ନୂଆଦିଲ୍ଲୀ: ଅଗଷ୍ଟ ୯ ତାରିଖ ରକ୍ଷାବନ୍ଧନ ପର୍ବ। ରକ୍ଷାବନ୍ଧନ ଦିନ ଭଉଣୀ ତାର ଭାଇ ହାତରେ ରକ୍ଷା ସୂତ୍ର ବାନ୍ଧିଥାଏ ତେଣୁ ଏହାକୁ ଭାଇ ଏବଂ ଭଉଣୀଙ୍କ ପର୍ବ ଭାବରେ ପାଳନ କରାଯାଏ।
ଚଳିତ ରକ୍ଷାବନ୍ଧନରେ ଜଣେ ଭଉଣୀର ଦୁଃଖର କାହାଣୀ ସାମ୍ନାକୁ ଆସିଛି। ଦୀର୍ଘ ୮ ବର୍ଷ ଧରି ପାକିସ୍ତାନର କୋଟ ଲଖପତ କେନ୍ଦ୍ରୀୟ ଜେଲରେ ବନ୍ଦୀ ଥିବା ଭାଇ ପାଖକୁ ଭଉଣୀ ଚିଠି ଲେଖି ଚାଲିଛନ୍ତି କିନ୍ତୁ ଦୁଃଖର ବିଷୟ ତାଙ୍କର ଏ ଚିଠି ଆଜି ପର୍ଯ୍ୟନ୍ତ ଭାଇ ପାଖରେ ପହଞ୍ଚି ପାରୁନାହିଁ।
ସଂଘମିତା ଖୋବ୍ରାଗଡେ ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାଇ ପାଖକୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି, ‘ ମୋ ଭାଇ ତୁ ଯେଉଁଠିବି ଥାଏ ବଞ୍ଚିଥାଏ। ତୁ ଗଲା ଦିନ ଠାରୁ ମୁଁ ଅନ୍ୟ ଭାଇମାନଙ୍କ ହାତରେ ବି ରାକ୍ଷୀ ବାନ୍ଧୁ ନାହିଁ। ତେତେ ଯେବେ ପାକିସ୍ତାନ ଜେଲରୁ ମୁକୁଳାଇ ଆଣିବି ସେବେ ମୁଁ ତୋ ହାତରେ ରାକ୍ଷୀ ବାନ୍ଧି ଦେବି। ଆଶା କରୁଛି ମୋର ଏ ଚିଠି ତୋର ପାଖରେ ଚଳିତଥର ପହଞ୍ଚିଯାଉ।’
ବାଲାଘାଟର ସଂଘମିତ୍ରା ଖୋବ୍ରାଗଡେଙ୍କ ଭାଇ ପ୍ରସନ୍ନଜିତ ରଙ୍ଗାରି ପ୍ରାୟ ଆଠ ବର୍ଷ ପୂର୍ବେ ଘରୁ ହଠାତ୍ କେଉଁଆଡେ ନିଖୋଜ ହୋଇଯାଇଥିଲେ। ଅନେକ ଦିନ ପରେ ଖବର ଆସିଲା କି ପ୍ରସନ୍ନଜିତ ପାକିସ୍ତାନ ଜେଲରେ ବନ୍ଦୀ ଅଛନ୍ତି। ସେବେଠାରୁ ପ୍ରସନ୍ନଜିତଙ୍କୁ ପାକିସ୍ତାନ ଜେଲରୁ ପରିବାରଲୋକ ମୁକୁଳାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି।