ସତ ହେବାକୁ ଯାଉଛି ୨୦୧୮ ପାଇଁ ବାବା ବଙ୍ଗା ଦେଇଥିବା ଭବିଷ୍ୟବାଣୀ

କିଂବଦନ୍ତୀ କହେ, ୧୯୧୧ ମସିହାରେ ବୁଲ୍‌ଗେରିଆରେ ଜନ୍ମିତ ବାବା ବଙ୍ଗା ଥିଲେ ଚମତ୍କାରୀ ଶକ୍ତିଧାରିଣୀ ଜଣେ ସାଧାରଣ ଯୁବତୀ। ଏକ ତୋଫାନରେ ନିଜର ଦୃଷ୍ଟିଶକ୍ତି ହରାଇବା ପରେ ତାଙ୍କଠାରେ ଚମତ୍କାରୀ ଶକ୍ତିର ବିକାଶ ଘଟିଥିଲା। ଅନେକଙ୍କର ବିଶ୍ୱାସ କୌଣସି ଦୁର୍ବିପାକ ଘଟିବାର ଦୀର୍ଘ ଦିନ ପୂର୍ବରୁ ରହସ୍ୟ ଶକ୍ତି ସମ୍ପନ୍ନ ବ୍ୟକ୍ତି ତା’ର ପୂର୍ବାଭାସ ଦେଇ ଥାଆନ୍ତି।

୧୯୯୬ ମସିହାରେ ୮୫ ବର୍ଷ ବୟସରେ ଦେହ ତ୍ୟାଗ କରିଥିବା ସେମିତି ଜଣେ ରହସ୍ୟ ଶକ୍ତି ଧାରିଣୀ ହେଉଛନ୍ତି ବାବା ବଙ୍ଗା। ବାସ୍ତବ ଘଟନା ଘଟିବାର ବହୁ ଆଗରୁ ବାବା ବଙ୍ଗା ବହୁ ପ୍ରାକୃତିକ ଦୁର୍ବିପାକ ଏବଂ ପ୍ରମୁଖ ଜାଗତିକ ଘଟଣା ସମ୍ବନ୍ଧରେ ପୂର୍ବାଭାସ ଦେଇ ପାରୁଥିଲେ।
୫୧ ଶତାବ୍ଦୀ ପର୍ଯ୍ୟନ୍ତ ସେ ବହୁ କଥାର ଭବିଷ୍ୟବାଣୀ କରିଛନ୍ତି। କେବଳ ୫୧ ଶତାବ୍ଦୀ ପାଇଁ ସେ କାହିଁକି ଭବିଷ୍ୟବାଣୀ କଲେ ତା’ର ବି ଗୋଟାଏ କାରଣ ରହିଛି। ବାବା ବଙ୍ଗାଙ୍କର ବିଶ୍ୱାସ ଥିଲା ଯେ ୫୧ ଶତାବ୍ଦୀ ହିଁ ବିଶ୍ୱର ଅନ୍ତିମ ଦିନ।

ସେ କରିଥିବା ଭବିଷ୍ୟବାଣୀ ମଧ୍ୟରେ ଥିଲା ୨୦୦୪ର ବକ୍ସିଙ୍ଗ୍‌ ଡେ’ ସୁନାମି, ସେପ୍ଟେମ୍ବର ୧୧ ଆତଙ୍କବାଦୀ ଆକ୍ରମଣ ଏବଂ ଆହରୁ ଅନେକ କିଛି। ତାଙ୍କର ଅନ୍ୟତମ ଚମତ୍କାରୀ ଭବିଷ୍ୟବାଣୀ ଥିଲା ଜଣେ ଆଫ୍ରିକୀୟ ଆମେରିକୀୟ ଲୋକ ଆମେରିକାର ୪୪ତମ ରାଷ୍ଟ୍ରପତି ହେବେ। ଏବଂ ସେ ହିଁ ହେଉଛନ୍ତି ରାଷ୍ଟ୍ରପତି ବରାକ୍‌ ଓବାମା।

୨୦୧୮ ପାଇଁ ମଧ୍ୟ ସେ କିଛି ଭବିଷ୍ୟବାଣୀ କହିଥିଲେ। ସେ ସବୁ ହେଉଛି:

ଭବିଷ୍ୟବାଣୀ: ବିଶ୍ୱର ପରବର୍ତ୍ତୀ ‘ସୁପର୍‌ ପାଓ୍ଵାର୍‌’ ହେବା ପାଇଁ ଚୀନ୍‌ ଆମେରିକାକୁ ଟପିଯିବ।
ବାସ୍ତବତା: ୧୯୭୦ ମସିହାରେ ଚୀନ୍‌ ସମୁଦାୟ ବିଶ୍ୱ ଅର୍ଥନୀତିର ୪. ୧% ଉତ୍ପାଦନ କରୁଥିଲା। ତାହା ୨୦୧୫ରେ ହେଲା ବିଶ୍ୱଅର୍ଥନୀତିର ୧୫. ୬%। ଆହୁରି ଆଶ୍ଚର୍ଯ୍ୟର କଥା ହେଲା, ଫୋର୍ବ ସର୍ଭେ ଅନୁସାରେ ଯୁକ୍ତରାଷ୍ଟ୍ର ଆମେରିକାର ଅବଦାନ ୧୬. ୭%। ୨୦୨୫ ସୁଦ୍ଧା ଏହା ୧୪. ୯% ହ୍ରାସ ପାଇବ ବୋଲି ଆଶା କରାଯାଉଛି।

ଭବିଷ୍ୟବାଣୀ: ଶୁକ୍ରରେ ଏକ ନୂତନ ଶକ୍ତିର ରୂପ ଆବିଷ୍କୃତ ହେବ।
ବାସ୍ତବତା: କୌତୂହଳର କଥା ହେଲା ନାସା ମହାକାଶ ଯାନ ୨୦୧୮ରେ ସୂର୍ଯ୍ୟର କରୋନାକୁ ଯାତ୍ରା କରିବ। ଏହା ଶୁକ୍ର ଗ୍ରହରେ ଅବତରଣ ନ କଲେ ମଧ୍ୟ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଏହି ମହାକାଶଯାନ ଶୁକ୍ର ଗ୍ରହକୁ ଗ୍ରାଭିଏସ୍‌ନାଲ୍‌ ସ୍ଲିଙ୍ଗ୍‌ସଟ୍‌ ଭାବେ ବ୍ୟବହାର କରିବ।

ସମ୍ବନ୍ଧିତ ଖବର