ନୂଆଦିଲ୍ଲୀ: ରାମନଗରୀ ଅଯୋଧ୍ୟାରୁ ସ୍ୱାଧୀନତା ଦିବସ ଅବସରରେ ଏକ ସୁନ୍ଦର ଚିତ୍ର ସାମ୍ନାକୁ ଆସିଛି। ଗତକାଲି ସାରା ଦେଶରେ ସ୍ୱାଧୀନତା ଦିବସ ପାଳନ କରାଯାଉଥିବା ବେଳେ ​​ଅଯୋଧ୍ୟାର ରାମ ଜନ୍ମଭୂମି ପୁଲିସ ଷ୍ଟେସନର ଦାୟିତ୍ୱରେ ଥିବା ଦେବେନ୍ଦ୍ର ପାଣ୍ଡେଙ୍କୁ ଏକ ଅଦ୍ଭୁତ ଶୈଳୀରେ ସ୍ୱାଧୀନତା ଦିବସ ପାଳନ କରୁଥିବା ଦେଖିବାକୁ ମିଳୁଛି।
ସ୍ୱାଧୀନତା ଦିବସ ଅବସରରେ ପ୍ରଭୁ ହନୁମାନ ପ୍ରତୀକ ଭାବରେ ଅଫିସରେ ପହଞ୍ଚିଥିବା ମାଙ୍କଡକୁ ସବଇନ୍ସପେକ୍ଟର ଦେବେନ୍ଦ୍ର ପାଣ୍ଡେ ଅଭିବାଦନ ଜଣାଇଥିଲେ। ଏହି ସମୟରେ ମାଙ୍କଡ଼ ଦେବେନ୍ଦ୍ର ପାଣ୍ଡେଙ୍କ ଚୌକିରେ ବସିଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାର ଏକ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବାପରେ ଲୋକେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଇଛନ୍ତି।
କୁହାଯାଉଛି ଯେ ଦେବେନ୍ଦ୍ର ପାଣ୍ଡେ ଏବଂ ଏହି ମାଙ୍କଡ଼ ମଧ୍ୟରେ ଏକ ଅନନ୍ୟ ବନ୍ଧୁତା ଅଛି। ଯେତେବେଳେ ଦେବେନ୍ଦ୍ର ପାଣ୍ଡେ କାର୍ଯ୍ୟାଳୟରେ ପହଞ୍ଚିଥାଆନ୍ତି ସେତେବେଳେ ଏହି ମାଙ୍କଡ଼ ଅଫିସ୍ ଖୋଲିବା ମାତ୍ରେ ଭିତରକୁ ଚାଲି ଯାଇଥାଏ। ଅଫିସ ଭିତରେ କିଛି ସମୟ ବସିବା ପରେ ଆପଣାଛାଏଁ କାହାକୁ କିଛି କ୍ଷତି ନପହଞ୍ଚାଇ ସେ ସେଠାରୁ ଚାଲି ଯାଇଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/8ccd745f-e98f-4b37-8e59-f90ee3f35bbf.jpg)