୨୫ଥର ସର୍ଜରି ପରେ ‘ଟ୍ରି -ମ୍ୟାନ୍‌’ ଅସୁସ୍ଥ: ଦିନକୁ ଦିନ ହାତ ଓ ପାଦରେ ବଢ଼ୁଛି ଗଛ, ଚିକିତ୍ସା ପାଇଁ ହସ୍‌ପିଟାଲ୍‌ରେ ଭର୍ତ୍ତି

ବାଂଲାଦେଶ : ‘ଟ୍ରି ମ୍ୟାନ୍‌’ ନାମରେ ପରିଚିତ ବାଂଲାଦେଶର ଅବଦୁଲ ବାଜନଦାରଙ୍କର ହାତ ଏବଂ ପାଦର ଚର୍ମରେ ବଢ଼ୁଥିବା ଗଛ ପାଇଁ ଚର୍ଚ୍ଚାରେ ଅଛନ୍ତି। ୨୦୧୬ରୁ ଏଯାବତ୍‌ ଅବଦୁଲଙ୍କ ୨୫ଟି ସର୍ଜରି ହୋଇ ସାରିଛି। ଏହା ସତ୍ତ୍ୱେ  ଏହି ରୋଗକୁ ଠିକ୍‌ କରିବା ପାଇଁ ଆଉ ଥରେ ସର୍ଜରି ଆବଶ୍ୟକ ବୋଲି ଡାକ୍ତର କହିଥିଲେ। ଅବଦୁଲ ବାଜନଦାର ‘ଏପିଡ଼ରମୋଡ଼ାଇପ୍ଲାସିଆ ବିରୁସିଫୋରମିସ’ ନାମକ ରୋଗରେ ପୀଡିତା ହୋଇଥିବା ଜଣାପଡ଼ିଛି। ଏହି ରୋଗକୁ ଟ୍ରିମ୍ୟାନ୍‌ ସିଣ୍ଡ୍ରୋମ୍‌ କୁହାଯାଇଛି।

ବାଂଲାଦେଶରେ ବସବାସ କରୁଥିବା ଅବଦୁଲ ବାଜନଦାରଙ୍କ ବୟସ ୨୮ବର୍ଷ ପାଖାପାଖି ହେବ। ଏଭଳି ରୋଗ ପାଇଁ ଅବଦୁଲ ବହୁତ ଚିନ୍ତାରେ ପଡ଼ି ଯାଇଛନ୍ତି। ‘ଏପିଡ଼ରମୋଡ଼ାଇପ୍ଲାସିଆ ବିରୁସିଫୋରମିସ’ ଏକ ଅଦ୍ଭୁତ ରୋଗ। ଏହା ଭଳି ରୋଗ ଜେନେଟିକ୍‌ ସ୍କିନ୍‌ ଡିସ୍‌ଅର୍ଡର ହେତୁ ହୋଇଥାଏ। ଦୁନିଆରେ ୬ରୁ କମ ଲୋକ ଏହି ଅଦ୍ଭୁତ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଅସ୍ତ୍ରୋପଚାର ପରେ ତାଙ୍କର ରୋଗ ଠିକ ହୋଇ ଯାଇଛି ବୋଲି କହିଥିଲେ ଡ଼ାକ୍ତର କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବେ ଠିକ୍‌ ହୋଇ ନ ଥିଲା । ଏହା ଡାକ୍ତରଙ୍କ ଚିନ୍ତାର କାରଣ ପାଲଟି ଯାଇଛି। ଦିନକୁ ଦିନ ଅବଦୁଲଙ୍କ ଶରୀର ଅବସ୍ଥା ଖରାପ ହେବାକୁ ଲାଗିଛି। ତାଙ୍କ ହାତ ଓ ଗୋଡ ଚର୍ମରେ ଗଛ ଏମିତି ଭାବେ ବୃଦ୍ଧି ପାଇବାରେ ଲାଗିଛି କି ତାଙ୍କୁ ଦୈନଦିନ କାର୍ଯ୍ୟ କରିବାରେ କଷ୍ଟ ହେଉଛି। ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ତାଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି ହେବାକୁ ପଡ଼ିଛି।

ଅବଦୁଲ ଆଶା କରିଛନ୍ତି କି, ଡାକ୍ତର ଏହି ଥରକ ତାଙ୍କ ରୋଗ ଭଲ କରିଦେବେ। ଚଳିତ ଥର ସେ ଚିକିତ୍ସା ଚାଲୁ ଥିବା ସମୟରେ ହସ୍‌ପିଟାଲରୁ ଫେରାର ହୋଇଯାଇଥିଲେ। ତେଣୁ ଚିକିତ୍ସା ଅଧାରେ ରହି ଯାଇଥିଲା।

ସମ୍ବନ୍ଧିତ ଖବର