ନୂଆଦିଲ୍ଲୀ: ରାମ୍ପ ୱାର୍କ କରୁଥିବା ବେଳେ ଜଣେ ମଡେଲ ମଞ୍ଚରେ କଚାଡ଼ି ହୋଇପଡ଼ିଥିବା ଘଟଣାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି। ତେବେ ମଡେଲ ମଞ୍ଚରେ କଚାଡ଼ି ହୋଇ ପଡ଼ିବାରୁ ଭିଡିଓ ଭାଇରାଲ ହେଉନାହିଁ। ବରଂ ସେ ଏଭଳି ପରିସ୍ଥିତରେ ନିଜକୁ ସମ୍ଭାଳି ପୁଣିଥରେ ହସି ନିଜ କର୍ମରେ ଆଗେଇ ଚାଲିଥିଲେ। ମଡେଲଙ୍କ ଏଭଳି ଆତ୍ମବିଶ୍ବାସ ପାଇଁ ଲୋକେ ବେଶ ପ୍ରଶଂସା ବି କରୁଛନ୍ତି।
ଏହି ଭିଡିଓରେ ମଡେଲ ରାମ୍ପରେ ଚାଲୁଥିବା ବେଳେ କଚାଡ଼ି ହୋଇପଡ଼ିଥିବା ତ ଦେଖିବାକୁ ମିଳୁଛି। ଏଥିସହିତ ଏକ ସୁନ୍ଦର ଦିଗଟି ହେଉଛି ମଡେଲ ମଞ୍ଚରେ କଚାଡ଼ି ହୋଇପଡ଼ିବା ପରେ ତାଙ୍କୁ ସଙ୍ଗେସଙ୍ଗେ ଆଉ ଜଣେ ମଡେଲ ଉଠାଇବାକୁ ଚାଲି ଆସୁଛନ୍ତି। ଏହାପରେ ପଡ଼ିଯାଇଥିବା ମଡେଲ ପୁଣି ମଞ୍ଚରେ ଛିଡା ହୋଇ ସମସ୍ତଙ୍କୁ ଦେଖି ହସୁଛନ୍ତି, ଆଉ ରାମ୍ପରେ ଚାଲିବା ଆରମ୍ଭ କରୁଛନ୍ତି।
View this post on Instagram
ଏହି ଭିଡିଓକୁ ସୋସିଆଲ ମିଡିଆ ବ୍ୟବହାରକାରୀ ବେଶ ପସନ୍ଦ କରିବା ସହିତ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/a05d3a6e-cb2b-432c-84db-0c493ab81860.jpg)