ବ୍ୟାଙ୍କରୁ ଆଣିଥିବା ଋଣ ନଶୁଝିଲେ ଜବତ ହେବ ପାସପୋର୍ଟ !

ଅନେକ ଲୋକ ବ୍ୟାଙ୍କରୁ ଋଣ ନେଇ ଏହାକୁ ଶୁଝୁ ନାହାନ୍ତି। ଏପରିକି କେହି କେହି ନେଇଥିବା କୋଟି କୋଟି ଟଙ୍କାର ବ୍ୟାଙ୍କ ଋଣ ନ ଶୁଝି ବିଦେଶକୁ ଫେରାର୍‌ ହୋଇଯାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାର ଖୁବ୍‌ ଶୀଘ୍ର ଏକ ନିୟମ ପ୍ରଣୟନ କରିବାକୁ ଯାଉଛନ୍ତି। ଯାହାଦ୍ୱାରା ବ୍ୟାଙ୍କରୁ ଆଣିଥିବା ଋଣ ନଶୁଝିଲେ ଏଣିକି ଜବତ କରାଯାଇପାରେ ଆପଣଙ୍କ ପାସପୋର୍ଟ। ସରକାର ଚଳିତ ମାସରେ ହିଁ ଏହି ନିୟମ ପ୍ରଣୟନ କରିବା ପାଇଁ ଯାଉଛନ୍ତି। ଋଣ ଖିଲାପକାରୀମାନେ ବିଦେଶ ପଳାଇଯାଉଥିବା ଘଟଣାକୁ ଦୃଷ୍ଟିରେ ଏପରି ନିଷ୍ପତ୍ତି ନିଆଯାଉଛି। ପାସପୋର୍ଟ ଜବତ କରିବାର ଗାଇଡ଼ଲାଇନ୍‌ ମଧ୍ୟ ଫାଇନାଲ ହୋଇଯାଇଛି। ଋଣଖିଲାପକାରୀଙ୍କ ବିରୋଧରେ ମାମଲା ରୁଜୁ ହେଲେ ପାସପୋର୍ଟ ଜବତ ହୋଇଯିବ।

ଜାଣିଶୁଣି ଋଣ ନଶୁଝିବା ବ୍ୟକ୍ତିଙ୍କ ପାଇଁ ସରକାର ଏହି ପଦକ୍ଷେପ ନେବାକୁ ଯାଉଛନ୍ତି। ଏଥିପାଇଁ ପାସପୋର୍ଟ ଆକ୍ଟର ସେକ୍ସନ୍‌ ୧୦(୩)ସ(ସି)ରେ ପରିବର୍ତ୍ତନ ହେବ। ଚଳିତ ମାସରେ ଏନେଇ କ୍ୟାବିନେଟ୍‌ ମଞ୍ଜୁରୀ ମିଳିପାରେ ବୋଲି ଆଶାକରାଯାଉଛି। ଏଥିପାଇଁ ସରକାର ଅଧ୍ୟାଦେଶ ମଧ୍ୟ ଆଣିପାରିପାନ୍ତି। ନୂଆ ନିୟମ ଅନୁସାରେ ଜାଶିଶୁଣି ଋଣ ଶୁଝୁନଥିବା ବ୍ୟକ୍ତିବିିଶେଷଙ୍କୁ ଆଗାମୀ ସମୟ ମହଙ୍ଗା ପଡ଼ିପାରେ। ୫୦ କୋଟି ଟଙ୍କରୁ ଅଧିକ ଟଙ୍କାରେ ଋଣ ନଶୁଝିଲେ ଏହି ନିୟମ ଲାଗୁ ହେବ।

ସରକାର ଦେବାଳିଆ କମ୍ପାନୀ କିଙ୍ଗଫିସର ଏୟାରଲାଇନ୍‌ସର ମାଲିକ ବିଜୟ ମାଲ୍ୟାଙ୍କୁ ମଧ୍ୟ ଋଣଖିଲାପ ମାମଲାରେ ବ୍ରିଟେନରୁ ଦେଶକୁ ଆଣିବା ପାଇଁ ଚେଷ୍ଟା କରାଯାଉଛି। ତେବେ ଏଯାଏଁ ଏ ମାମଲାରେ ସଫଳତା ମଳିପାରିନାହିଁ। ପୂର୍ବ ଆଇପିଏଲ କମିଶନ ଲଳିତ ମୋଦିଙ୍କୁ ମଧ୍ୟ ଦେଶକୁ ଅଣାଯିବା ପାଇଁ ଚେଷ୍ଟା କରାଯାଉଛି।

ସମ୍ବନ୍ଧିତ ଖବର