‘ବାବା କା ଢ଼ାବା’ର ମାଲିକ ଖୋଲିଲେ ସୁନ୍ଦର ରେସ୍ତୋରାଁ: ମିଳୁଛି ହତ୍ୟା ଧମକ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିବା ‘ବାବା କା ଢ଼ାବା’ ମାଲିକ ଏକ ସୁନ୍ଦର ରେସ୍ତୋରାଁ ଖୋଲିଛନ୍ତି। କିଛି ମାସ ପୂର୍ବରୁ ‘ବାବା କା ଢ଼ାବା’ର ମାଲିକ କାନ୍ତା ପ୍ରସାଦଙ୍କୁ ଗ୍ରାହକ ନମିଳିବା ହେତୁ କାନ୍ଦୁଥିଲେ। ତାଙ୍କର ଏହି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଯାଇଥିଲା। ଭିଡିଓରେ ଲୋକମାନେ ବାବାଙ୍କ ଅବସ୍ଥା ଦେଖି ସାହାଯ୍ୟ ପାଇଁ ଆଗେଇ ଆସିଥିଲେ |

Baba Kanta prasad sitting at the counter of his new restaurants

ବୃଦ୍ଧଙ୍କ ଭାଗ୍ୟ ରାତାରାତି ଚମକି ଉଠିଥିଲା। ବାବାଙ୍କ ଢ଼ାବାରେ ଲୋକଙ୍କ ଭିଡ ଜମିଥିଲା। ସମ୍ପ୍ରତି ବାବା କାନ୍ତା ପ୍ରସାଦ ପୁରୁଣା ଢ଼ାବା ନିକଟରେ ଏକ ନୂତନ ରେସ୍ତୋରାଁ ଖୋଲିଛନ୍ତି | ପୁରୁଣା ଢ଼ାବା ଠାରୁ ମାତ୍ର ଏକ ମିନିଟ୍ ଦୂରରେ ଏହି ନୂତନ ରେସ୍ତୋରାଁ ଖୋଲା ଯାଇଛି। ଏହାପୂର୍ବରୁ ବାବାଙ୍କ ଢ଼ାବା ହନୁମାନ ମନ୍ଦିର ସମ୍ମୁଖ ରାସ୍ତା ପାର୍ଶ୍ୱରେ ଥିବା ଏକ ଛୋଟ ଦୋକାନରେ ଥିଲା। ଏହି ଛୋଟ ଦୋକାନ ଭିତରେ ବାବା ରୋଷେଇ କରୁଥିବା ବେ‌ଳେ ଗ୍ରାହକମାନେ ବାହାରେ ଛିଡ଼ା ହୋଇ ଖାଉଥିଲେ। ନୂଆ ରେସ୍ତୋରାଁରେ ଲୋକଙ୍କ ବସିବା ପାଇଁ ସୁବିଧା ଥିବା ବେଳେ ପୂର୍ବ ଖାଇବା ମୂଲ୍ୟ ଯାହାଥିଲା ଏବେ ବି ତାହା ରହିଛି।

ବାବା ଏହି ନୂତନ ରେସ୍ତୋରାଁରେ ସୁରକ୍ଷା ଦୃଷ୍ଟିରୁ ସିସିଟିଭି କ୍ୟାମେରା ମଧ୍ୟ ସ୍ଥାପନ କରିଛନ୍ତି। କାରଣ ବାବା କହିଛନ୍ତି, ଯେ ତାଙ୍କ ଜୀବନ ପ୍ରତି ବିପଦରେ ଅଛି। କାରଣ ତାଙ୍କୁ କିଛିଦିନ ହେବ କେହି ଜଣେ ହତ୍ୟା କରିବ ବୋଲି ଧମକ ଦେଉଛି।

ସମ୍ବନ୍ଧିତ ଖବର