ନୂଆଦିଲ୍ଲୀ: ରାଜସ୍ଥାନର ଢ଼ାଣିରେ ଚୁଡ଼ି ବିକ୍ରି କରୁଥିବା ଜଣେ ଅଭାବୀ ମା’ର ପୁଅ ସିଆରପିଏଫର ସବଇନ୍ସପେକ୍ଟର ଭାବେ ନିଯୁକ୍ତି ପାଇଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚା ହେଉଛି।
ସିଆରପିଏଫର ସବଇନ୍ସପେକ୍ଟର ଭାବେ ନିଯୁକ୍ତି ପାଇଥିବା ରାହୁଲ ଗ୍ବାରିୟାଙ୍କ ମା’ ଓ ବାପା ଖୁସି ହୋଇ ଭୋକଶୋଷ ଭୁଲି ଯାଇଛନ୍ତି। ପୁଅର ଏହି ସଫଳତା ପରେ ଜୀବନରେ ସାମ୍ନା କରିଥିବା ସମସ୍ତ ଦୁଃଖକଷ୍ଟକୁ ଭୁଲି ଯାଇଛନ୍ତି ରାହୁଲଙ୍କ ବାପା ଓ ବାପା।
ସିଆରପିଏଫର ସବଇନ୍ସପେକ୍ଟର ରାହୁଲ ଗ୍ବାରିୟା କହିଛନ୍ତି, ‘ଆମ ସମାଜରେ ପୁଅ ହେଉ କି ଝିଅ କେହି ପାଠ ପଢ଼ନ୍ତି ନାହିଁ। କାରଣ ଆମ ସମାଜ ପିଲାଙ୍କୁ ପାଠପଢ଼ିବାକୁ ପ୍ରୋତ୍ସାହିତ କରେ ନାହିଁ। କିନ୍ତୁ ମୋର ବାପା ଓ ମା’ ଗାଁ ଗାଁ ବୁଲି ଚୁଡ଼ି ବିକ୍ରି କରି ମୂଲ ଲାଗି ମୋତେ ପାଠ ପଢ଼ାଇଥିଲେ। ଏଥିପାଇଁ ସେମାନଙ୍କୁ ସମାଜ ଅନେକ ଟାହିଟାପରା ବି କରିଛି। କିନ୍ତୁ ମୋତେ ମଣିଷ କରିବାକୁ ସେମାନେ ସେସବୁକୁ କିଛି ଶୁଣି ନଥିଲେ। ଯିଏ ଯାହା କହୁ, କାହାରି କଥାକୁ ଖାତିର କରୁ ନଥିଲେ। କାରଣ ସେମାନଙ୍କ ବିଶ୍ବାସ ଥିଲା ତାଙ୍କ ପୁଅ ଦିନେ ମଣିଷ ହେବ। ତାଙ୍କ ନାମ ରଖିବ। ଯେଉଁ କଥା ସବୁବେଳେ ମୋତେ ବାପା ଓ ମା’ ବୁଝାଇ ଆସୁଥିଲେ।’’
ଆଜି ଯେତେବେଳେ ମୁଁ ଏହି ସଫଳତା ପାଇଛି ମୋ ବାପା ଓ ମା’ଙ୍କୁ ଥଟ୍ଟା କରୁଥିବା ଲୋକଙ୍କ ମୁହଁ ଚୁପ ହୋଇଯାଇଛି। ମୋ ମା’ ସମସ୍ତଙ୍କୁ ବୁଲିବୁଲି କହୁଛନ୍ତି ‘ମୁଁ ଏବେ ଗର୍ବର ସହ କହିବି ଚୁଡ଼ି ବିକ୍ରି କରି ମୋର ପୁଅକୁ ମଣିଷ କରିଛି।’