ବାରାଣସୀ: ସମାଜରେ ମହିଳାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ବାରାଣସୀର ଜଣେ ଯୁବକ ବି ଅଣ୍ଟା ଭିଡ଼ି ମହିଳାଙ୍କ ସୁରକ୍ଷା ପାଇଁ ଆଗେଇ ଆସି ଏକ ସ୍ୱତନ୍ତ୍ର ଜିନିଷ ତିଆରି କରିଛନ୍ତି। ଶ୍ୟାମ ଚୌରାସିଆ ନାମକ ଏହି ଯୁବକ ମହିଳାମାନଙ୍କ ପାଇଁ ଏକ ନୂଆ ପ୍ରକାରର ଲିପ୍‌ ଷ୍ଟିକ୍‌ ତିଆରି କରିଛନ୍ତି, ଯାହା ମହିଳାମାନଙ୍କର ଅସୁବିଧା ସମୟରେ କାମରେ ଆସିବ।

Advertisment

ପ୍ରକାଶିତ ରିପୋର୍ଟ ମୁତାବକ, ସେ ଏଭଳି ଏକ ବନ୍ଧୁକ ବା  ‘ଗନ୍‌’ ପ୍ରସ୍ତୁତ କରିଛନ୍ତି, ଯାହା  ଅବିକଳ ଲିପ୍‌ଷ୍ଟିକ୍‌ ଭଳି ଦେଖାଯାଉଛି। ଏହାର ନାମ ‘ସ୍ମାର୍ଟ ଆଣ୍ଟି ଟିଜିଂ ଲିପଷ୍ଟିକ୍‌ ଗନ୍‌’ ରଖାଯାଇଛି। ଶ୍ୟାମ ଚୌରାସିଆ ଏହି ‘ଗନ୍‌ ଲିପ୍‌ଷ୍ଟିକ୍‌’କୁ ନେଇ କହନ୍ତି, ଅସୁବିଧାରେ ପଡ଼ିଥିବା ମହିଳା ଯଦି ଏହି ‘ଲିପିଷ୍ଟିକ୍‌ ଗନ୍‌’କୁ ଦବାଇବେ ସେଥିରୁ ଗୁଳି ଫୁଟିବା ଭଳି ଜୋରଦାର ଶବ୍ଦ ହେବ। ଆଉ ଏହି ଶବ୍ଦ ଏକ କିଲୋମିଟର ପର୍ଯ୍ୟନ୍ତ ଶୁଣାଯିବ, ଯାହାକୁ ଶୁଣି ଆଖପାଖରେ ଥିବା ଲୋକମାନେ ଘଟଣାସ୍ଥଳକୁ ଦୌଡ଼ି ଆସି ଉକ୍ତ ମହିଳାଙ୍କ ସାହାଯ୍ୟ ପାଇଁ ପହଞ୍ଚିଯିବେ।

Image result for banaras-man-develops- lipstick-gun NDTV.com

କେବଳ ଏତିକି ନୁହେଁ,  ‘ଲିପ୍‌ଷ୍ଟିକ୍‌ ଗନ୍‌’ର ବଟମ୍‌ ଦବାଇବା ମାତ୍ରେ ୧୧୨ (ହେଲପ୍‌ଲାଇନ୍‌ ନମ୍ବର)କୁ କଲ ପଳାଇବ। ଏଥିସହିତ ମହିଳା ଯେଉଁ ସ୍ଥାନରେ ଥିବେ ତାହାର ଲାଇଭ୍‌ ଲୋକେସନ୍‌ ବି ପୁଲିସ ଓ ପରିବାରଲୋକଙ୍କ ପାଖରେ ଯାଇ ପହଞ୍ଚିଯିବ। ଏହା ଦ୍ବାରା  ମହିଳାଙ୍କୁ ସାହାଯ୍ୟ ମିଳି ପାରିବ।

publive-image navbharattimes

ସ୍ଥାନୀୟ ଅଶୋକା ଇନଷ୍ଟିଚ୍ୟୁଟରେ ପାଠପଢୁଥିବା ଶ୍ୟାମ ଚୌରାସିଆଙ୍କ କହିବାନୁସାରେ, ତାଙ୍କୁ ଏହି ‘ଲିପ୍‌ଷ୍ଟିକ୍‌ ଗନ୍‌’ ତିଆରି କରିବା ପାଇଁ ଏକ ମାସରୁ ଅଧିକ ସମୟ ଲାଗିବା ସହିତ ୫୦୦ରୁ ୬୦୦ଟଙ୍କା ଖର୍ଚ୍ଚ ହୋଇଥିଲା। ତାଙ୍କର ଲକ୍ଷ୍ୟ ଏହି ଡିଭାଇସ୍‌ ଖୁବ୍‌ ଶୀଘ୍ର ଅଧିକରୁ ଅଧିକ ମହିଳାଙ୍କ ପାଖରେ ପହଞ୍ଚୁ। ଫଳରେ ସେମାନେ ଏହି ଛୋଟ ଜିନିଷକୁ ଆଧାର କରି ନିଜର ଆତ୍ମରକ୍ଷା କରି ପାରିବେ।