ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଛୋଟପିଲାମାନେ ପଶୁପକ୍ଷୀମାନଙ୍କ ସହିତ ଖେଳୁଥିବା, ସ୍ନେହ କରୁଥିବାର ଅନେକ ଭିଡିଓ ଭାଇରାଲ ହୋଇଥାଏ। ଏହି କ୍ରମରେ ଦେଖିବାକୁ ଗଲେ ପଶୁପକ୍ଷୀମାନେ ବି ଶିଶୁଙ୍କୁ ଭଲ ପାଉଥିବାର ଅନେକ ଦୃଶ୍ୟ ଦେଖିବାକୁ ମିଳିଛି। ନିକଟରେ ଶିଶୁ ଓ ଏକ ବିଲେଇ ମଧ୍ୟରେ ଥିବା ସ୍ନେହର ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି।
ଭାଇରାଲ ହେଉଥିବା ଭିଡିଓରେ ଆପଣ ଦେଖିପାରିବେ ଯେ ରାସ୍ତା ମଝିରେ ଏକ ବିଲେଇ ବସିଛି। ଆଉ ତାର ପାଖରେ ଶିଶୁ ଛିଡ଼ା ହୋଇଛି। ଶିଶୁ ଜଣକ ବାରମ୍ବାର ନଇଁପଡି ବିଲେଇକୁ ଚୁମ୍ବନ ଦେବାକୁ ଚେଷ୍ଟା କରୁଛି । ଆଉ ବିଲେଇ ବି ଗେଲହା ହେବା ପାଇଁ ମୁହଁ ଶିଶୁ ଆଡକୁ ଟେକି ଦେଉଛି। କିଛି ସମୟ ପରେ ଶିଶୁ ତଳେ ବସି ବିଲେଇକୁ ଆଉଁସି ସ୍ନେହ କରୁଥିବା ଦେଖିବାକୁ ମିଳୁଛି।
In a world where you can be anything, be kind.. 😊 pic.twitter.com/ClJgZ3udkO
— Buitengebieden (@buitengebieden_) February 17, 2022
ଏହି ଭିଡିଓ ଟ୍ୱିଟରରେ @buitengebieden_ ନାମକ ଏକ ପୃଷ୍ଠାରୁ ସେୟାର କରାଯାଇଛି । ଲୋକମାନେ ଏହି ଭିଡିଓକୁ ଦେଖି ଅନେକ ପ୍ରତିକ୍ରିୟା ଦେଇଛନ୍ତି। ଏପର୍ଯ୍ୟନ୍ତ ଏହି ଭିଡିଓକୁ ୨ ଲକ୍ଷରୁ ଅଧିକ ଥର ଦେଖାଯାଇ ସାରିଲାଣି।