ଲକ୍ଷ୍ମୌ: ଉତ୍ତରପ୍ରଦେଶର ବାଗପତ ଜିଲ୍ଲାର ଟିକରି ଗ୍ରାମରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜନ୍ମ ନେଇଥିବା ବାଛୁରୀର ଦୁଇଟି ମୁହଁ ଓ ତିନିଟି ଆଖି ଥିବା ଦେଖିବାକୁ ମିଳିଛି। ଉକ୍ତ ଅଦ୍ଭୁ୍ତ ବାଛୁରୀ ଜନ୍ମ ହେବା ଖବର ସାମ୍ନାକୁ ଆସିବା ପରେ ବାଛୁରୀମାଲିକଙ୍କ ଘରେ ଲୋକଙ୍କ ପ୍ରବଳ ଭିଡ଼ ଜମୁଛି।
ଚାଷୀ ବୃଜପାଲଙ୍କ କହିବାନୁସାରେ, ଆଜି ପର୍ଯ୍ୟନ୍ତ ମୁଁ ଏମିତି କୌଣସି ବାଛୁରୀ ଦେଖି ନାହିଁ ଯାହାର ଦୁଇଟି ମୁଣ୍ଡ ଓ ତିନିଟି ଆଖି ଥିବ। ଘଟଣା ସମ୍ପର୍କରେ ଖବର ପାଇବା ପରେ ପଶୁ ଚିକିତ୍ସା ବିଭାଗର ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ। ବାଛୁରୀର ସ୍ବାସ୍ଥ୍ୟ ପରୀକ୍ଷା କରି ଏହା ବଂଶଗତ ରୋଗ ବୋଲି ଦର୍ଶାଇ କହିଥିଲେ ଏମିତି ଘଟଣା ଲକ୍ଷରେ ଗୋଟିଏ ଦେଖିବାକୁ ମିଳିଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/19/0f302614-82e4-43c7-8ee5-2e81c7bf332f-2025-06-19-17-50-32.jpg)