ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିରରେ ଆସନ୍ତା ୨୨ ତାରିଖରେ ରମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହୋବାକୁ ଯାଉଛି। ଏହି ଅବସରରେ ଆଲୋକରେ ସଜେଇ ହେଲାଣି ଅଯୋଧ୍ୟା ନଗରୀ। ଆଲୋକ ସହିତ ସେଠାରେ ଅନେକ ଅଭୟାରଣ୍ୟର ଚିତ୍ର ମଧ୍ୟ ଲାଗିଛି, ଯାହାକି ରାତ୍ର ସମୟରେ ମନ୍ଦିରର ସୈନ୍ଦର୍ଯ୍ୟକୁ ଦ୍ବିଗୁଣିତ କରୁଛି। ଏହି ଆଲୋକୀକରଣ ପୂରା ପରିବେଶକୁ ଆଲୋକିତ କରୁଛି। ଅଯୋଧ୍ୟା ରାମ ମନ୍ଦିର ସଜେଇ ହୋଇଥିବା ବେଳେ ଏହି ସମୟରେ ମନ୍ଦିର ଭିତରେ ଥିବା କିଛି ସ୍ଥାନର ଫଟୋ ଓ ଭିଡିଓ ଏବେ ଇଣ୍ଟରନେଟ୍ରେ ଦେଖିବାକୁ ମିଳିଛି।
ଆଲୋକରେ ସଜ୍ଜିତ ରାମ ମନ୍ଦିରର ଫଟୋ ଓ ଭିଡିଓ ଦେଖିବା ପରେ ଆପଣଙ୍କ ମୁହଁରୁ ବି ବାଃ ବୋଲି ବାହାରି ପଡ଼ିବ। ମନ୍ଦିର ମଧ୍ୟରେ ଆଲୋକ ଭିତରେ ପ୍ରଭୁ ଶ୍ରୀରାମଚନ୍ଦ୍ର, ମାତା ସୀତା ଏବଂ ଅନୁଜ ଭ୍ରାତା ଲକ୍ଷ୍ମଣଙ୍କୁ ଦର୍ଶନ କରିବେ ଭକ୍ତ। ଏହି ଦୃଶ୍ୟକୁ ଦେଖିବା ପରେ ଆପଣ ବି ମୋହିତ ହୋଇ ରହିଯିବେ।
ମନ୍ଦିର ପରିସରରେ ଥିବା କୁବେର ଦୁର୍ଗରେ ସ୍ଥାପିତ ଜଟାୟୁଙ୍କ ପ୍ରତିମୂର୍ତ୍ତିକୁ ଦେଖିବକୁ ମିଳିଛି। କର୍ଣ୍ଣରେ କୁଣ୍ଡଳ, ହାତରେ ଧନୁ ଏବଂ ଶରୀରରେ ଗେରୁଆ ରଙ୍ଗର ବସ୍ତ୍ର ଧାରଣ କରି ଅଯୋଧ୍ୟା ସିଂହାସନରେ ବିରାଜମାନ ହେବେ ପ୍ରଭୁ ରାମଚନ୍ଦ୍ର। ଏହାକୁ ଦେଖିବାକୁ ଭକ୍ତମାନଙ୍କ ମନରେ ଅପେକ୍ଷା ବଢିବାରେ ଲାଗିଛି।
ପ୍ରତ୍ୟେକ ଜିଲ୍ଲାର ମନ୍ଦିରମାନଙ୍କରୁ ପୂଜାରୀ, ରାମଭକ୍ତ ଏବଂ ବଜରଙ୍ଗୀ ଦଳର ସଦଶ୍ୟମାନଙ୍କୁ ଅଯୋଧ୍ୟାକୁ ନିମନ୍ତ୍ରଣ କରାଯାଇଛି। ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ-ପ୍ରତିଷ୍ଠା ସମାରୋହ ପାଇଁ ବୈଦିକ ରୀତିନୀତି ଏକ ସପ୍ତାହ ପୂର୍ବରୁ ଅର୍ଥତ୍ ଜାନୁଆରୀ ୧୬ରୁ ଆରମ୍ଭ ହେବ।
ସୂତ୍ର ଅନୁଯାୟୀ ୭,୦୦୦ରୁ ଅଧିକ ଲୋକ ମନ୍ଦିର ଟ୍ରଷ୍ଟର ନିମନ୍ତ୍ରଣ ତାଲିକାରେ ଅଛନ୍ତି। ଶ୍ରୀ ରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ରକୁ କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକର, ବିରାଟ କୋହଲି, ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନ, ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ଗୈାତମ ଆଦାନୀ ଆଦିଙ୍କୁ ନିମନ୍ତ୍ରଣ କରାଯାଇଛି।