୩୫ ବର୍ଷ ପୂର୍ବରୁ ଶିଶୁର ଶରୀରରେ ପ୍ରତ୍ୟାରୋପଣ କରାଯାଇଥିଲା ମାଙ୍କଡ଼ ହୃଦୟ !

ନୂଆଦିଲ୍ଲୀ: ବିଜ୍ଞାନ ଏମିତି କାମକୁ ସମ୍ଭବ କରିଥାଏ ଯାହା ବିଷୟରେ ଚିନ୍ତା ବି କରି ହୋଇ ନଥାଏ। ଆଜି ଆମେ ଏମିତି ଏକ ଘଟଣା ବିଷୟରେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

୩୫ବର୍ଷ ପୂର୍ବରୁ ୧୯୮୪ରେ ଏକ ଶିଶୁର ଶରୀରରେ ମାଙ୍ଗଡ଼ ହୃଦୟ ପ୍ରତ୍ୟାରୋପଣ କରାଯାଇଥିଲା। ଶିଶୁର ନାମ କାୟ ରହିଥିଲା। ଆସନ୍ତୁ ଜାଣିବା ମାଙ୍କଡ଼ ହୃଦୟ ପ୍ରତ୍ୟାରୋପଣ ପରେ ଶିଶୁଟି ସହିତ କ’ଣ ଘଟିଥିଲା।

୧୯୮୪ ମସିହା ଅକ୍ଟୋବର ୧୪ ତାରିଖରେ କାୟ ନାମକ ଏହି ଶିଶୁର ହାଇପୋପ୍ଲାଷ୍ଟିକ୍‌ ଲେପ୍ଟ ହାର୍ଟ ସିଣ୍ଡ୍ରୋମ ସହିତ ଜନ୍ମ ନେଇଥିଲା। ଏହା ଏକ ଦୁଲର୍ଭ ଜନ୍ମଜ ହୃଦୟ ରୋଗ ବୋଲି କୁହାଯାଏ। ଏହି ରୋଗ ଥିଲେ ହୃଦୟର ବାମ ପାର୍ଶ୍ୱ ବିକଶିତ ହୋଇ ନଥାଏ। ଏହା ମହାଧମନୀ ଓ ମହାଧମନୀ ମାଇଟ୍ରଲ ବାଲଭକୁ ପ୍ରଭାବିତ କରିଥାଏ। ଏପରି ରୋଗ ଥିବା ଶିଶୁ ଦୁଇସପ୍ତାହରୁ ଅଧିକ ଦିନ ଜୀବିତ ରହି ପାରନ୍ତି ନାହିଁ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି କାୟା ଶରୀରରେ ମାଙ୍କଡ ହୃଦୟ ପ୍ରତ୍ୟାରୋପଣ କରିବା ପରେ ସେ ୨ସପ୍ତାହରୁ ଅଧିକ ଦିନ ଜୀବିତ ରହିଥିଲା।

କାୟଙ୍କ ଏହି ଅସ୍ତ୍ରାପଚାରକୁ ୩୫ବର୍ଷ ପୂରା ହୋଇସାରିଛି। ଡାକ୍ତର ଲିୟୋନାର୍ଡ ବେଲିଙ୍କ କହିବାନୁସାରେ, ହାଇପୋପ୍ଲାଷ୍ଟିକ୍‌ ଲେପ୍ଟ ହାର୍ଟ ସିଣ୍ଡ୍ରୋମ ସହିତ ଜନ୍ମ ହୋଇଥାଆନ୍ତି ସେହି ଶିଶୁ ଅତିକମ୍‌ରେ ୨ ସପ୍ତାହ ପର୍ଯ୍ୟନ୍ତ ଜୀବିତ ରହିଥାଆନ୍ତି। କାୟର ହୃଦୟ ପ୍ରତ୍ୟାରୋପଣ କରିବା ଜରୁରୀ ଥିଲା। କାୟର ହୃଦୟକୁ ଛାଡ଼ି ଦେଲେ ଶରୀରର ଅନ୍ୟ ସବୁ ଅଙ୍ଗ ଠିକ୍‌ ରହିଥିଲା। ହୃଦୟ ପ୍ରତ୍ୟାରୋପଣ କରି ଦେଲେ ଶିଶୁଟି ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଯିବ ବୋଲି କୁହାଯାଇଥିଲା।

ଏମିତିରେ ଗୋଟିଏ ମଣିଷର ହୃଦୟକୁ ଅନ୍ୟ ଜଣଙ୍କ ହୃଦୟରେ ପ୍ରତ୍ୟାରୋପଣ କରିବା ୧୯୬୭ରେ ଆରମ୍ଭ ହୋଇଥିଲା। କିନ୍ତୁ କାୟାଙ୍କ କ୍ଷେତ୍ରରେ କଥା ଟିକେ ଅଲଗା ଥିଲା, ଏତେ ଛୋଟ ଶିଶୁକୁ କିଏବା ହୃଦୟ ଦେବ। ସେହି ସମୟରେ ବି କୌଣସି ଡାକ୍ତର ଏତେ ଛୋଟ ଶିଶୁର ହୃଦୟ ପ୍ରତ୍ୟାରୋପଣ କରି ନଥିଲେ। ଏହାପରେ ଡାକ୍ତର ଶିଶୁ ଶରୀରରେ ଅନ୍ୟ ପ୍ରଜାତିର ହୃଦୟ ଲଗାଇବାକୁ ସ୍ଥିର କରିଥିଲେ।

୧୯୬୪ ମସିହାରେ ମନୁଷ୍ୟ ଶରୀରରେ ପଶୁଙ୍କ ହୃଦୟ ପ୍ରତ୍ୟାରୋପଣ କରାଯାଇଥଲା କିନ୍ତୁ ଏହା ଅସଫଳ ରହିଥିଲା। ଏହାପରେ କିଛି ଅଲଗା ପ୍ରୟାସ କରାଯାଇଥିଲା। ଏହି ପ୍ରୟାସ ପରେ ଡାକ୍ତର ବେଲିଙ୍କୁ କାୟ ଶରୀରରେ ମାଙ୍କଡ଼ ହୃଦୟ ପ୍ରତ୍ୟାରୋପଣ କରିବାର ଅନୁମତି ମିଳି ଯାଇଥିଲା।

କାୟା ସେତେବେଳକୁ ୧୨ଦିନର ହୋଇଯାଇଥିଲା। ଧୀରେଧୀରେ ତାର ଶରୀରଅବସ୍ଥା ବିଗିଡ଼ିବାକୁ ଲାଗିଥିଲା। ୧୯୮୪ ମସିହା ଅକ୍ଟୋବର ୨୬ ତାରିଖ ଦିନ ସର୍ଜନ୍‌ଙ୍କ ଟିମ୍‌ କାୟାଙ୍କ ହୃଦୟ ଅସ୍ତ୍ରୋପଚାର କରି ମାଙ୍କଡ ହୃଦୟ ଲଗାଇଥିଲେ। ଅସ୍ତ୍ରୋପଚାର ସମୟରେ ଡାକ୍ତର କାୟ ଶରୀରରେ ମାଙ୍କଡ ହୃଦୟ ପ୍ର୍ରତ୍ୟାରୋପଣ କରିବା ପରେ ତାହା ସ୍ପନ୍ଦନ ହେବାକୁ ଲାଗିଥିଲା। ଯାହାକୁ ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ କୌଣସି ପଶୁର ହୃଦୟ ମନୁଷ୍ୟ ଶରୀରେ ସ୍ପନ୍ଦନ ହେବା କିଛି ଚମତ୍କାର ଠାରୁ କମ୍‌ ନଥିଲା ।

କିନ୍ତୁ ଏହି ଖୁସି କିଛି ଦିନ ପାଇଁ ଥିଲା। କାୟାଙ୍କ ଅସ୍ତ୍ରୋପଚାର ୧୪ଦିନ ପରେ ଶରୀର ଅବସ୍ଥା ଦିନକୁ ଦିନ ବିଗିଡ଼ିବାକୁ ଲାଗିଥିଲା। ୧୯୮୪ ନଭେମ୍ବର ୧୫ରେ କାୟା ସବୁଦିନ ପାଇଁ ଆଖି ବୁଜି ଦେଇଥିଲା।

ଆପଣଙ୍କୁ ଜଣାଇ ରଖିବାକୁ ଚାହୁଁଛୁ କି, ଏହି ହୃଦୟ ପ୍ରତ୍ୟାରୋପଣ ମେଡିକାଲ ଦୁନିଆରେ ଇତିହାସ ବନି ଯାଇଥିଲା। ଏହା ପ୍ରଥମ ଘଟଣା ଥିଲା ମନୁଷ୍ୟ ଶରୀରରେ କୌଣସି ପଶୁ ହୃଦୟ ପ୍ରତ୍ୟାରୋପଣ କରାଯାଇଥିଲା, ଆଉ ତାହା କିଛି ଦିନ ପାଇଁ ବି ମଣିଷକୁ ଜୀବିତ କରି ରଖି ପାରିଥିଲା।

 

ସମ୍ବନ୍ଧିତ ଖବର