ନୂଆଦିଲ୍ଲୀ: ଆପଣ ଅନେକ ପ୍ରକାରର ପଶୁପକ୍ଷୀଙ୍କ ଭିଡିଓ ଦେଖିଥିବେ, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଥିବ। କୁକୁରରୁ ନେଇ ମାଙ୍କଡ଼, ଗୋରୁ, ହାତୀ, ଘୋଡ଼ା ଆଦି ଅନେକ ପଶୁଙ୍କର ମଜାଦାର ଭିଡିଓକୁ ଦେଖି ହସିଥିବେ। ବର୍ତ୍ତମାନ ପଶୁ ସହ ଜଡିତ ଆଉ ଏକ ମଜାଳିଆ କ୍ଲିପ୍ ଇଣ୍ଟରନେଟରେ ଭାଇରାଲ ହେଉଛି। ଭିଡିଓରେ ଏକ ଭାଲୁ ଛୁଆ କିପରି ଏକ ଗଛ ଉପରକୁ ଚଢ଼ିଯାଇଛି  ଏବଂ ମା ଭାଲୁ ଓ ତାର ଭାଇମାନେ ତାଙ୍କୁ ତଳକୁ ଆଣିବାକୁ ଚେଷ୍ଟା କରୁଛନ୍ତି ତାହା ଦେଖିବାକୁ ମିଳିଛି।

Advertisment

ଏହି ଭିଡିଓ ଟ୍ୱିଟରରେ ସେୟାର ହେବା ପରେ ଟ୍ୱିଟର ବ୍ୟବହାରକାରୀ ଅନେକ ମଜାଦର କମେଣ୍ଟ୍‌ସବୁ ଦେବାରେ ଲାଗିଛନ୍ତି। ଭାଲୁର ନିଜ ଛୁଆ ପ୍ରତି ଥିବା ଭଲପାଇବା ଦେଖି ଅଧିକାଂଶ ବ୍ୟବହରକାରୀ ପ୍ରଶଂସା କରିଛନ୍ତି। କ୍ଲିପ୍‌ରେ ଭାଲୁ ଛୁଆ ଏକ ଗଛର ଶାଖା ଉପରେ ଚଢ଼ି ଯାଇଥିବା ଦେଖାଯାଇଛି। ଗଛ ତଳେ ଠିଆ ହୋଇଛି ଭାଲୁ ଛୁଆର ମାଆ। ଛୁଆ ଭାଲୁକୁ ତଳକୁ ଓହ୍ଲାଇବା ପାଇଁ ଜୋରରେ ଗଛକୁ ମାଆ ଭାଲୁ ହଲାଉ ଥିବାର ଦେଖିବାକୁ ମିଳିଛି। ଯେପରି ପିଲାଟି ତଳକୁ ଆସିବ।

ଏହି ସମୟରେ ଅନ୍ୟ ଏକ ଭାଲୁ ଛୁଆ ମା’କୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଛି। ଭିଡିଓ ଶେଷରେ, ମାଆ ଭାଲୁ ନିଜେ ଗଛ ଉପରକୁ ଚଢ଼ି ଡାଳ ଭାଙ୍ଗି ଛୁଆ ଭାଲୁକୁ ଓହ୍ଲାଇ ଆଣିଥିବା ଦେଖିବାକୁ ମିଳିଛି।

ଟ୍ୱିଟରରେ ସେୟାର ହେବା ପରଠାରୁ ଏହାକୁ ଏକ ମିଲିୟନରୁ ଅଧିକ ଥର ଦେଖାଯାଇଛି। ଭିଡିଓଟିକୁ ଅନେକ ଲାଇକ୍‌ ମଧ୍ୟ ମିଳିଛି। ଲୋକମାନେ ଏହି ଭିଡିଓରେ ଅନେକ ପ୍ରକାରର କମେଣ୍ଟ୍‌ ଦେବାରେ ଲାଗିଛନ୍ତି।