ଇଂରାଜୀ ଭାଷାରେ ସାମିଲ ହେଲା ‘ଆୟୁଷ’

ନୂଆଦିଲ୍ଲୀ : ଭାରତ ସରକାରଙ୍କ ବୈଜ୍ଞାନିକ ଏବଂ ଟେକନିକାଲ ଶବ୍ଦାବଳୀ ଆୟୋଗ ବୈଜ୍ଞାନିକ ଏବଂ ଟେକନିକ ଉଦେ୍ଶ୍ୟଗୁଡିକ ପାଇଁ ଆୟୁଷ ଶବ୍ଦକୁ ହିନ୍ଦୀ ଓ ଇଂରାଜୀ ଭାଷାରେ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଇଛି । ଚିକିତ୍ସାର ପାଞ୍ଚଟି ପରମ୍ପରାଗତ ଏବଂ ପୂରକ ପ୍ରଣାଳୀ ଆୟୁବୈଦ, ଯୋଗ, ପ୍ରାକୃତିକ ଚିକିତ୍ସା (ନେଚୁରୋପ୍ୟାଥୀ), ୟୁନାନୀ, ସିଦ୍ଧ ଏବଂ ହୋମିଓପ୍ୟାଥି ପାଇଁ ପରିବର୍ଣ୍ଣୀ ଭାବେ ଆୟୁଷ ଶବ୍ଦ ଲୋକପ୍ରୀୟ ହୋଇସାରିଛି । ଏହି ଶବ୍ଦକୁ ସଫଳତାପୂର୍ବକ ଗ୍ରହଣୀୟ ହୋଇଛି ଏବଂ ସମସ୍ତ ସରକାରୀ ସୂଚନାଗୁଡିକରେ ଏହାର ବ୍ୟବହାର କରାଯାଉଛି । ଏହି ସମ୍ବନ୍ଧରେ ଆୟୁଷ ମନ୍ତ୍ରଣାଳୟର ପ୍ରସ୍ତାବ ପରେ ଏହି ନିଷ୍ପତ୍ତି ନିଆଯାଇଛି ।

ଆୟୋଗ ଦ୍ୱାରା ମଂଜୁର କରାଯାଇଥିବା ଆୟୁଷ ଶବ୍ଦର ଅର୍ଥ ହେଉଛି ‘ସ୍ୱାସ୍ଥ୍ୟ ସେବାର ପରମ୍ପରାଗତ ଏବଂ ଅଣ ପାରମ୍ପରିକ ପ୍ରଣାଳୀ ତଥା ଚିକିତ୍ସା, ଯେଉଁଥିରେ ଆୟୁର୍ବେଦ, ଯୋଗ, ପ୍ରାକୃତିକ ଚିକିତ୍ସା, ୟୁନାନୀ, ସିଦ୍ଧ ଏବଂ ହୋମିଓପ୍ୟାଥି ଇତ୍ୟାଦି ।’ ଆୟୋଗର ମାନ୍ୟତା ମିଳିବା ପରେ ଆଶା କରାଯାଉଛି ଯେ ଏହି ଶବ୍ଦ କମ ସମୟରେ ହିଁ ଲୋକପ୍ରୀୟତା ହାସଲ କରିପାରିବ ।

ଏହି ନିଷ୍ପତ୍ତି ଦ୍ୱାରା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନ୍ତର୍ରାଷ୍ଟ୍ରୀୟ ରୋଗର ଶ୍ରେଣୀ ଅନୁଯାୟୀ ଭାରତୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଏହାକୁ ସ୍ଥାନିତ କରାଯିବାର ଆଶା ସୁଦୃଢ ହୋଇପାରିଛି ।

କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ନାଏକ ଏହି ନିଷ୍ପତ୍ତିକୁ ସ୍ୱାଗତ କରି କହିଥିଲେ ଯେ ଏହା ଚିକିତ୍ସାର ସମସ୍ତ ପ୍ରଣାଳୀରେ ସାମଞସ୍ୟକୁ ଦର୍ଶାଉଛି । ସେ କହିଥିଲେ ଯେ ଏହି ନିଷ୍ପତ୍ତି ଦେଶର ସାର୍ବଜନୀନ ସ୍ୱାସ୍ଥ୍ୟ ଆହ୍ୱାନଗୁଡିକର ସମାଧାନ କରିବା କ୍ଷେତ୍ରରେ ଆୟୁଷ ମନ୍ତ୍ରଣାଳୟର ପ୍ରୟାସକୁ ଆହୁରୀ ମଜବୁତ କରିବ ।

ସମ୍ବନ୍ଧିତ ଖବର