କୁରାଢ଼ି-ଫିଙ୍ଗା କାନାଡାର ଏକ ଜନପ୍ରିୟ ଗମାତ!

କାନାଡା ଅନ୍ତର୍ଗତ ନୋଭା ସ୍କଟିଆରେ କୁରାଢ଼ି-ଫିଙ୍ଗା ଏକ ଜନପ୍ରିୟ ଗମାତ ତଥା ଅବସର ବିନୋଦନ। କୁରାଢ଼ି ଦ୍ବାରା ‘ବୁଲ୍‌ସ ଆଇ’ ଭେଦ କରିବା ହେଉଛି ଗମାତ। ଏହା ସହଜ ନୁହେଁ। ଅଭ୍ୟାସ ବିନା ‘ବୁଲ୍‌ସ ଆଇ’ ଭେଦ କରିବା ଅସ˚ଭବ। ସ୍ଥାନୀୟ ହାଲିଫାକ୍‌ସ ସହରର ଡାରେନ୍‌ ହଡ୍‌ସନ୍‌, ‘ଟିମ୍ବର‌୍‌ ଲାଉଞ୍ଜ୍‌’ ନାମକ ପାନଶାଳା ଚଳାଉଛନ୍ତି। ଗ୍ରାହକଙ୍କ ମନୋର˚ଜନ ପାଇଁ ନିଜ ପାନଶାଳାରେ କୁରାଢ଼ି-ଫିଙ୍ଗାର ବ୍ୟବସ୍ଥା କରିଛନ୍ତି। ଏହା ଦ୍ବାରା ତାଙ୍କ ବ୍ୟବସାୟ ବଢ଼ିଥିବା ସେ କହନ୍ତି। ଅଧିକ ସୁରାପାନ ପରେ କୁରାଢ଼ି ଭଳି ମାରାତ୍ମକ ହତିଆର ଧରି ଖେଳିବା ନିଶ୍ଚିତ ଭାବେ ବିପଦପୂର୍ଣ୍ଣ। ତେବେ, ହଡ୍‌ସନ୍‌ ସଜାଗ ଦୃଷ୍ଟି ରଖିଥିବାରୁ, ଏ ଯାଏ କୌଣସି ଅଘଟନ ଘଟିନାହିଁ। ଅତ୍ୟଧିକ ନିଶାଗ୍ରସ୍ତଙ୍କୁ କୁରାଢ଼ି ଫୋପାଡ଼ିବା ପାଇଁ ସେ ଉତ୍ସାହିତ କରନ୍ତିନାହିଁ। ଯଦି ବି କେହି ଇଚ୍ଛା କଲେ, ସତର୍କତା ଅବଲମ୍ବନ କରାଯାଏ। କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ କିଛି ଅଭିଜ୍ଞ ଲୋକଙ୍କୁ ମଧ୍ୟ ସେ ନିଯୁକ୍ତ କରିଥିବା ପ୍ରକାଶ।

ସମ୍ବନ୍ଧିତ ଖବର