ଆପଣଙ୍କ ପାଖରେ ଚିରା କିମ୍ବା ଅଚଳ ଟଙ୍କା ରହିଯାଇଛି କି? କେମିତି ତାକୁ ବଦଳାଇ ନୂଆ ଟଙ୍କା ଆଣିବେ ସେଥିପାଇଁ ଚିନ୍ତାରେ ଅଛନ୍ତି କି? ଯଦିଓ ଏକଥା ଅନେକ ଜାଣିଥା’ନ୍ତି, ତଥାପି କିଛି ଲୋକ ଏବେ ବି ଏସବୁ ନଜାଣି ପରିବା ଦୋକାନୀ, ବସ୍ କିମ୍ବା େତଲଟାଙ୍କିରେ ଟଙ୍କା ଦେଇ ବଦଳାଇ ନିଅନ୍ତି। ବେେଳେବଳେ ସେମାନେ ଟଙ୍କା ନ ବଦଳାଇ ଅସୁବିଧାରେ ବି ପଡ଼ନ୍ତି। ଆସନ୍ତୁ ଜାଣିବା ଏହି ନୂଅାପୁରୁଣା ଟଙ୍କା ବଦଳ ସଂପର୍କରେ... ୧୦ ଟଙ୍କା ବା ତଦୂର୍ଦ୍ଧ୍ବ ମୂଲ୍ୟର ଯେଉଁ ନୋଟ୍ଗୁଡ଼ିକ ମଇଳା କିମ୍ବା ସାମାନ୍ୟ କଟିଯାଇଛି ସେଗୁଡ଼ିକୁ ଆପଣ ଯେକୌଣସି ସରକାରୀ ବ୍ୟାଙ୍କ୍ରେ ବଦଳାଇ ପାରିବେ ଅଥବା ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ଯେକୌଣସି ଶାଖାରେ ବଦଳାଇ ନୂଆ ଟଙ୍କା ନେଇପାରିବେ। ଏଥିପାଇଁ ଆପଣଙ୍କୁ ଫର୍ମ ପୂରଣ କରିବା ଦରକାର ପଡ଼ି ନଥାଏ।
ଯେଉଁ େନାଟ୍ଗୁଡ଼ିକ ଖଣ୍ଡଖଣ୍ଡ ହୋଇଯାଇଛି କିମ୍ବା ନୋଟ୍ର ଅତ୍ୟାବଶ୍ୟକ ଅଂଶ ଅର୍ଥାତ୍ ନୋଟ୍ର ପ୍ରାଧିକରଣ (ନେମ୍ ଅଫ୍ ଇସ୍ୟୁଇଂ ଅଥରିଟି), ଗ୍ୟାରେଣ୍ଟି, ପ୍ରମିଜ୍ କ୍ଲଜ୍, ଦସ୍ତଖତ, ମହାତ୍ମା ଗାନ୍ଧୀଙ୍କ ଫଟୋ, ଅଶୋକ ସ୍ତମ୍ଭ ପ୍ରତୀକ, ୱାଟର୍ମାର୍କ ଇତ୍ୟାଦି ଚିରିଯାଇଛି କି ଲିଭିଯାଇଛି ସେପରି ନୋଟ୍କୁ ବି ଆପଣ ବଦଳାଇ ପାରିବେ। ଏହାକୁ ମଧ୍ୟ ବିନା କୌଣସି ଫର୍ମ ଦାଖଲ କରି ଯେକୌଣସି ସରକାରୀ ବ୍ୟାଙ୍କ୍ ଶାଖା, କୌଣସି ଘରୋଇ ବ୍ୟାଙ୍କ୍ର ମୁଦ୍ରା ବିନିମୟ କାଉଣ୍ଟର୍, ଆର୍ବିଆଇର ଶାଖାରେ ଆପଣ ବଦଳାଇ ପାରିବେ।
ଟଙ୍କା ବଦଳ ପାଇଁ ଅନ୍ୟାନ୍ୟ ସୁବିଧା:
ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଟିଏଲ୍ଆର୍ (ଟ୍ରିପଲ୍ ଲକ୍ ରିସେପ୍ଟକଲ୍) କଭର୍ ମାଧ୍ୟମରେ ବିକୃତ ନୋଟ୍ର ବିନିମୟ ସୁବିଧା ମଧ୍ୟ ରହିଛି। ଲୋକେ ରିଜର୍ଭ ବ୍ୟାଙ୍କର ଇନ୍କ୍ବାରି କାଉଣ୍ଟର୍ରୁ ଏକ ଟିଏଲ୍ଆର୍ କଭର୍ ପାଇପାରିବେ ଏବଂ ସେଥିରେ ନିଜର ନାମ, ଠିକଣା, ଜମା ହୋଇଥିବା ନୋଟ୍ର ନାମ ଇତ୍ୟାଦି ପୂରଣ କରି ଉକ୍ତ କଭର୍ରେ ରଖି ଟ୍ରିପଲ୍ ଲକ୍ ରିସେପ୍ଟକଲ୍ ନାମକ ବାକ୍ସରେ ଜମା କରିବାକୁ ପଡ଼ିବ। ଏହି ବାକ୍ସକୁ ରିଜର୍ଭ ବ୍ୟାଙ୍କ୍ର ପ୍ରତ୍ୟେକ ଇସ୍ୟୁ ଅଫିସ୍ର ଇନ୍କ୍ବାରି କାଉଣ୍ଟର୍ରେ ରଖାଯାଇଛି। ବିକୃତ ନୋଟ୍ଗୁଡ଼ିକର ପ୍ରଚଳିତ ବିନିମୟ ମୂଲ୍ୟ ବ୍ୟାଙ୍କ୍ ଡ୍ରାଫ୍ଟ କିମ୍ବା ପେ’ ଅର୍ଡର୍ ମାଧ୍ୟମରେ ମିଳିଥାଏ। ରେଜିଷ୍ଟର୍ଡ ବା ଇନ୍ସ୍ୟୋର୍ଡ ପୋଷ୍ଟ ଦ୍ୱାରା ଆର୍ବିଆଇର ଯେକୌଣସି କାର୍ଯ୍ୟାଳୟକୁ ଚିରାଫଟା ନୋଟ୍ ପଠାଯାଇପାରିବ।
ଅତ୍ୟଧିକ ମଇଳା, ଲୋଚାକୋଚା, ଜଳିଯାଇଥିବା କିମ୍ବା ଧରି ହେଉନଥିବା ନୋଟ୍ଗୁଡ଼ିକୁ କେବଳ ରିଜର୍ଭ ବ୍ୟାଙ୍କ୍ର ଇସ୍ୟୁ ଅଫିସ୍ରେ ବଦଳାଇ ହେବ। ଏପରି ନୋଟ୍ ଥିବା ବ୍ୟକ୍ତି ବ୍ୟାଙ୍କର କ୍ଲେମ୍ ସେକ୍ସନ୍ରେ ଥିବା ଅଫିସର୍ଙ୍କ ପାଖରେ ଅଥବା ଆର୍ବିଆଇର ବିନିମୟ ଶାଖାରେ ଟଙ୍କା ବଦଳାଇ ପାରିବେ ଓ ଏ ସଂପର୍କିତ ଅଧିକ ସୂଚନା ପାଇପାରିବେ। ସେହିପରି ବିଭିନ୍ନ ପ୍ରକାର ଅଚଳ ଓ କଳଙ୍କିଲଗା ମୁଦ୍ରାକୁ ମଧ୍ୟ ଆପଣ ଉକ୍ତ ବ୍ୟାଙ୍କ୍ଗୁଡ଼ିକରେ ବଦଳାଇ ନୂତନ ମୁଦ୍ରା ଆଣିପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/7FdLRjGNNIndUIVC0W3w.jpg)