ବାସ୍ତରି ବିଷାକ୍ତ ସାପଙ୍କ ଗହଣରେ ବାସ୍ତରି ଘଣ୍ଟା

ବିଷଧର ସର୍ପଙ୍କ ଗହଣରେ ସର୍ବାଧିକ ସମୟ ବନ୍ଦ ରହିଥିବାର ଏକ ରେକର୍ଡ‌୍‌ ଜଣେ ଭାରତୀୟଙ୍କ ନାମରେ ରହିଛି। ତାଙ୍କ ନାମ- ନୀଲମ କୁମାର ଖୈରେ। ସେ ଜଣେ ଉଭୟଚର ପ୍ରାଣୀ ଓ ସରୀସୃପ ବିଶେଷଜ୍ଞ। ୧୯୮୦ରେ ସେ ଥିଲେ ଅଠେଇଶ ବର୍ଷ ବୟସ୍କ ଯୁବକ। ସାପକୁ ଭୟ କରିବା ଅନୁଚିତ, ଏହା ପ୍ରମାଣିତ କରିବା ପାଇଁ ସେ ଏକ କାଚ ଘରେ ବାସ୍ତରିଟି ବିଷଧର ସାପଙ୍କ ସହ ବାସ୍ତରି ଘଣ୍ଟା ରହିଥିଲେ। ସାପ କେବଳ ଉତ୍ତେଜିତ ହେଲେ ବା ଆଘାତ ପାଇଲେ ଦ˚ଶନ କରେ, ଏହା ସାପଙ୍କ ଗହଣରେ ତାଙ୍କ ରହଣିରୁ ପ୍ରମାଣିତ ହୋଇଥିଲା।

୨୦ ଜାନୁଆରି ୧୯୮୦ରେ ସେ ଭାରତରେ ଦେଖିବାକୁ ମିଳୁଥିବା ସର୍ବାଧିକ ବିଷାକ୍ତ ବାସ୍ତରିଟି ସାପଙ୍କୁ ଏକ କାଚ କୋଠରିରେ ଛାଡ଼ିବାର ବ୍ୟବସ୍ଥା କରିଥିଲେ। ସେତେବେଳେ ନୀଲମ, ପୁଣେସ୍ଥିତ ଏକ ହୋଟେଲ୍‌ରେ ରିସେପ୍‌ସନିଷ୍ଟ୍ ଭାବେ ଚାକିରି କରୁଥିଲେ। ସ୍ଥାନୀୟ ପୁଲିସ୍‌ର ବିରୋଧ ସତ୍ତ୍ବେ ସେ ‘ବିଜେ ମେଡିକାଲ୍‌ କଲେଜ୍‌’ର ଖେଳପଡ଼ିଆରେ ଏକ କାଚ ଘରର ବ୍ୟବସ୍ଥା କରି, ସାପଙ୍କ ମେଳରେ ରହିବାର ପ୍ରଦର୍ଶନୀ ଆରମ୍ଭ କରିଥିଲେ। ତାଙ୍କର କୌଣସି କ୍ଷତି ହୋଇ ନ ଥିଲା। କୌଣସି ସାପ ତାଙ୍କୁ ଚୋଟ ମାରି ନ ଥିଲେ।

ସମ୍ବନ୍ଧିତ ଖବର