ଆଜି ଲୋକମାନ୍ୟ ବାଲ୍ ଗଙ୍ଗାଧର ତିଲକଙ୍କ ୧୬୪ତମ ଜନ୍ମ ବାର୍ଷିକୀ। ତାଙ୍କର ବାସ୍ତବ ନାମ ହେଉଛି କେଶବ ଗଙ୍ଗାଧର ତିଲକ। ଦେଶର ଜଣେ ଆଦ୍ୟ ସ୍ମରଣୀୟ ସ୍ବାଧୀନତା ସଂଗ୍ରାମୀ ହେବା ସହ ଚିନ୍ତକ, ଦାର୍ଶନିକ ଓ ଶିକ୍ଷକ ମଧ୍ୟ ଥିଲେ। ସେ ୧୯୫୬ ମସିହା ଜୁଲାଇ ୨୩ ତାରିଖରେ ମହାରାଷ୍ଟ୍ରର ରତ୍ନଗିରିରେ ଜନ୍ମଲାଭ କରିଥିଲେ। ତେବେ, ଚାଲନ୍ତୁ ଜାଣିବା ଏହି ମହାନ ବ୍ୟକ୍ତି କହି ଯାଇଥିବା କିଛି ମହତ ବାଣୀ।
: ସ୍ବରାଜ ମୋର ଜନ୍ମଗତ ଅଧିକାର, ଯାହା ସର୍ବଦା ମୋର ହେଇ କରି ରହିିବ।
: ଆମ ରାଷ୍ଟ୍ର ଏକ ଗଛ ପରି, ଯାହାର ମୂଳ ହେଉଛି ସ୍ବରାଜ।
: ଯଦି ଭଗବାନଙ୍କ ଭିତରେ ଛୁଆଁଅଛୁଆଁ ଅଛି ତ ମୁଁ ତାଙ୍କୁ ଈଶ୍ବର କହିବି ନାହିଁ।
: ଜୀବନ ଏକ ତାସ ଖେଳ ପରି। ତାସର କାର୍ଡ ବାଛିବା ଆମ ହାତରେ ନଥାଏ, ମାତ୍ର ଯାହା ମିଳିଲା ତାହାକୁ ଠିକ୍ ଭାବେ ଖେଳିବା ଆମ ହାତରେ ଥାଏ।
/sambad/media/post_attachments/wp-content/uploads/2020/07/719nDldEoL._SX355_-300x232.jpg)
Amazon.in
: ଉତ୍ସ ଓ କ୍ଷମତାର ଅଭାବ କେବେ ସମସ୍ୟା ନୁହେଁ, ଇଚ୍ଛା ଶକ୍ତିର ଅଭାବ ହିଁ ପ୍ରଥମ ସମସ୍ୟା।
: ସବୁ କିଛି ପରେ ବି ଆମ ହତ୍ୟାକାରୀ, ଆମ ଭାଇ ସଦୃଶ।
: ଅଳସୁଆଙ୍କ ପାଇଁ ଈଶ୍ବର ନ ଥାନ୍ତି, ଈଶ୍ବର କର୍ମଠ ଲୋକଙ୍କ ପାଇଁ ଜନ୍ମ ଦିଅନ୍ତି।
: କୌଣସି ଅସୁବିଧା ସମୟରେ ବିପଦ କିମ୍ବା ଅସଫଳତାର ଭୟ କରନ୍ତୁ ନାହିଁ, ତାହା ନିଶ୍ଚିତ ଭାବେ ଆପଣଙ୍କ ପଥରେ ଆସିବ, ସଜାଗ ରୁହନ୍ତୁ।