ବଡଓ୍ଵାନି: ବଡଓ୍ଵାନିର ପାଟି ବିକାଶଖଣ୍ଡ ଗ୍ରାମ ବୁଦି ପଟେଲ ଫାଳିଆରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସାନଭଉଣୀ ପାଇଁ କୋଳି ତୋଳିବାକୁ ଗଛରେ ଚଢ଼ିଥିବା ସମୟରେ ଭାରସାମ୍ୟ ହରାଇ ଭାଇ ତଳେ ପଡ଼ି ଯାଇଥିଲା। ଫଳରେ ତଳେ ପଡ଼ିଥିବା ଏକ କାଠ ଫାଳିଆ ବାଳକ ପିଠିରେ ଫୁଟି ପେଟ ପଟେ ବାହାରି ଯାଇଥିଲା। ବାଳକଟି ଏଥିରେ ଭୟଭୀତ ନହୋଇ ସାହାସ ସହକାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ୫୦୦ମିଟର ଦୂରରେ ଥିବା ଘରେ ଆସି ପହଞ୍ଚିଥିଲା।

Advertisment

publive-image

ପୁଅର ଏଭଳି ଅବସ୍ଥା ଦେଖି ପରିବାରଲୋକ ଓ ଗ୍ରାବବାସୀ ସ୍ତବ୍ଧ ହୋଇଯାଇଥିଲେ। ଏହାପରେ ପରିବାରଲୋକ ପୁଅକୁ ତୁରନ୍ତ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏଠାରୁ ଡାକ୍ତର ପିଲାକୁ ଇନ୍ଦୋର ସ୍ଥାନାନ୍ତର କରି ଦେଇଥିଲେ। ସୁରେଶର ଅବସ୍ଥା ଏବେ ବି ଗମ୍ଭୀର ରହିଛି। ସୁରେଶ କିନ୍ତୁ ଠିକ୍‌ ଭାବେ କଥାବର୍ତ୍ତା କରି ପାରୁଛି।

ସୁରେଶ ପିତାଙ୍କ କହିବାନୁସାରେ, ତାଙ୍କର ଦୁଇଟି ଝିଅ ଓ ଗୋଟିଏ ପୁଅ । ଏମିତି ଅବସ୍ଥାରେ ପୁଅର ସାହାସ ତାକୁ ଜୀବିତ ରଖିଛି। ସୁରେଶ ତୃତୀୟ ଶ୍ରେଣୀରେ ପାଠପଢ଼େ। ବୁଧବାର ସେ ସ୍କୁଲ ଯାଇ ନ ଥିଲା। ସ୍କୁଲ ଯାଇଥିଲେ ଅଥଚ ଏମିତି ହୋଇ ନଥାଆନ୍ତା, ପୁଅ ଆଜି ସୁସ୍ଥ ଥାଆନ୍ତା।