ନୂଆଦିଲ୍ଳୀ: ଦିଲ୍ଳୀ ମେଟ୍ରୋ ଟ୍ରେନ୍‌ରେ ପ୍ରତିଦିନ କିଛି ନା କିଛି ନୂଆ ଘଟଣା ଘଟିଥାଏ। କିଏ ସେଠାରେ ରିଲ୍ସ ବନାଇଲେଣି ତ ପୁଣି କାହାର ଅସଂଯତ ଅବସ୍ଥାର ଭିଡିଓ ଭାଇରାଲ୍‌ ହେଲାଣି। କିଛି ଦିନ ଅନ୍ତରରେ ଦିଲ୍ଲୀ ମେଟ୍ରୋରେ କିଛି ନା କିଛି ଚର୍ଚ୍ଚିତ ଘଟଣା ଘଟୁଥବାର ଭିଡିଓ ମାଧ୍ୟମରେ ଦେଖିବାକୁ ମିଳିଥାଏ।

Advertisment

ନିକଟରେ ମେଟ୍ରୋର ଏକ ଭିଡିଓ ଖୁବ୍ ଜୋର୍‌ରେ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ଭିଡିଓରେ ଜଣେ ମହିଳା ଏକ ପ୍ରେମୀଯୁଗଳଙ୍କୁ ଖୁବ୍ ଜୋର୍‌ରେ ଗାଳିଗୁଲଜ କରୁଥିବାର ଦେଖିବାକୁ ମିଳିଛି। ଜାଣିବାକୁ ମିଳିଛି ଯେ ମେଟ୍ରୋ ଭିତରେ ପ୍ରେମୀଯୁଗଳ ରୋମାନ୍ସ କରୁଥିବାର ଦେଖି ମହିଳା ଜଣକ ରାଗି ଯାଇଛନ୍ତି। ରୋମାନ୍ସ କରିବାର ଅଛି ତ ବାହାରେ ଯାଇ କର ବୋଲି କହି ସେ ଦୁହିଁଙ୍କୁ ଗାଳିଗୁଲଜ କରୁଛନ୍ତି।

ସେଠାରେ ଲୋକଭିଡ଼ ବି ଦେଖିବାକୁ ମିଳିଛି। ମହିଳା ଜଣକ ପ୍ରେମୀଯୁଗଳଙ୍କୁ ଗାଳି ଦେଉଥିବା ବେଳେ ପ୍ରେମିକା ଜଣକ ବିରୋଧ କରୁଛନ୍ତି। ସେଠାରେ ଉପସ୍ଥିତ କେହି ଜଣେ ଭିଡିଓ ସୁଟ୍‌ କରି ତାହାକୁ ଇନ୍‌ଷ୍ଟ‌ାରେ ଅପ୍‌ଲୋଡ୍‌ କରିବା ପରେ ଭିଡିଓଟି ଭ‌ାଇରାଲ୍‌ ହୋଇଛି।

ମହିଳା ଜଣକ ପ୍ରେମୀଯୁଗଳଙ୍କୁ ଗାଳି ଦେଉଥିବା ବେଳେ ଯୁବତୀ ଜଣକ ଜବାବରେ ଆପଣଙ୍କୁ କ’ଣ ଅସୁବିଧା ବୋଲି କହୁଛନ୍ତି। ମହିଳା ଜଣକ ଅତି ନମ୍ର ଭାବେ ‘ଏପରି ଭଲ ଲାଗୁନି ବେଟା, ବାହାରେ ଯାଇ ଏସବୁ କର। କେବେ ସେ ତୁ‌ମ କେଶ ଛୁଉଁଛନ୍ତି, କେବେ ତମେ ତାଙ୍କ ଗାଲ ଛୁଉଁଛ। ଏସବୁ ଆଦୌ ଭଲ ଲାଗୁନାହିଁ।’ ଉପସ୍ଥିତ ଅନ୍ୟ ଲୋକମାନେ ବି ଯୁବତୀଙ୍କୁ ବୁଝାଇବାରେ ଲାଗିଥିବା ଦେଖିବାକୁ ମିଳିଛି।