ନାଳରେ ଖସି ପଡ଼ିଥିବା ଛୁଆ ହାତୀକୁ ଏକାକୀ ଏଭଳି ଉଦ୍ଧାର କଲା ମା’, ଦେଖନ୍ତୁ ସେ ସମୟର ଭିଡିଓ

ନୂଆଦିଲ୍ଲୀ : ଇଣ୍ଟରନେଟ୍‌ରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ମା’ ହାତୀ ନିଜ ଛୁଆକୁ କିଭଳି ଏକ ନଳାରୁ ଉଦ୍ଧାର କରୁଛି, ତାହା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି । ତେବେ ଏଭଳି ସମସ୍ୟା ମଣିଷ ସମାଜ ପାଇଁ ଉପୁଜିଛି ଓ ମଣିଷର ସୁବିଧା ପାଇଁ ଆଜି ଜୀବଜନ୍ତୁମାନେ ଅସୁବିଧା ଭୋଗ କରୁଛନ୍ତି ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି । ।

ଭାଇରାଲ ହୋଇଥିବା ଭିଡିଓକୁ ଦେଖିଲେ ଜଣାପଡ଼ୁଛି କି, ହାତୀଟି ଫସିଥିବା ନଳା ଖୋଲା ଥିଲା । ଯଦି ତାହା ଉପରେ କିଛି ଘୋଡ଼ା ଯାଇଥାନ୍ତା  ତା’ହେଲେ ହୁଏତ ଛୁଆ ହାତୀଟି ନଳା ଭିତରେ ଫସି ନ ଥାନ୍ତା । ପ୍ରତ୍ୟେକ କଳକାରଖାନା ହେଉ ବା ଘରେ ନଳା କରାଯାଇଥାଏ । କିନ୍ତୁ ଅନ୍ୟମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହା ଉପରେ ଘୋଡ଼ଣି ରଖିବା ଦରକାର ।

ଭିଡିଓରେ ଦେଖାଯାଇଛି କି, ନଳା ଉପରେ ଘୋଡ଼ଣୀ ନଥିବାରୁ ଭୁଲବଶତଃ ହାତୀଟି ଭିତରକୁ ଖସି ପଡ଼ୁଛି । ଏହା ପରେ ମା’ ହାତୀ ଆସି ଛୁଆକୁ ଉଦ୍ଧାର କରିବା ପାଇଁ ଅନେକ ଚେଷ୍ଟା କରୁଛି । ନିଜ ଶୁଣ୍ଢରେ ଛୁଆକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରି ମଧ୍ୟ ପାରୁ ନାହିଁ । ଅନେକ ସମୟର ଚେଷ୍ଟା ପରେ ଶେଷରେ ସେ ନିଜ ଛୁଆକୁ ଭିତରୁ ବାହାର କରିବାରେ ସଫଳ ହେବା ସହ ଉପସ୍ଥିତ ଲୋକେ ଏହି ଦୃଶ୍ୟ ଦେଖି ତାଳି ମାରୁଥିବା ଭିଡିଓରେ ଦେଖାଯାଇଛି ।

ସମ୍ବନ୍ଧିତ ଖବର