌଣସି ପକ୍ଷୀ ଖାଇଥିବା ଫଳକୁ ଖାଆନ୍ତୁ ନାହିଁ। ନ ହେଲେ ଆପଣ ବି ହୋଇ ପାରନ୍ତି ନିପା ଭୂତାଣୁର ଶୀକାର।

ଫଳକୁ ସଫା ପାଣିରେ ଭଲ ଭାବେ ଧୁଅନ୍ତୁ ଓ ତା’ପରେ ଖାଆନ୍ତୁ।

ଘୁଷୁରି ଓ ବାଦୁଡ଼ିମାନଙ୍କ ଠାରୁ ଦୂରେଇ ରହନ୍ତୁ।

ତାଡ଼ି ବା ଖଜୁରି ରସ ଭଳି ନିଶା ଜିନିଷରୁ ଦୂରେଇ ରହନ୍ତୁ।

ଗଛରୁ ଝଡ଼ି ତଳେ ପଡ଼ିଥିବା ଫଳ ଖାଆନ୍ତୁ ନାହିଁ।

ନିଶ୍ୱାସ ନେବାରେ ସମସ୍ୟା, ମୁଣ୍ଡବିନ୍ଧା ବା ଖୁବ୍‌ ଦରଜ ହେଲେ ଡାକ୍ତରଙ୍କୁ ଦେଖାନ୍ତୁ।

ସମ୍ବନ୍ଧିତ ଖବର