ଆୟୁଷ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ କରୋନାର ମୁକାବିଲା ପାଇଁ ଗବେଷଣା ସ୍କିମ

ନୂଆଦିଲ୍ଲୀ : କରୋନା ମୁକାବିଲା କ୍ଷେତ୍ରରେ ଆୟୁଷ ଚିକିତ୍ସା ବ୍ୟବସ୍ଥା ଓ ଔଷଧ ପ୍ରୟୋଗ ଆଦି ସମ୍ପର୍କରେ ସ୍ୱଳ୍ପମିଆଦୀ ଗବେଷଣା ତଥା ମୂଲ୍ୟାୟନ ପାଇଁ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଯେଉଁସବୁ ହସ୍ପିଟାଲ ଓ ପ୍ରତିଷ୍ଠାନ କରୋନା ଭୂତାଣୁ ଆକ୍ରାନ୍ତଙ୍କ ଚିକିତ୍ସା ଓ ପରିଚାଳନା କାର୍ଯ୍ୟ ସମ୍ପାଦନ କରୁଛନ୍ତି ସେମାନଙ୍କୁ ଏହି ସ୍କିମରେ ଭାଗ ନେବାକୁ ଆମନ୍ତ୍ରଣ କରାଯାଇଛି। ସେମାନେ ଚାହିଁଲେ କରୋନା ମୁକାବିଲା କ୍ଷେତ୍ରରେ ଆୟୁଷ ଚିକିତ୍ସା ପଦ୍ଧତି ଓ ଏହାର ଔଷଧପତ୍ରର ବ୍ୟବହାର ଉପରେ ସ୍ୱଳ୍ପମିଆଦୀ ଗବେଷଣା କରିପାରିବେ।

ଏହି ଗବେଷଣାର ସମୟସୀମା ଛ’ମାସ ଧାର୍ଯ୍ୟ କରାଯାଇଛି। ମନୋନୀତ ଗବେଷକମାନଙ୍କୁ ସେମାନଙ୍କର ଗବେଷଣା ଓ ପରୀକ୍ଷା ନିରୀକ୍ଷା ଖର୍ଚ୍ଚ ବାବଦରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥରାଶି ଯୋଗାଇ ଦିଆଯିବ। ଆବେଦନ ପ୍ରଣାଳୀ ଓ ସର୍ବଶେଷ ବିବରଣୀ ପାଇଁ ଆଗ୍ରହୀ ପ୍ରାର୍ଥୀ ଆୟୁଷ ମନ୍ତ୍ରଣାଳୟର ୱେବସାଇଟ ayush.gov.in ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ଆବେଦନର ଶେଷ ତାରିଖ ୨୦୨୦ ମେ ପହିଲା ରଖାଯାଇଛି। ଆବେଦନ କେବଳ ଇ-ମେଲ [email protected]. ମାଧ୍ୟମରେ କରିବାକୁ ପଡିବ।

ସମ୍ବନ୍ଧିତ ଖବର