ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିବା ସହ ବାହାର କରୁଛନ୍ତି ତ? ଏପରି ନ କରୁଥିଲେ ଆୟକର ବିଭାଗ ପଚାରିପାରେ ପ୍ରଶ୍ନ
ନୂଆଦିଲ୍ଲୀ : ଏବେ ପ୍ରାୟ ସମସ୍ତଙ୍କର ବ୍ୟାଙ୍କ ଆକାଉଣ୍ଟ ରହିଛି । ନିଜ ସୁବିଧା ଅନୁସାରେ ଲୋକ ଟଙ୍କା ଜମା କରିବା ସହ ଦରକାର ସମୟରେ ବାହାର କରିଥାନ୍ତି । କିନ୍ତୁ ଯଦି ଆପଣ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା ରଖି ତାକୁ ବାହାର କରୁ ନାହାନ୍ତି, ତେବେ ଆୟକର ବିଭାଗର ନଜର ଆପଣଙ୍କ ଉପରକୁ ଆସିବ । ଆଜି ଆମେ ଆପଣଙ୍କୁ ଜଣାଇବୁ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କାଢ଼ିବା କେତେ ଜରୁରୀ ।
Sambad is now on WhatsApp
Join and get latest news updates delivered to you via WhatsApp
୧. ଯଦି ଆପଣ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରି ଦରକାର ସମୟରେ ଟଙ୍କା ବାହାର କରୁ ନାହାନ୍ତି ତେବେ ସରକାରଙ୍କ ନଜରରେ ଆପଣ ସନ୍ଦିଗ୍ଧ ସାବ୍ୟସ୍ତ ହୋଇ ପାରନ୍ତି । ନିଜର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷକୁ କିଣିବା ସମୟରେ ବ୍ୟାଙ୍କ ଏଟିଏମ୍ କାର୍ଡ଼ ବ୍ୟବହାର କରନ୍ତୁ । ଯଦି ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ଆକାଉଣ୍ଟରେ ଟଙ୍କା ଜମା କରି ବାହାର କରୁ ନାହାନ୍ତି । ତେବେ ପ୍ରତିଦିନର ଖର୍ଚ୍ଚ ପାଇଁ ଆପଣ ଟଙ୍କା କେଉଁଠୁ ଆଣୁଛନ୍ତି ବୋଲି ସରକାର ସନ୍ଦେହ କରି ପାରନ୍ତି ।
୨.ଯଦିି ଜଣେ ବ୍ୟକ୍ତି ଟଙ୍କା ଜମା କରିବା ସହ କେବେ ବି ଟଙ୍କା ବାହାର କରୁ ନାହିଁ । ସେଭଳି ପରିସ୍ଥିତିରେ ଆୟକର ବିଭାଗ ଆପଣଙ୍କୁ ନୋଟିସ ପଠାଇ ଆପଣ କେଉଁଠୁ ଟଙ୍କା ଆଣି ଖର୍ଚ୍ଚ କରୁଛନ୍ତି ବୋଲି ପ୍ରଶ୍ନ କରି ପାରନ୍ତି ।
୩. ଯଦି ଆପଣ ଟଙ୍କା ବାହାର କରୁ ନାହାନ୍ତି ତେବେ ଆୟକର ବିଭାଗ ଆପଣଙ୍କ ପ୍ୟାନ୍ କାର୍ଡ଼ ବିଷୟରେ ସୂଚନା ସଂଗ୍ରହ କରି ଆପଣ ଟ୍ୟାକ୍ସ ଦେଉଛନ୍ତି କି ନାହିଁ ବୋଲି ମଧ୍ୟ ତଦନ୍ତ କରି ପାରନ୍ତି ।