ଜାତୀୟ ପୁରସ୍କାର ବିଜେତା ଶିଳ୍ପୀ ଏବେ ଅଟୋ ଚଳାଇ ପରିବାର ପୋଷୁଛନ୍ତି ! ବାପାଙ୍କ ଚିକିତ୍ସା ପାଇଁ ରାଷ୍ଟ୍ରପତିଙ୍କଠାରୁ ପାଇଥିବା ସମ୍ମାନ ବିକି ଦେଲେ

ଶ୍ରୀନଗର : ନିଜର ପ୍ରତିଭା ବଳରେ ରାଷ୍ଟ୍ରପତିଙ୍କ ହାତରୁ ସମ୍ମାନିତ ହୋଇଥିବା ଜଣେ ହସ୍ତଶିଳ୍ପ କାରିଗର ସ୍ୱପ୍ନରେ ବି ସୁଦ୍ଧା ଭାବି ନଥିଲେ କି ଦିନେ ତାଙ୍କୁ ତାଙ୍କର ଏହି ପୁରସ୍କାରକୁ ବିକ୍ରି କରିବାକୁ ପଡିବ । ଶ୍ରୀନଗରରେ ରହୁଥିବା ୪୨ ବର୍ଷୀୟ ସଇଦ ଇଜାଜ ଶାହଙ୍କୁ ପ୍ରାଚୀନ କ୍ରାଫ୍ଟ ପେପର ମର୍ସି ତିଆରି କରିବା ଏବଂ ତାଙ୍କର ପ୍ରତିଭା ପାଇଁ ୨୦୦୮ରେ ରାଷ୍ଟ୍ରପତି ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ କରିଥିଲେ । ହେଲେ ରୋଗୀଣା ବାପାଙ୍କ ଚିକିତ୍ସା ପାଇଁ ଅର୍ଥ ନଥିବାରୁ ଶେଷ ତାଙ୍କୁ ଏହି ପୁରସ୍କାରକୁ ବିକ୍ରି କରିବାକୁ ପଡିଥିଲା ।

ହସ୍ତଶିଳ୍ପର ପ୍ରଦର୍ଶନୀ ଲଗାଇବା ପାଇଁ ସରକାରଙ୍କ ପକ୍ଷରୁ ସଇଦଙ୍କୁ ବିଦେଶ ବି ପଠାଯାଇଥିଲା । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏବେ ତାଙ୍କ ଅବସ୍ଥା ଏଭଳି ହୋଇଛି କି, ସଇଦଙ୍କୁ ନିଜ ପରିବାର ପାଳିବାକୁ ଅଟୋ ଚଳାଇବାକୁ ପଡୁଛି । ଖାଲି ଏତିକି ନୁହେଁ, ତାଙ୍କ ବାପା ଜଣେ କ୍ୟାନସର ପୀଡିତ । ଆଉ ତାଙ୍କ ଚିକିତ୍ସା ପାଇଁ ଶେଷରେ ସେ ନିଜର ଏହି ପୁରସ୍କାରକୁ ୩୦,୦୦୦ ଟଙ୍କାରେ ବି ବିକ୍ରି କରିବାକୁ ପଛେଇ ନ ଥିଲେ । କିନ୍ତୁ ଏହା ସତ୍ୱେ ବି ସେ ତାଙ୍କ ବାପାଙ୍କୁ ବଂଚାଇ ପାରିନଥିଲେ ।

thewire.in

ସଇଦ କହିଛନ୍ତି କି, ଯେଉଁ କ୍ରାଫ୍ଟ ପେପର ମର୍ସି ଜରିଆରେ ତାଙ୍କୁ ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଆଉ ଏହି ପୁରସ୍କାରର ମୁଲ୍ୟ ଲକ୍ଷାଧିକ ଟଙ୍କା ଥିଲେ ସୁଦ୍ଧା ସଇଦଙ୍କୁ ଏହି ପୁରସ୍କାରକୁ ଶାଗମାଛ ମୁଲରେ ବିକ୍ରି କରିବାକୁ ପଡିଥିଲା । ସଇଦ କୁହନ୍ତି କି, କାଶ୍ମୀରର ଅନେକ ପ୍ରାଚୀନ କ୍ରାଫ୍ଟ ଏବେ ବିଲୁପ୍ତ ହେବାକୁ ବସିଛି । ଏଥିରେ ପେପପ ମର୍ସି ବି ସାମିଲ । ପେପର ମର୍ସିକୁ ଏକ ସମୟରେ କାଶ୍ମୀରର ପରିଚୟ ହୋଲି କୁହାଯାଉଥିଲା । ସଇଦ କୁହନ୍ତି କି, ପେପର ମର୍ସିର ଏକ ଛୋଟିଆ ବକ୍ସକୁ ବନାଇବା ପାଇଂ ତାଙ୍କୁ ପାଖାପାଖି ୧୦ ଦିନ ଲାଗିଯାଏ । ହେଲେ ଯଦି ଏହାକୁ ବଜାରରେ ବିକ୍ରି କରାଯାଏ ତେବେ ଏହାର ବାସ୍ତବିକ ପାରଶ୍ରମିକ ବି ମିଳିନଥାଏ ।

ସଇଦ ଆହୁରି ମଧ୍ୟ କହିଛନ୍ତି କି, ସରକାର ଏଠିକାର କ୍ରାଫ୍ଟ କାରିଗରଙ୍କୁ ଅଣଦେଖା କରିଦେଇଛନ୍ତି । ଏଭଳି କାରିଗରଙ୍କୁ ସରକାରୀ ପ୍ରୋତ୍ସାହନ ମିଳିବା ନିହାତି ଆବଶ୍ୟକ । ସେ କହିଛନ୍ତି କି, ଦେଶର ପୁରାତନ ସଭ୍ୟତା ବର୍ତ୍ତମାନ ବିଲୁପ୍ତ ହେବାକୁ ବସିଛି । କେବଳ ସରକାର ହିଁ ନୁହଁନ୍ତି ବରଂ ସମାଜକୁ ବି କ୍ରାଫ୍ଟ କାରିଗରଙ୍କୁ ସହାୟତା ପାଇଁ ଆଗକୁ ଆସିବା ଦରକାର ।

ସମ୍ବନ୍ଧିତ ଖବର