ତେଲ ଉପରେ ଦେଇଥିବା ପୂର୍ବ ବୟାନକୁ ମନେ ପକାଇବାରୁ ସାମ୍ବାଦିକ ଉପରେ କମ୍ପିଲେ ରାମଦେବ, ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ଯୋଗ ଗୁରୁ ବାବା ରାମଦେବଙ୍କର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଖୁବ୍ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ଭିଡିଓରେ ବାବା ରାମଦେବ ଜଣେ ସାମ୍ବାଦିକଙ୍କୁ ବିରକ୍ତ ହେବା ସହ ଧମକ ଦେଉଥିବାର ନଜର ଆସିଛନ୍ତି। ସାମ୍ବାଦିକ ଜଣକ ବାବା ରାମଦେବଙ୍କର ତୈଳ ଦର ଉପରେ ଦେଇଥିବା ଏକ ପୂର୍ବ ମନ୍ତବ୍ୟକୁ ନେଇ ପ୍ରଶ୍ନ ପଚାରୁଥିବାରୁ ଏଥିରେ ଉତ୍ତ୍ୟକ୍ତ ହୋଇ ଯୋଗଗୁରୁ ନିଜର କ୍ଷୋଭ ପ୍ରକାଶ କରୁଛନ୍ତି।

 

ବାବା ରାମଦେବ ପେଟ୍ରୋଲ୍‌ ଉପରେ ପୂର୍ବରୁ ଦେଇଥିବା ଏକ ବୟାନକୁ ନେଇ ସାମ୍ବାଦିକ ଜଣକ ପ୍ରଶ୍ନ କରିବାରୁ ଏଭଳି ପ୍ରଶ୍ନ ଆଉ କେବେ ପଚାରିବନି ବୋଲି ଉତ୍ତର ଦେଇଛନ୍ତି ରାମଦେବ। ଏହି ଭିଡିଓ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହୋଇଛି। କଂଗ୍ରେସ ନେତା ଇମ୍ରାନ ପ୍ରତାପଗଡ଼ି ମଧ୍ୟ ଏହି ଭିଡିଓକୁ ସେୟାର୍‌ କରିଥିବାର ଦେଖିବାକୁ ମିଳିଛି।

ରାମଦେବ ପୂର୍ବରୁ ପେଟ୍ରୋଲ୍‌ ଦର ଉପରେ ଏକ ବୟାନ ଦେଇ କହିଥିଲେ ଯେ , ‘ଜନତାଙ୍କୁ ଏପରି ସରକାର ଦରକାର, ଯିଏ ୪୦ ଟଙ୍କାରେ ପେଟ୍ରୋଲ୍‌ ଓ ୩୦୦ ଟଙ୍କାରେ ରାନ୍ଧଣା ଗ୍ୟାସ୍‌ ଯୋଗାଇ ଦେବେ’। ସେ ଦିନେ ଏପରି ବୟାନ ଦେଇଥିଲେ ବୋଲି ସାମ୍ବାଦିକ ମନେ ପକାଇ ଦେବାରୁ ଏକଦମ ବିରକ୍ତ ହୋଇ ଉଠୁଛନ୍ତି ରାମଦେବ। ଚିଡ଼ିଯାଇ କହୁଛନ୍ତି, ‘ତମ ପ୍ରଶ୍ନର ଉତ୍ତର ଦେବାକୁ ମୁଁ ଠିକା ନେଇନି। ଏପରି ପ୍ରଶ୍ନ ଦ୍ବିତୀୟ ଥର ପଚାରନି। ଆଉ ଥରେ ପଚାରିବ ତ ଦେଖିବ।’

ସମ୍ବନ୍ଧିତ ଖବର