ହ୍ୟାକ୍ ହେଉ କିମ୍ବା ଅନ୍ୟ କୌଣସି କାରଣରୁ ଗ୍ରାହକଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ ହେଲେ ଦାୟୀ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଉପଭୋକ୍ତା ଆୟୋଗର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ଗ୍ରାହକଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ ହେଲେ ଏବେ ଦାୟୀ ରହିବ ବ୍ୟାଙ୍କ । ନ୍ୟାସନାଲ୍ କନଜ୍ୟୁମର କମିସନର ନିଷ୍ପତି ଅନୁଯାୟୀ,  ହ୍ୟାକର୍ସ କିମ୍ବା ଅନ୍ୟ କୌଣସି କାରଣରୁ ଯଦି ଗ୍ରାହକଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ଗାଏବ ହୁଏ କିମ୍ବା କୌଣସି ଗ୍ରାହକ ଠକେଇର ଶିକାର ହୁଅନ୍ତି ତେବେ ଏଭଳି ପରିସ୍ଥିତିରେ ଖାତାଧାରୀଙ୍କୁ ଦାୟୀ କରାଯିବନି ବରଂ ବ୍ୟାଙ୍କ ପ୍ରବନ୍ଧକ ଏଥିପାଇଁ ଦାୟୀ ରହିବେ । ଏପରିକି ଏଭଳି ମାମଲାରେ ଗ୍ରାହକଙ୍କୁ ଲୁଟ୍ ଟଙ୍କା ସୁଧମୂଳ ହିସାବରେ ଫେରସ୍ତ କରାଇବା ସହ କେସ୍ ପାଇଁ ଖର୍ଚ୍ଚ ହୋଇଥିବା ପଇସା ଏବଂ ମାନସିକ ନିର୍ଯାତନା ବାବଦକୁ କ୍ଷତିପୂରଣ ମଧ୍ୟ ବ୍ୟାଙ୍କକୁ ଭରିବାକୁ ପଡିବ । ତେବେ ଗତବର୍ଷ  ଜୁଲାଇ ୨୦ରେ ଦେଶବ୍ୟାପୀ ନୂଆ କନଜ୍ୟୁମର ପ୍ରୋଟେକ୍ସନ ଆକ୍ଟ ୨୦୧୯ ଲାଗୁ ହେବା ପରେ ଆୟୋଗ ପକ୍ଷରୁ ଏହାକୁ କଡାକଡି କରାଯାଇଛି । ଏବେ ନଜର ପକାନ୍ତୁ କେଉଁ ପରିସ୍ଥିତିରେ ଦାୟୀ ରହିବ ବ୍ୟାଙ୍କ

• ଯେତେବେଳେ ବ୍ୟାଙ୍କର କୌଣସି ଭୁଲ ପାଇଁ ଖାତାଧାରକଙ୍କ ଖାତାରୁ ଅନଧିକୃତ ଅର୍ଥ କାରବାର ଜନିତ ଠକେଇ ହୁଏ ତେବେ ଏଭଳି ପରିସ୍ଥିତିରେ ବ୍ୟାଙ୍କ ଉତ୍ତରଦାୟୀ ରହିବେ ।

• ସେହିପରି  ଅନଧିକୃତ ଆର୍ଥିକ କାରବାରରେ ନା ବ୍ୟାଙ୍କ ତରଫରୁ କୌଣସି ସମସ୍ୟା ବା ଭୁଲ ରହିଥାଏ, ନା ଗ୍ରାହକଙ୍କ ତରଫରୁ ବରଂ ଏହାର ପ୍ରକ୍ରିୟାରେ ତ୍ରୁଟି ରହିଥାଏ । ତେଣୁ ଏଭଳି ପରିସ୍ଥିତିରେ ଗ୍ରାହକଙ୍କୁ ବ୍ୟାଙ୍କ ତରଫରୁ ସୂଚିତ କରିବାକୁ ହେବ ଆଉ ଜଣାଇବାକୁ ପଡିବ ଯେ ଏହା ଅନଧିକୃତ ଟ୍ରାନଜାକସନ ।

• ତେବେ ଏହା କରିବାଦ୍ୱାରା  ଖାତାଧାରକଙ୍କ ଦାୟିତ୍ୱ ଶେଷ ହୋଇଥାଏ ।  ତଦନ୍ତରେ ଯଦି ଏହି ଟ୍ରାନଜାକ୍ସନ ଖାତାଧାରକଙ୍କ ଭୁଲ କିମ୍ବା ଅସାବଧାନତା ପାଇଁ ହୋଇନାହିଁ ବୋଲି ଜଣାପଡେ ତେବେ ବ୍ୟାଙ୍କକୁ ଏଥିପାଇଁ ଗ୍ରାହକଙ୍କୁ କ୍ଷତିପୂରଣ ଦେବାକୁ ପଡିବ ।

Stock pick of the week: Why analysts are betting on Karur Vysya Bank - The  Economic Times
The Economic Times

କେତେ ଦିନ ଭିତରେ କରିବାକୁ ହେବ ଅଭିଯୋଗ?

ଯଦି ଗ୍ରାହକ ସାତ ଦିନିଆ ତଥା କାର୍ଯ୍ୟ ଦିବସ ପରେ ବ୍ୟାଙ୍କକୁ ଏସଂକ୍ରାନ୍ତରେ ସୂଚନା ଦିଅନ୍ତି ତେବେ ବ୍ୟାଙ୍କ ବୋର୍ଡ ଏହା ଉପରେ ନିଷ୍ପତି ନେବ ଏବଂ ଏହାକୁ ଆଧାର କରି ମାମଲାରେ ଧାରକଙ୍କ ଦୋଷ ସ୍ଥିର କରାଯିବ । ବ୍ୟାଙ୍କ କର୍ତ୍ତୃପକ୍ଷ ଯଦି ଚାହିଁବେ ତେବେ ଏଭଳି ମାମଲାରେ ଗ୍ରାହକଙ୍କର ଦୋଷକୁ ସଂପୂର୍ଣ୍ଣ ଭାବରେ କ୍ଷମା ବି କରିପାରନ୍ତି ଏବଂ ବ୍ୟାଙ୍କ ତରଫରୁ କ୍ଷତିପୂରଣ ନେବାକୁ ମଧ୍ୟ ନିର୍ଦ୍ଦେଶ ଦେଇପାରନ୍ତି ।

ଅଭିଯୋଗ ପରେ କଣ ହେବ?

ଗ୍ରାହକଙ୍କ ଦ୍ୱାରା ସୂଚିତ କରାଯିବାର ୧୦ ଦିନର କାର୍ଯ୍ୟ ଦିବସ ଭିତରେ ବ୍ୟାଙ୍କ ଅନଧିକୃତ ଇଲେକ୍ଟ୍ରୋନିକ ଦେଣନେଣରେ ସାମିଲ ରାଶିକୁ ଗ୍ରାହକଙ୍କ ଖାତାରେ ଜମା କରିବ । ଯଦି ଏସମ୍ବନ୍ଧିତ କୌଣସି ବୀମା ରହିଥାଏ । ତେବେ ବ୍ୟାଙ୍କ ଏହି ସମସ୍ୟାର ସମାଧାନ ପାଇଁ ଅପେକ୍ଷା ନ କରି ସବୁତକ ଟଙ୍କା ଜମା କରିବ । ସେହିଭଳି ଗ୍ରାହକଙ୍କର ଭୁଲ ଯୋଗୁଁ ହୋଇଥିବା ଅନଧିକୃତ ଇଲେକ୍ଟ୍ରୋନିକ ବ୍ୟାଙ୍କିଂ ଦେଣ ନେଣ ମାମଲାରେ ବ୍ୟାଙ୍କ ନିଜର ବିବେକ ଦୃଷ୍ଟିରୁ ଆଶ୍ୱସ୍ତି ଦେବାର ନିଷ୍ପତି ମଧ୍ୟ ନେଇପାରିବ ।

ସମ୍ବନ୍ଧିତ ଖବର