ବାସ୍କେଟ୍‌ବଲ୍‌ ଖେଳାଳି ହାତୀ

ଥାଇଲାଣ୍ତ୍‌ରେ ହାତୀଙ୍କୁ ସ୍ବତନ୍ତ୍ର ଭାବେ ତାଲିମ ଦେଇ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଏ। ସେଠାକାର କୋହ୍‌ ସାମୁଇ ଦ୍ବୀପରେ ଏକ ହାତୀ ସଫାରି ଅନୁଷ୍ଠାନ ଅଛି। ସେଠାରେ ଥିବା ମାଲି ଏବ˚ ଟୋକ୍‌ଟାକ୍‌ ନାମକ ହାତୀ ବାସ୍କେଟ୍‌ବଲ୍‌ ଖେଳିପାରନ୍ତି। ଏକଦା ହାତୀ ଦୁଇଟି ଅସୁସ୍ଥ ହୋଇପଡ଼ିଥିଲେ। ବିଭିନ୍ନ ପ୍ରକାରର ଚିକିତ୍ସା ସତ୍ତ୍ବେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାରେ ପରିବର୍ତ୍ତନ ନ ଆସିବାରୁ, ଜଣେ ଚିକିତ୍ସକ ସେମାନଙ୍କୁ ବାସ୍କେଟ୍‌ବଲ୍‌ ଖେଳ ଶିଖାଇବା ଲାଗି ପରାମର୍ଶ ଦେଇଥିଲେ। ମାଲି ଏବ˚ ଟୋକ୍‌ଟାକ୍‌କୁ ବାସ୍କେଟ୍‌ବଲ୍‌ ଖେଳରେ ତାଲିମ ଦିଆଯିବା ପରେ ପରିବର୍ତ୍ତନ ପରିଲକ୍ଷିତ ହୋଇଥିଲା। ଏହି ଖେଳ ହାତୀଙ୍କ ପୂର୍ବ ସ୍ବାସ୍ଥ୍ୟ ଫେରାଇଆଣିଥିଲା। ତାହା ପରେ ସେଠାରେ ଥିବା ସମସ୍ତ ହାତୀଙ୍କୁ ଏହି ଖେଳରେ ତାଲିମ ଦେବା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।

ସମ୍ବନ୍ଧିତ ଖବର