ସନ୍ତାନ ସୁଖ ଛଡ଼ାଇ ନେଲା ବିମାନ ଦୁର୍ଘଟଣା: ଆଉ ଆୟେଶାକୁ ଦେଖି ପାରିବେନି ବାପା

ଥିରୁବନନ୍ତପୁରମ୍: ଶୁକ୍ରବାର ସନ୍ଧ୍ୟା ସମୟରେ କେରଳର କୋଝିକୋଡ଼ଠାରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁବାଇରୁ ଯାତ୍ରୀଙ୍କୁ ନେଇ କେରଳ ଆସୁଥିବା ଏହି ବିମାନ ପାଗ ଖରାପ ହେତୁ ଏବଂ ଟେବୁଲ ଟବ୍ ରନୱେ କାରଣରୁ ଦୁର୍ଘଟଣାର ଶିକାର ହୋଇଥିଲା। ଏହି ଦୁର୍ଘଟଣା କେତେ ଭୟଙ୍କର ଥିଲା, ତାହା ବିମାନର ଖଣ୍ଡ ବିଖଣ୍ଡିତ ଅଂଶରୁ ସ୍ପଷ୍ଟ ଜଣା ପଡ଼ୁଛି। ଦୁର୍ଘଟଣାରେ ୧୮ଜଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକଙ୍କ ଜୀବନ ସୌଭାଗ୍ୟବଶତଃ ବଞ୍ଚିଯାଇଛି। ହେଲେ ବିମାନରେ ଥିବା ଅନେକ ଯାତ୍ରୀ ନିଜ ଆତ୍ମୀୟଙ୍କୁ ହରାଇଛନ୍ତି। କେରଳର ମାନାର୍କାଡରେ ରହୁଥିବା ଏକ ପରିବାର ୨ବର୍ଷର ଅ‌ାୟେଶା ଦୁଆଙ୍କୁ ଏବେ ଝୁରୁଛି। ମା’-ବାପାଙ୍କଠାରୁ ବିମାନ ଦୁର୍ଘଟଣା ଛଡ଼ାଇ ନେଇଛି ସନ୍ତାନ ସୁଖ।

ବାପାଙ୍କ ସହ ଦୁବାଇରେ ୪ମାସ ରହି ଆୟେଶା ପୁଣି ଥରେ ଆସିବି ବୋଲି କହି କେରଳ ଫେରିଥିଲେ। ହେଲେ କିଏ ଜାଣିଥିଲା ଆୟେଶାକୁ ଆଉ ତା’ର ବାପା ଦେଖି ପାରିବେନି। ବିବାହର ଅନେକ ବର୍ଷ ପରେ ବାପା ମୁର୍ତଜା ଫଜଲ ଏବଂ ମା’ ସୁମାୟା ତସ୍ନିମଙ୍କ କୋଳକୁ ଆସିଥିଲେ ଆୟେଶା। କିନ୍ତୁ ସନ୍ତାନ ସୁଖ ଭୋଗ କରିବାର ସମୟ ଏତେ କମ ବୋଲି ଦୁହିଁଙ୍କୁ ଜଣା ନଥିଲା। ଦୁୁର୍ଘଟଣାରେ ଆୟେଶାଙ୍କ ମୃତ୍ୟୁ ହୋଇଥିବା ବେଳେ  ସୁମାୟାଙ୍କ ଗୋଡ଼ ଏବଂ ତାଙ୍କ କାନ୍ଧର ହାଡ ଭାଙ୍ଗିଯାଇଛି। ଅସ୍ତ୍ରୋପଚାର ପରେ ଏବେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣା ପଡ଼ିଛି।

Kozhikode plane crash: Ayesha was returning after 4-month stay ...
New Indian Express

କୋଜିକୋଡ ବିମାନ ଦୁର୍ଘଟଣାରେ ମାନାର୍କଡାର ୨ ବର୍ଷିୟ ଆୟେଶା ଦୁଆଙ୍କ ମୃତ୍ୟୁ ତାଙ୍କ ପରିବାର ସଦସ୍ୟଙ୍କ ପାଇଁ ଏକ ଅପୂରଣୀୟ କ୍ଷତି ଘଟାଇଛି। ସେ ମନ୍ନାର୍କାଡର କୋଡାଥିପାଡି, ପୁଥେନକୁଲମ୍, ଚୋମେରୀ ଗାର୍ଡେନରେ ରହୁଥିଲେ। ତାଙ୍କ ବାପା ମୁର୍ତଜା ଫଜଲ ଦୁବାଇରେ ଚାକିରି କରୁଥିବା ବେଳେ ଆୟେଶା ନିଜ ମା’ ସୁମାୟା ତସ୍ନିମଙ୍କ ସହ ମାର୍ଚ୍ଚ ୧, ୨୦୨୦ରେ ଦୁବାଇ ଯାଇଥିଲେ। କରୋନା ପାଇଁ ଲକଡାଉନ ହେବା କାରଣରୁ ତାଙ୍କୁ ଅଧିକ ଦିନ ଦୁବାଇରେ ରହିବାକୁ ପଡ଼ିଥିଲା। ଶୁକ୍ରବାର ସେ ବନ୍ଦେ ଭାରତ ମିଶନ ଅଧିନରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଯୋଗେ କେରଳ ଫେରିଥିଲେ। ହେଲେ କେରଳରେ ଅବବତରଣ କରିବା ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଖବର ପାଇ ଆୟେଶାଙ୍କ ବାପା କେରଳରେ ପହଞ୍ଚିଛନ୍ତି ସତ, ହେଲେ ବାପା ଡାକିବାକୁ ଆଉ ଆୟେଶା ଏ ଦୁନିଆରେ ନାହିଁ।

ସମ୍ବନ୍ଧିତ ଖବର