କରୋନା କଟକଣା କୋହଳ ହେବା ପରେ ସୁନା କଇଁଚିରେ ଗ୍ରାହକଙ୍କ କେଶ କାଟିଲେ ସେଲୁନ୍‌ ମାଲିକ

ମୁମ୍ବାଇ: ଲକଡାଉନ୍‌ କାରଣରୁ ପାଖାପାଖି ସାଢ଼େ ୩ମାସ ହେବ ଆତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ଦେକାନ ବନ୍ଦ ରହିଥିଲା। ଅନ୍‌ଲାକ୍‌-୧ ଲାଗୁ ହେବା ପରେ କୋରନା କଟକଣା କିଛି ମାତ୍ରାରେ କୋହଳ ହୋଇଥିଲା। ଏହାପରେ ମହାରାଷ୍ଟ୍ରରେ ସେଲୁନ୍‌ ଏବଂ ବିୟୁଟି ପାର୍ଲରଗୁଡ଼ିକ ପୁଣି ଥରେ ଖୋଲିବା ପାଇଁ ଅନୁମତି ମିଳିଥିଲା। ସରକାରଙ୍କଠୁ ଅନୁମତି ମିଳିବା ପରେ କୋହ୍ଲାପୁରରେ ଜଣେ ସେଲୁନର ମାଲିକ ନିଜ ପ୍ରଥମ ଗ୍ରାହକଙ୍କ କେଶକୁ ସୁନା କଇଁଚିରେ କାଟିଥିବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ମହାରାଷ୍ଟ୍ର ସରକାର କରୋନା ଭାଇରସକୁ ନେଇ ଜାରି ଗାଇଡଲାଇନ୍‌ରେ କିଛି ନିୟମକୁ କୋହଳ କରିଥିଲେ। ଏହାପରେ ଜୁନ୍‌ ୨୮ତାରିଖରୁ ପାର୍ଲର ଏବଂ ସେଲୁନ ଖୋଲିବାର ଅନୁମତି ମିଳିଥିଲା। ଏହାପରେ ଖୁସିରେ କୋହ୍ଲାପୁରରେ ସେଲୁନ୍‌ ମାଲିକ ରାମଭାଉ ଶଙ୍କପାଲ ନିଜ ପ୍ରଥମ ଗ୍ରାହକଙ୍କ କେଶ କାଟିବା ପାଇଁ ସୁନା କଇଁଚିର ବ୍ୟବହାର କରିଥିବା ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ସୁନା କଇଁଚିରେ ଗ୍ରାହକଙ୍କ କେଶ କାଟିବା ଘଟଣାକୁ ନେଇ ରାମଭାଉ କହିଛନ୍ତି, ଯେ ଆର୍ଥିକ ସମସ୍ୟା ଯୋଗୁଁ ଅନେକ ସେଲୁନ୍‌ ମାଲିକ ଆତ୍ମହତ୍ୟା କରି ଦେଇଛନ୍ତି। ସେ ଏହି ଖରାପ ସ୍ଥିତିରୁ ମୁକୁଳିବାରେ ସଫଳ ହୋଇଛନ୍ତି । ଏଥିପାଇଁ ଖୁସିରେ ସେ ନିଜ ପ୍ରଥମ ଗ୍ରାହକଙ୍କ କେଶକୁ ସୁନା କଇଁଚିରେ କାଟିଥିଲେ। ଗତ କିଛି ବର୍ଷ ହେବ ସେ ଏହି ବ୍ୟବସାୟରେ ଅଛନ୍ତି ଏବଂ ନିଜ ସଞ୍ଚୟ ଟଙ୍କାରେ ସେ ୧୦ଭରି ସୁନାର ଏହି କଇଁଚି କିଣିଥିଲେ।

ସମ୍ବନ୍ଧିତ ଖବର