ସୂର୍ଯ୍ୟାସ୍ତ ପରେ ଗାଁକୁ ଯିବା ମନା, ଚର୍ଚ୍ଚାହୁଏ ରାତିହେଲେ ସେଠି ଆରମ୍ଭ ହୋଇଯାଏ ଅଶରୀରୀଙ୍କ ଉତ୍ପାତ

ଚମ୍ପାୱତ: ଭୟଙ୍କର ଗାଁ, ଅଭିଶପ୍ତ ଗାଁ, ଭୂତ ପ୍ରେତ ଡାହାଣୀଙ୍କ ଗାଁ ।.. ଏହି ଗାଁରେ ପାଦେ ପାଦେ ବିପଦ। ରାତିହେଲେ ଗାଁରେ ଅଶରୀରୀ ଆତ୍ମାଙ୍କର ଉତ୍ପାତ ଆରମ୍ଭ ହୋଇଯାଏ । ରାତି ଯେତିକି ବଢେ, ଗାଁରେ ସେତିକି ଭୟଙ୍କର ସ୍ଥିତି ସୃଷ୍ଟି ହୁଏ । ବିକଟାଳଶବ୍ଦ, ଅଟହାସ୍ୟରେ ପୂରା ଗାଁ କମ୍ପମାନ ହୁଏ । ରାତି ସାରା ଗାଁରେ ଘୂରିବୁଲନ୍ତି ୮ଟି ଆତ୍ମା ।.. କହାଯାଉଛି କି ଏହି ଗାଁରେ ଜଣେ ହେଲେ କାହାକୁ ରଖାଇ ଦେଉନାହାନ୍ତି ଏହି ଅଶରୀରୀ ଆତ୍ମାସବୁ । ବାହାର ଗାଁର ଲୋକେ ରାତିହେଲେ ଏହି ଗାଁକୁ ଯିବା ଦୂରେ ଥାଉ, ଯିବା କଥା ଭାବିଲେ ଭୟରେ ଥରି ଉଠନ୍ତି ।
ଉତ୍ତରାଖଣ୍ଡର ଚମ୍ପାୱତ ଜିଲ୍ଲାରେ ରହିଛି ଏହି ଭୟଙ୍କର ଗାଁ ସ୍ୱାଲା । ୧୯୫୨ ମସିହା ପୂର୍ବରୁ ଏହି ଗାଁ ଅନ୍ୟ ଗାଁ ପରି ଥିଲା ସାଧାରଣ । ହେଲେ ୧୯୫୨ ମସିହାରେ ଏଠାରେ ଏମିତି ଏକ ଘଟଣା ଘଟିଲା, ଯାହା ପରଠାରୁ ବଦଳିଗଲା ଗାଁର ଚିତ୍ର । ଭୂତ ଗାଁ ନାଁରେ ଏହା କେବଳ ସ୍ଥାନୀୟ ଅଂଚଳ କାହିଁକି ପୂରା ରାଜ୍ୟରେ ପରିଚିତ ହେଲା । ପ୍ରକୃତରେ ଏଠାରେ ଏମିତି କଣ ଘଟିଥିଲା, ଆସନ୍ତୁ ଜାଣିବା ।..

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ୧୯୫୨ ମସିହାରେ ପ୍ରୋଭିନସିଆଲ ଆର୍ମଡ୍ କନଷ୍ଟେବୁଲାରି, ପିଏସିର ଏକ ବାଟାଲିଅନ ସ୍ୱାଲା ଗାଁ ଦେଇ ଯାଉଥିଲା । ବାଟାଲିୟନ ଯିବା ସମୟରେ ସେମାନଙ୍କର ଏକ ଗାଡି ଗାଁ ନିକଟରେ ଏକ ଖାଇରେ ଖସିପଡିଥିଲା । ଏହି ଗାଡିରେ ଥିବା ୮ ଜଣ ଅଫିସର ସାହାଯ୍ୟ ପାଇଁ ଗାଁ ଲୋକଙ୍କୁ ଚିତ୍କାର କରି ଡାକିଥିଲେ । ସେମାନଙ୍କ ପାଟି ଶୁଣି ଗାଁ ଲୋକେ ଆସିଲେ ହେଲେ ସେମାନଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ସେମାନଙ୍କ ଜିନିଷ ଲୁଟିନେଲେ । ସେହି ଖାଇ ଭିତରେ ହିଁ ୮ ଜଣ ଯବାନ ଅତି ବିକଳ ଅବସ୍ଥାରେ ପ୍ରାଣ ହରାଇଥିଲେ ।

ଏହି ଯବାନଙ୍କର ମୃତ୍ୟୁ ପରେ ବଦଳି ଯାଇଥିଲା ଗାଁର ଅବସ୍ଥା । କୁହାଯାଉଛି କି ଗ୍ରାମବାସୀଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ଗାଁ ମୁହାଁ ହୋଇଥିଲେ ୮ ଯବାନଙ୍କ ଆତ୍ମା । ପ୍ରତିଦିନ ଗାଁରେ ଅଜବ ଘଟଣାସବୁ ଘଟିଲା । ୮ ଯବାନଙ୍କ ପ୍ରେତାତ୍ମା ଗାଁରେ ଉତ୍ପାତ କରିବାକୁ ଲାଗିଲେ ।
ଶେଷରେ ପରିସ୍ଥିତି ଏମିତି ହେଲା ଯେ ଗାଁରେ ରହିବା ଲୋକଙ୍କ ପାଇଁ ଅସମ୍ଭବ ହୋଇପଡିଲା । ନିଜର ଭୁଲ ବୁଝି ପାରି ଗ୍ରାମବାସୀ ଗାଡି ଖାତକୁ ପଡିଥିବା ସ୍ଥାନରେ ଏକ ମନ୍ଦିର ତିଆରି କରିଥିଲେ । ହେଲେ ପରିସ୍ଥିତିରେ କୌଣସି ସୁଦ୍ଧାର ହୋଇନଥିଲା । କିଛି ଦିନ ଭିତରେ ଏହି ଗାଁ ଖାଲି ହୋଇଗଲା । ଜୀବନ ବଂଚାଇବା ପାଇଁ ଗାଁ ଲୋକେ ପଡୋଶୀ ଗାଁକୁ ଚାଲିଗଲେ ।.. ଏବେ ବି ସ୍ୱାଲା ଗାଁରେ ଥିବା ଏହି ଭଙ୍ଗା ଘର ବୟାନ କରୁଛି, ଭୂତ ଭୟରେ କେମିତି ଏକ ସୁନ୍ଦର ଗାଁ ଛାରଖାର ହୋଇଗଲା ।

ସମ୍ବନ୍ଧିତ ଖବର