ବେଶୀଦିନ ପ୍ୟାକେଟ୍‌ ବିସ୍କୁଟ୍‌କୁ ଘରେ ସାଇତି ରଖିବା ଠିକ୍‌ ନୁହେଁ : ବିସ୍କୁଟ୍‌ରେ ଥାଏ ବ୍ୟାକ୍ଟେରିଆ, ଏହି ବ୍ୟାକ୍ଟେରିଆ ବିସ୍କୁଟ୍‌ରେ ୬ ମାସ ପର୍ଯ୍ୟନ୍ତ ବଞ୍ଚିପାରିବେ

ପିଲାମାନେ ସାଧରଣତଃ ବିସ୍କୁଟ୍‌ ଖାଇବାକୁ ପସନ୍ଦ କରିଥାନ୍ତି। କ୍ଷୀରରେ ହେଉ ବା ସେମିତି ସିଧା ଏହାକୁ ଖାଇଥାନ୍ତି। ଯେଉଁ ବିସ୍କୁଟ୍‌କୁ ଖୁସିରେ ଖାଇଥାନ୍ତି ସେଥିରେ କ୍ଷତି ପହଞ୍ଚାଉଥିବା ବ୍ୟାକ୍ଟେରିଆ ରହିଥାଏ ବୋଲି ଗବେଷଣାରୁ ଜଣାପଡ଼ିଛି। ଗବେଷଣାରୁ ଜଣାପଡ଼ିଛି ଯେ, ଏହି ବ୍ୟାକ୍ଟେରିଆ ବିସ୍କୁଟ୍‌ରେ ୬ ମାସ ପର୍ଯ୍ୟନ୍ତ ବଞ୍ଚିପାରିବେ। ଗବେଷକମାନେ କ୍ରାକର୍‌ର୍ସ ଓ କୁକିଜ୍‌କୁ ଏହି ଗବେଷଣାରେ ସାମିଲ୍‌ କରିଛନ୍ତି। ଦ୍ରାବିଡ଼୍‍ ମେନ୍‌ ଏହା ବିଷୟରେ କହିଛନ୍ତି ଯେ ହାନୀକାରକ ବ୍ୟାକ୍ଟେରିଆ ଏଥିରେ ବହୁତ ସମୟ ପର୍ଯ୍ୟନ୍ତ ବଞ୍ଚିପାରନ୍ତି। ଗବେଷକମାନେ ୪ଟି ବିସ୍କୁଟ୍‌ ଓ ବିଭିନ୍ନ କ୍ରାକର୍‌ର୍ସରେ ଅଲଗା ଅଲଗା ସାଲମୋନେଲା ସେରୋଟାଇପ୍ସର ନାମକ ଏକ ଉପାଦାନ ଉପଯୋଗ କରିଥିଲେ। ସେମାନେ କ୍ରାକରର୍ସ ଓ କୁକିଜ୍‌ରେ ଭରିବା ପାଇଁ ପନିର୍‌ ଓ ପି’ନଟ୍‌ ବଟର୍‌ ବ୍ୟବହାର କରିଥିଲେ। ଏହାପରେ ବିସ୍କୁଟ୍‌ ଓ କ୍ରାକର୍‌ର୍ସକୁ ପ୍ୟାକ୍‌ କରି କିଛି ଦିନ ରଖାଗଲା। ପରେ ଏହି ପ୍ୟାକେଟ୍‌ ଖୋଲି ଦେଖିବାରୁ ବ୍ୟାକ୍ଟେରିଆ ବଞ୍ଚିଥିବା ଜଣାପଡ଼ିଲା। ତେଣୁ ବେଶୀଦିନ ପ୍ୟାକେଟ୍‌ ବିସ୍କୁଟ୍‌କୁ ଘରେ ସାଇତି ରଖିବା ମଧ୍ୟ ଠିକ୍‌ ନୁହେଁ। ଏକ୍ସପାରି ତାରିଖ ଦେଖି ବିସ୍କୁଟ୍‌ କିଣିବା ଓ ଏହାକୁ ଯଥା ଶୀଘ୍ର ସାରିବା ଉଚିତ୍‌। ବେଶୀଦିନ ସାଇତି ରଖିଲେ ସେଥିରେ ଫଙ୍ଗସ୍‌ ହେବାର ସମ୍ଭାବନା ରହିଥାଏ। ଯାହାଦ୍ୱାରା ଏହା ରୋଗ ସୃଷ୍ଟି କରିବାରେ ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର