ରୋଗୀକୁ ବାହୁବଳୀ ଚଳଚ୍ଚିତ୍ର ଦେଖାଇ ଅସ୍ତ୍ରୋପଚାର କଲେ ଡାକ୍ତର!

କିଛି ଦିନ ତଳେ ଜଣେ ଶିଶୁ କ୍ୟାଣ୍ଡିକ୍ରସ୍‌ ଗେମ୍‌ ଖେଳୁଥିବା ସମୟରେ ତା’ର ମସ୍ତିଷ୍କ ଅସ୍ତ୍ରୋପଚାର କରାଯାଇଥିବା ଘଟଣାଟି ବେଶ୍‌ ଚର୍ଚ୍ଚା ପାଲଟିଥିଲା। ଏବେ ସେହିପରି ଆଉ ଏକ ଘଟଣା ବେଶ୍‌ ଚର୍ଚ୍ଚିତ ହୋଇଛି।

‘ବାହୁବଳୀ-୨’ ଚଳଚ୍ଚିତ୍ର ମୁକ୍ତିଲାଭ କରିବା ସଙ୍ଗେ ସଙ୍ଗେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଥିଲା। ଛୋଟ ଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ପଡିଯାଇଥିଲେ ‘ବାହୁବଳୀ’ ପ୍ରେମରେ। ମାସ ମାସ ଧରି ସିନେମା ହଲରେ ଦେଖିବାକୁ ମିଳିଥିଲା ବଏହି ଚଳଚ୍ଚିତ୍ର। କିନ୍ତୁ ସିନେମା ହଲରୁ ଏବେ ସିଧା ଅପରେସନ ଟେବୁଲକୁ ଆସିଛି ଫିଲ୍ମ ‘ବାହୁବଳୀ’ ଏଥିପାଇଁ ମଧ୍ୟ ଜଣକ ଜୀବନ ରକ୍ଷା ପାଇ ଯାଇଛି। ଏଭଳି ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ।

ଅସ୍ତ୍ରୋପଚାର ବେଳେ ‘ବାହୁବଳୀ-୨’ ଫିଲ୍ମ ଦେଖିଲେ ରୋଗୀ। ଡାକ୍ତରମାନେ ଅସ୍ତ୍ରୋପଚାରରେ ବ୍ୟସ୍ତ ଥିବାବେଳେ ଫିଲ୍ମ ଦେଖୁଥିଲେ ରୋଗୀ। ଗୁଣ୍ଟୁରର ଏକ ମଲ୍‌ଟି ସ୍ପେଶାଲିଟି ଘରୋଇ ହସପିଟାଲର ରୋଗୀକୁ ‘ବାହୁବଳୀ’ ଫିଲ୍ମ ଦେଖାଇ ଡାକ୍ତରମାନେ ମସ୍ତିଷ୍କ ଅସ୍ତ୍ରୋପଚାର କରିଛନ୍ତି।

ସୂଚନାଯୋଗ୍ୟ, ୪୩ ବର୍ଷୀୟା ବିନୟା କୁମାରୀଙ୍କ ମସ୍ତିଷ୍କର ବାମ ପଟେ ଏକ ଟ୍ୟୁମର ହୋଇଥିଲା । ତେଣୁ ତାଙ୍କୁ ଏକ ଘରୋଇ ମଲ୍‌ଟି ସ୍ପେଶାଲିଷ୍ଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ତେବେ ବିନୟାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ୨୧ ସେପ୍ଟେଟର ତାଙ୍କର ଅସ୍ତ୍ରୋପଚାର କରିବାକୁ ଡାକ୍ତର ନିଷ୍ପତି ନେଇଥିଲେ। କିନ୍ତୁ ଏଭଳି ଅପରେସନ କରିବାବେଳେ ରୋଗୀଙ୍କୁ ନିହାତି ଭାବରେ ଚେତାରେ ରହିବା ଆବଶ୍ୟକ ବୋଲି କହିଥିଲେ ଘରୋଇ ହସପିଟାଲର ନ୍ୟୁରୋସର୍ଜନ ମୁଖ୍ୟ ଶ୍ରୀନିବାସ ରେଡ୍ଡି। ଅପରେସନ ସମୟରେ ରୋଗୀର ଚେତା ନ ଯିବା ପାଇଁ ଡାକ୍ତରମାନେ ଏକ ଅଭିନବ ଉପାୟ ଅପଣାଇଥିଲେ। ଏଥିପାଇଁ ଡାକ୍ତରମାନେ ରୋଗୀଙ୍କୁ ବାହୁବଳୀ ଦେଖାଇବା ପାଇଁ ନିଷ୍ପତି ନେଇଥିଲେ।

ଡାକ୍ତରଖାନାରୁ ଘରକୁ ଫେରିବା ପରେ ବିନୟା କହିଛନ୍ତି, ସାଧାରଣ ଲୋକ ଚାହିଁଥାନ୍ତି କିପରି ଭାବେ ଅସ୍ତ୍ରୋପଚାର ଶୀଘ୍ର ଶେଷ ହେଉ। କିନ୍ତୁ ମୁଁ ଚାହୁଁଥିଲି ଏହାର ଆହୁରି ଅଧିକ ସମୟ ଧରି ହେଉ ଯାହାଫଳରେ ସେ ପୂରା ଚଳଚ୍ଚିତ୍ର ଦେଖି ପାରିଥାନ୍ତେ। ଏହି ଅସ୍ତ୍ରୋପଚାର ଦୀର୍ଘ ଦେଢ ଘଣ୍ଟା ଧରି ଚାଲିଥିଲା।

ଏହାପରେ ଆରମ୍ଭ ହୋଇଥିଲା ମସ୍ତିଷ୍କ ଅସ୍ତ୍ରୋପଚାର। ଏହି ଅସ୍ତ୍ରୋପଚାର ବେଳେ କେବଳ ଯେ, ରୋଗୀ ଜଣକ ମୁଭି ଦେଖିନଥିଲେ ବରଂ ଏହାର ଗୀତ ମଧ୍ୟ ଗୁଣୁଗୁଣାଉଥିଲେ ବୋଲି କହିଛନ୍ତି ଶ୍ରୀନିବାସ ରେଡ୍ଡି। ତେବେ ବାହୁବଳୀ ଫିଲ୍ମ ଦେଖାଇବା ପାଇଁ କାହିଁକି ନିଷ୍ପତି ନିଆଗଲା ବୋଲି ଡାକ୍ତରଙ୍କୁ ପଚାରିବାରୁ ସେ କହିଥିଲେ ଯେ ବାହୁବଳୀ ଫିଲ୍ମ ରୋଗୀଙ୍କ ପ୍ରିୟ ହୋଇଥିବାରୁ ଏହା ପ୍ରଦର୍ଶନ କରିବା ପାଇଁ ନିଷ୍ପତି ନିଆଯାଇଥିଲା। ତେବେ ଅସ୍ତ୍ରୋପଚାର ପରେ ରୋଗୀ ଜଣକ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି। ଅସ୍ତ୍ରୋପଚାର ପୂର୍ବ ଦିନ ରୋଗୀ ଜଣକ ଡରି ଯାଇଥିଲେ ଏଣୁ ତାଙ୍କ ପସନ୍ଦର ଚଳଚ୍ଚିତ୍ର ଦେଖାଇବା ପାଇଁ ଡାକ୍ତରମାନେ ନିଷ୍ପତି ନେଇଥିଲେ।

ଏହି ଅସ୍ତ୍ରୋପଚାରକୁ ‘ବାହୁବଳୀ ବ୍ରେନ ଅପରେସନ’ର ନାମ ଦିଆଯାଇଛି। ଡାକ୍ତରଖାନାରୁ ଘରକୁ ଫେରିବା ପରେ ବିନୟା କହିଛନ୍ତି, ସାଧାରଣ ଲୋକ ଚାହିଁଥାନ୍ତି କିପରି ଭାବେ ଅସ୍ତ୍ରୋପଚାର ଶୀଘ୍ର ଶେଷ ହେଉ। କିନ୍ତୁ ମୁଁ ଚାହୁଁଥିଲି ଏହାର ଆହୁରି ଅଧିକ ସମୟ ଧରି ହେଉ ଯାହାଫଳରେ ସେ ପୂରା ଚଳଚ୍ଚିତ୍ର ଦେଖି ପାରିଥାନ୍ତେ। ଏହି ଅସ୍ତ୍ରୋପଚାର ଦୀର୍ଘ ଦେଢ ଘଣ୍ଟା ଧରି ଚାଲିଥିଲା।

ସମ୍ବନ୍ଧିତ ଖବର