କଦଳୀ ରସରେ ପ୍ରସ୍ତୁତ ହେବ ପରିବେଶ ଅନୁକୂଳ ସ୍ୟାନିଟରି ନ୍ୟାପକିନ୍‌, ୧୨୦ ଥର ହୋଇପାରିବ ବ୍ୟବହାର

ନୂଆଦିଲ୍ଲୀ: ଆଇଆଇଟି ଦିଲ୍ଲୀ ସହିତ ଜଡ଼ିତ ଏକ ଷ୍ଟାର୍ଟଅପ ୧୨୦ ଥର ବ୍ୟବହାର କରାଯାଇ ପାରିବା  ଭଳି ସ୍ୟାନିଟରି ନ୍ୟାପକିନ୍‌ ପ୍ରସ୍ତୁତ କରିଛନ୍ତି। ଏହି ନ୍ୟାପକିନ୍‌ର ସ୍ୱତନ୍ତ୍ରତା ହେଉଛି କି ଏହାକୁ କଦଳୀ ରସରେ  ପ୍ରସ୍ତୁତ କରାଯାଇଛି। ଏହା ୨ବର୍ଷ ପର୍ଯ୍ୟନ୍ତ ଚାଲି ପାରିବ ଏବଂ ଏହାକୁ ୧୨୦ ଥର ବ୍ୟବହାର କରାଯାଇପାରିବ।

ଆଇଆଇଟି ଦିଲ୍ଲୀର ପ୍ରଫେସରଙ୍କ ସାହାଯ୍ୟରେ ‘ସ୍ୟାନଫେ’ ସଂସ୍ଥା ଦ୍ୱାରା ତିଆରି କରାଯାଇଥିବା ଦୁଇଟି ନ୍ୟାପକିନ୍‌ ମୂଲ୍ୟ ୧୯୯ଟଙ୍କା ରଖା ଯାଇଛି। ଷ୍ଟାର୍ଟଅପ୍‌ର ସଂସ୍ଥାପକ ଅର୍ଚିତ ଅଗ୍ରଓ୍ଵାଲଙ୍କ କହିବାନୁସାରେ, ଅଧିକାଂଶ ସ୍ୟାନିଟରି ନ୍ୟାପକିନ୍‌ ସିନ୍‌ଥେଟିକ୍‌ ସାମଗ୍ରୀ ଓ ପ୍ଲାଷ୍ଟିକ୍‌ରେ ବନାଯାଇଥାଏ। ଏହାକୁ ମାଟିରେ ମିଶିବାକୁ ୫୦ରୁ ୬୦ବର୍ଷ ପର୍ଯ୍ୟନ୍ତ ଲାଗିଥାଏ। ବ୍ୟବହାର କରାଯାଉଥିବା ନ୍ୟାପକିନ୍‌କୁ ଅଳିଆଗଦା, ଖୋଲା ସ୍ଥାନ, ନାଳ, ନଦୀରେ ପକାଇ ଦିଆଯାଇଥାଏ ନଚେତ ଜଳାଇ ଦିଆଯାଇଥାଏ। ଏହା ପରିବେଶକୁ ନଷ୍ଟ କରିବା ସହିତ ନ୍ୟାପକିନ୍‌କୁ ଜଳାଇବା ଦ୍ୱାରା ଏଥିରୁ ବାହାରୁ ଥିବା ବିଷାକ୍ତ ଗ୍ୟାସ୍‌ ବାୟୁ ପ୍ରଦୂଷଣ ବି କରିଥାଏ। ଏହାକୁ ଦୃଷ୍ଟିରେ ରଖି ଏଭଳି ନ୍ୟାପକିନ୍‌ ପ୍ରସ୍ତୁତ କରାଯାଇଛି।

ସମ୍ବନ୍ଧିତ ଖବର