୨୨.୦୨.୨୨ଦିନ ୨.୨୨ସମୟରେ କର୍କଟ ଆକ୍ରାନ୍ତ ମହିଳା ଦେଲେ ଶିଶୁକୁ ଜନ୍ମ

ନୂଆଦିଲ୍ଲୀ: ୨୨.୦୨.୨୨ ଦିନ ଏକ ସ୍ବତନ୍ତ୍ର ଦିନ ଥିଲା। ଏହି ଦିନକୁ ମନେ ରଖିବା ପାଇଁ ଲୋକେ ବିଭିନ୍ନ ପ୍ରକାର ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ତେବେ ଏହି ଦିନ ଜଣେ କର୍କଟ ଆକ୍ରନ୍ତ ଥିବା ମହିଳା କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ତେବେ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ସନ୍ତାନ ୨୨.୦୨.୨୨ ଦିନ ସମୟ ୨.୨୨ ମିନିଟରେ ରୁମ ନମ୍ବର ୨ରେ ଜନ୍ମ ନେଇଥିଲା।

ଏବରଲି ଏବଂ ହ୍ୟାଙ୍କ ସ୍ପିୟରଙ୍କ ପାଇଁ ଏହି ଦିନ କିଛି ଚମତ୍କାର ଦିନ ଠାରୁ କମ ନଥିଲା। କାରଣ ଉତ୍ତର କୈରୋଲିନାରେ ବସବାସ କରୁଥିବା ଏହି ଦମ୍ପତିଙ୍କ ସନ୍ତାନ ହେବା ସମ୍ଭାବନା କମ ଥିବା ନେଇ ଡାକ୍ତର କହିଥିଲେ। ଏବରଲି କର୍କଟରେ ଆକ୍ରାନ୍ତ ଥିଲେ। ଅନେକ ଚିକିତ୍ସା ପରେ ତାଙ୍କ ଜୀବନ ବଞ୍ଚି ଯାଇଥିଲା।

Parents welcome 'miracle' baby girl born on 2/22/22 at 2:22 a.m. - ABC News

ଏବରଲି କହିଛନ୍ତି, ୨୦୧୪ରେ କର୍କଟ ଆକ୍ରାନ୍ତ ହେବା ପରେ ୨୦୨୦ରେ ଡାକ୍ତର ମୋର ମା’ ହେବାର ସମ୍ଭାବନା କମ ଅଛି ବୋଲି ମୋତେ ସୂଚାଇ ଦେଇଥିଲେ। କିନ୍ତୁ ମୁଁ ନିଜ ଆତ୍ମବିଶ୍ବାସ ଓ ‌‌ଧୌର୍ଯ୍ୟ କେବେ ହରାଇ ନଥିଲି। ଯାହାଫଳରେ ଭଗବାନଙ୍କ ଆର୍ଶୀବାଦରୁ ୨୨.୦୨.୨୨ ଦିନ ସମୟ ୨.୨୨ ମିନିଟରେ ମୁଁ ଜଣେ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲି। ଏତେ ଅସୁବିଧା ଥିବା ସ‌ତ୍ତ୍ବେ ମା’ ହୋଇଥିବାରୁ ମୁଁ ବହୁତ ଖୁସି। ପୁଣି ମୋ ଝିଅ ଏଭଳି ସ୍ବତନ୍ତ୍ର ତାରିଖ ଓ ଦିନରେ ଜନ୍ମ ନେଇଥିବାରୁ ମୋର ପାଇଁ ଏହା ଚମତ୍କାର । ଝିଅ ନାମ ଦେଇଛି ଜୁଦାହ।

ସମ୍ବନ୍ଧିତ ଖବର