ଅର୍ଶ ହେବାର କାରଣ କ’ଣ?
ମଳଦ୍ବାରରେ ଅତ୍ୟଧିକ ଚାପ ସୃଷ୍ଟି ହେବା ଦ୍ବାରା ଅର୍ଶ ବା ପାଇଲ୍ସ ହୋଇଥାଏ। ଏହାର କେତେକ କାରଣ ହେଲା- କୋଷ୍ଠକାଠିନ୍ୟ, ପାଣି କମ୍ ପିଇବା, ତନ୍ତୁଜାତୀୟ ଖାଦ୍ୟ କମ୍ ଖାଇବା, ମାଛ ମାଂସ ନିୟମିତ ଖାଇବା, ଚିପ୍ସ୍ ଓ ଛେନାଜାତୀୟ ଖାଦ୍ୟ ନିୟମିତ ଅଧିକ ପରିମାଣର ଖାଇବା। ସେହିପରି ଗର୍ଭଧାରଣ ସମୟରେ ମଧ୍ୟ କୋଷ୍ଠକାଠିନ୍ୟ ଯୋଗୁଁ ଅର୍ଶ ସମସ୍ୟା ଦେଖାଯାଏ।
କେତେ ପ୍ରକାରର ଅର୍ଶ ହୋଇଥାଏ?
ବ୍ଲିଡିଙ୍ଗ୍ ଓ ନନ୍ ବ୍ଲିଡିଙ୍ଗ୍ ପାଇଲ୍ସ ଏବଂ ଇଣ୍ଟରନାଲ୍ ଏବଂ ଏକ୍ସଟର୍ନାଲ୍ ପାଇଲ୍ସ; ଅର୍ଥାତ୍ ରକ୍ତାର୍ଶ, ଶୁଷ୍କାର୍ଶ ଏବଂ ଅଭ୍ୟନ୍ତରୀଣ ଓ ବାହ୍ୟ ଅର୍ଶ।
ଅର୍ଶର ଲକ୍ଷଣ କ’ଣ?
ମଳଦ୍ବାରରେ ଯନ୍ତ୍ରଣା ହେବା, ମଳଦ୍ବାରରେ କଷ୍ଟ ଅନୁଭବ ହେବା, ରକ୍ତସ୍ରାବ ଯୋଗୁଁ ଦୁର୍ବଳ ଲାଗିବା, ଅଧିକାଂଶ ସମୟ କୁଣ୍ଡାଇହେବା।
ଏହାର କିପରି ଚିକିତ୍ସା କରାଯିବା ଉଚିତ?
ଏଥିପାଇଁ ସଫଳ ଆୟୁର୍ବେଦ ଚିକିତ୍ସା ରହିଛି। ଏହା ଦୁଇପ୍ରକାର- ଔଷଧ ଚିକିତ୍ସା ଏବଂ କ୍ଷାରସୂତ୍ର ଚିକିତ୍ସା।
ଅର୍ଶର ପ୍ରତିଷେଧକ ଉପାୟ କ’ଣ?
ମୁଖ୍ୟତଃ ଖାଦ୍ୟ ନିୟନ୍ତ୍ରଣ। ମାଛ ମାଂସ ନଖାଇ ଅଣ୍ଡା ଖାଇବା ଉଚିତ। ଅମୃତଭଣ୍ଡା, ପୋଟଳ, ଛଚିନ୍ଦ୍ରା, ଜହ୍ନି, ଓଲୁଅ, ବ୍ରୋକଲି, ଶାଗ ଭଳି ସବୁଜ ପନିପରିବା ଏବଂ ଉଷୁମ କ୍ଷୀର, ଉଷୁମ ପାଣି, ଦହି, ଉଷୁନା ଭାତ ଖାଇବା ଉପକାରୀ ହୋଇଥାଏ। ପାଚିଲା କଦଳୀ, ସେଓ ଓ ଅଙ୍ଗୁର ଉପକାରୀ ହୋଇଥାଏ। ମଦ୍ୟପାନ ଓ ତେଲମସଲା ଯୁକ୍ତ ଖାଦ୍ୟ ଅର୍ଶ କରିପାରେ। ନିୟମିତ ପାଣି ଅଧିକ ପିଇବା ଖୁବ୍ ଉପେଯାଗୀ ହୋଇଥାଏ।
ଆୟୁର୍ବେଦରେ ଅର୍ଶର ସଫଳ ଚିକିତ୍ସା ରହିଛି
ମଳଦ୍ବାରରେ ଅତ୍ୟଧିକ ଚାପ ସୃଷ୍ଟି ହେବା ଦ୍ବାରା ଅର୍ଶ ବା ପାଇଲ୍ସ ହୋଇଥାଏ। ଏହାର କେତେକ କାରଣ ହେଲା- କୋଷ୍ଠକାଠିନ୍ୟ, ପାଣି କମ୍ ପିଇବା, ତନ୍ତୁଜାତୀୟ ଖାଦ୍ୟ କମ୍ ଖାଇବା, ମାଛ ମାଂସ ନିୟମିତ ଖାଇବା, ଚିପ୍ସ୍ ଓ ଛେନାଜାତୀୟ ଖାଦ୍ୟ ନିୟମିତ ଅଧିକ ପରିମାଣର ଖାଇବା।
/sambad/media/media_files/2025/05/21/QTaou44yWHzCXEWlsIEl.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)