ବଡ଼ ଜାହାଜ ତଳେ ଚାପି ହୋଇଗଲା ଛୋଟ ଡଙ୍ଗା: ୧୦୦ ନିଖୋଜ୍, ଭାଇରାଲ ଭିଡିଓରେ ଦେଖନ୍ତୁ ସେ ସମୟର ହୃଦୟଥରା ଦୃଶ୍ୟ

ନୂଆଦିଲ୍ଲୀ: ବଡ଼ ଜାହାଜ ତଳେ ଚାପି ହୋଇଗଲା ଛୋଟ ଡଙ୍ଗା। ଚାହୁଁଚାହୁଁ ପାଣିରେ ବୁଡ଼ିଗଲେ ଡଙ୍ଗାରେ ବସିଥିବା ଲୋକେ। ଏହି ଘଟଣା ଘଟିବା ସମୟର ଏକ ଭିଡିଓ ଭାଇରାଲ ହୋଇଥିବା ବେଳେ ଭିଡିଓଟି ଛାତି ଥରାଇ ଦେବା ଭଳି ହୋଇଛି। ଘଟଣା ଘଟିବା ପରେ ୧୦୦ଜଣ ନିଖୋଜ ହୋଇଯାଇଥିବା ନେଇ ସୂଚନା ମିଳିଛି।

ବାଂଲାଦେଶର ଘଟିଥିବା ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଏକ ଛୋଟ ଡଙ୍ଗା ଏକ ବଡ ଜାହାଜ ତଳେ ଲାଗି ରହିଥିବା ଦେଖାଯାଉଛି। କିଛି ସମୟ ଧରି ଡଙ୍ଗାଟି ବଡ଼ ଜାହାଜ ତଳେ ଲାଗି ରହିଥିବା ସହ ପରେ ଓଲଟି ପଡ଼ୁଛି। ଏହା ଫଳରେ ଡଙ୍ଗାରେ ବସିଥିବା ଲୋକେ ଗୋଟେ ଗୋଟେ ହୋଇ ପାଣିକୁ ଖସି ପଡ଼ୁଛନ୍ତି। ଏହି ଦୁର୍ଘଟଣାରେ ଅତି କମରେ ଡଙ୍ଗାରେ ବସିଥିବା ଅଧା ଲୋକ ପ୍ରାଣ ହରାଇଥିବା ବେଳେ ୧୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ବାଂଲାଦେଶର ରାଜଧାନୀ ଢ଼ାକା ନିକଟସ୍ଥ ଶୀତାଲଖ୍ୟା ନଦୀରେ ଏମଭି ଆଫସୁରୁଦ୍ଦିନର ଏମଭି ରୁପୋସି-୯ ମାଲବାହୀ ଜାହାଜ ସହ ଡଙ୍ଗାଟି ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି।

  ndtv

ଡଙ୍ଗା ଲାଗିଥିବା ଜାଣି ମାଲବାହୀ ଜାହାଜଟି ଅଟକିଥିଲେ ବି ସେତବେଳକୁ ଡଙ୍ଗାଟି ବୁଡ଼ିଯାଇଥିଲା। ଡଙ୍ଗାରେ ବସିଥିବା ଲୋକେ ଜାହାଜ ତଳେ ଚାପି ହୋଇଯିବା ସହ କିଛି ଲୋକ ଗଭୀର ପାଣି ଭିତରେ ଅଣନିଶ୍ବାସୀ ହୋଇ ମୃତ୍ୟୁବରଣ କରିଥିଲେ।

ସମ୍ବନ୍ଧିତ ଖବର