୪୮ବର୍ଷ ପୂର୍ବେ ହଜି ଯାଇଥିବା ଶଶୁରଙ୍କୁ ଫେସବୁକ୍ ଭିଡିଓ ଜରିଆରେ ଖୋଜି ପାଇଲେ ବୋହୂ

ଢ଼ାକା: ଜଣେ ବାଂଲାଦେଶୀ  ବ୍ୟକ୍ତି ନିଜର ବ୍ୟବସାୟିକ କାମରେ ଘରୁ ବାହାରି କେଉଁଆଡେ ନିଖୋଜ ହୋଇଯାଇଥିଲେ।  ବହୁ ଖୋଜାଖୋଜି ପରେ ବି ତାଙ୍କର ପତ୍ତା ମିଳି ନଥିଲା।  ଦୀର୍ଘ ୪୮ବର୍ଷ ପରେ ଫେସ୍‌ବୁକ୍‌ର ଏକ ଭିଡିଓ ମାଧ୍ୟମରେ ସେ ନିଜର ପରିବାର ପାଖକୁ ଫେରି ଆସିଛନ୍ତି।

Image result for bangladeshi-man-reunited-with-family
Times of India

ହବିବୁର ରହମାନ ସିଲହଟସ୍ଥିତ ବଜଗ୍ରାମରେ ରଡ ଓ ସିମେଣ୍ଟ ବ୍ୟବସାୟ କରୁଥିଲେ। ୩୦ବର୍ଷ ବୟସରେ ସେ ନିଖୋଜ ହେବା ପରେ ତାଙ୍କର ପରିବାର ଲୋକ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ। କିନ୍ତୁ ତାଙ୍କର କୌଣସି ସନ୍ଧାନ ପାଇ ନ ଥିଲେ। ହବିବୁରଙ୍କ ପତ୍ନୀ ସ୍ୱାମୀଙ୍କ ଆସିବା ବାଟକୁ ଅପେକ୍ଷା କରିକରି ୨୦୦୦ମସିହାରେ ସବୁଦିନ ପାଇଁ ଆଖିବୁଜି ଥିଲେ।

ଆମେରିକାରେ ରହୁଥିବା ହବିବୁରଙ୍କ ବଡ଼ ପୁଅଙ୍କ ପତ୍ନୀ ଗତ ଶୁକ୍ରବାର ସୋସିଆଲ ମିଡିଆରେ ଜଣେ ରୋଗୀଙ୍କ ପାଇଁ ଆର୍ଥିକ ସହାୟତା ମାଗୁଥିବା ଜଣେ ବ୍ୟକ୍ତିଙ୍କ ଭିଡିଓ ଦେଖିଥିଲେ। ଏହି ଭିଡିଓରେ ବ୍ୟକ୍ତି ଟଙ୍କା ଅଭାବ ହେତୁ ରୋଗୀଙ୍କ ଚିକିତ୍ସା ହୋଇପାରୁ ନ ଥିବା କହିଥିଲେ। ଭିଡିଓକୁ ଦେଖିବା ପରେ ମହିଳା ନିଜ ସ୍ୱାମୀଙ୍କ ପାଖକୁ ଏହି ଭିଡିଓ ପଠାଇଥିଲେ। ହବିବୁରଙ୍କ ବଡ଼ ପୁଅ ଏହି ଭଡିଓ ଦେଖିବା ପରେ, ଏଥିରେ ଦର୍ଶାଯାଇଥିବା ରୋଗୀ ତାଙ୍କ ବାପାଙ୍କ ଭଳି ଦେଖା ଯାଉଥିବା ସେ ତାଙ୍କର ସାନ ଭାଇଙ୍କୁ କହିଥିଲେ। ଏହା ପରେ ଦୁଇଭାଇ ସିଲହଟ ଯାଇ ଭିଡିଓରେ ଦେଖିଥିବା ରୋଗୀ ବିଷୟରେ ପଚାରି ବୁଝିଥିଲେ।

Image result for bangladeshi-man-reunited-with-family
India.com

ଗତ ଶନିବାର ସକାଳେ ଦୁଇ ଭାଇ ହସ୍‌ପିଟାଲ୍‌ରେ ପହଞ୍ଚିଥିଲେ। ହସ୍‌ପିଟାଲ୍‌ରେ ପହଞ୍ଚିବା ପରେ ଦୁହେଁ ଜାଣିବାକୁ ପାଇଲେ ଯେ ଭିଡିଓରେ ଯେଉଁ ରୋଗୀଙ୍କ ଅର୍ଥ ଅଭାବରୁ ଚିକିତ୍ସା ହୋଇପାରୁ ନ ଥିବା ସେମାନେ ଦେଖିବାକୁ ପାଇଥିଲେ ସେ ଆଉ କେହି ନୁହନ୍ତି ତାଙ୍କର ନିଖୋଜ ହୋଇଯାଇଥିବା ପିତା। ଦୀର୍ଘ ୪୮ବର୍ଷ ପରେ ପରିବାର ନିଜ ପିତାଙ୍କୁ ପାଇ ଖୁସିରେ ଭୋଭୋ ହୋଇ କାନ୍ଦି ଉଠିଥିଲେ। ଅସୁସ୍ଥ ପିତାଙ୍କ ଚିକିତ୍ସା ପାଇଁ ଏକ ଘରୋଇ ହସ୍‌ପିଟାଲ୍‌ରେ ହବିବୁରଙ୍କୁ ଦୁଇପୁଅ ଭର୍ତ୍ତି କରିଛନ୍ତି ।

ସମ୍ବନ୍ଧିତ ଖବର