ସ୍ପାଇଡର୍‌-ମ୍ୟାନ୍‌ ପୋଷାକ ପିନ୍ଧି ବ୍ୟାଙ୍କ୍‌ ଗଲେ ବ୍ୟାଙ୍କ୍‌ର, ଏହା ଥିଲା କାରଣ

ବ୍ରାଜିଲ୍‌: ସାଧାରଣତଃ ବ୍ୟାଙ୍କ୍‌ କର୍ମଚାରୀମାନଙ୍କୁ ଆପଣ ବ୍ୟାଙ୍କ୍‌ ଭିତରେ ଖୁବ୍‌ ସାଧାସିଧା ପୋଷାକରେ ଦେଖିଥିବେ। କେବେ କୌଣସି ବ୍ୟାଙ୍କ୍‌ କର୍ମଚାରୀଙ୍କୁ ଅଦ୍ଭୂତ ଶୈଳୀର ପୋଷାକ ପିନ୍ଧିଥିବାର ଦେଖିଛନ୍ତି? ମାତ୍ର ନିକଟରେ ସୋସିଆଲ୍‌ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ୍‌ ହୋଇଛି ଯାହା ପଛର ପୂରା କଥା ଜାଣିଲେ ଆପଣ ହସି ହସି ବେଦମ ହୋଇଯିବେ।

ଘଟଣାଟି ହେଉଛି ବ୍ରାଜିଲ୍‌ର। ବ୍ରାଜିଲ୍‌ର ଜଣେ ବ୍ୟାଙ୍କ୍‌ କର୍ମଚାରୀ ତାଙ୍କ ଚାକିରିର ଶେଷ ଦିନରେ ବ୍ୟାଙ୍କ୍‌କୁ ସ୍ପାଇଡର୍‌-ମ୍ୟାନ୍‌ ପୋଷାକ ପିନ୍ଧି ଯାଇଥିବା ଘଟଣା ବେଶ୍‌ ଚର୍ଚ୍ଚା ପାଲଟିଛି।

ସେ ଚାକିରିରୁ ଇସ୍ତଫା ଦେବାର ପୂର୍ବ ଦିନ ନିଜକୁ ସୁପର୍‌ହିରୋ ଭାବେ ଦେଖିବାକୁ ଇଚ୍ଛା କରି ସ୍ପାଇଡର୍‌-ମ୍ୟାନ୍‌ ପୋଷାକ ପିନ୍ଧି ଅଫିସ୍‌ ଯାଇଥିବା ବେଳର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ଏହି ୫୧ ସେକେଣ୍ଡ୍‌ର ଭିଡିଓରେ ଦେଖିବାକୁ ମିଳିଛି ଯେ ସ୍ପାଇଡର୍‌-ମ୍ୟାନ୍‌ ବେଶଧାରୀ ବ୍ୟାଙ୍କ୍‌ର ଜଣକ ତାଙ୍କ ସହକର୍ମୀଙ୍କ ସହ କଥାବାର୍ତ୍ତା ହେଉଛନ୍ତି। ସେ ଜଣଙ୍କ ପାଖରୁ ଅନ୍ୟ ଜଣକ ପାଖକୁ ଯାଉଥିବା ବେଳର ଦୃଶ୍ୟ ଭିଡିଓରେ କଏଦ ହୋଇଛି।

ଏହି ରଂଗୀନ ମିଜାଜ୍‌ର ବ୍ୟାଙ୍କର୍‌ ଜଣକ ତାଙ୍କର ପୁରୁଷ ସହକର୍ମୀଙ୍କୁ ଆଲିଙ୍ଗନ କରୁଥିବା ବେଳେ ତାଙ୍କର କାର୍ଯ୍ୟକଳାପକୁ କିଛି ସହକର୍ମୀ ଫୋନ୍‌ରେ ରେକର୍ଡ କରୁଥିବାର ଦେଖିବାକୁ ମିଳିଛି। ଭିଡିଓଟି ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଅପ୍‌ଲୋଡ ହେବା ପରେ ପୂରା ଘଟଣା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର