ଶିଶୁର ନାକରେ ଫସି ରହିଥିଲା ଗୁଳି! ୮ବର୍ଷ ପରେ ଅସ୍ତ୍ରୋପଚାର କରି ଡାକ୍ତର ବାହାର କଲେ

ନୂଆଦିଲ୍ଲୀ: ଜଣେ ଶିଶୁର ନାକରେ ଖେଳଣା ବନ୍ଧୁକର ଗୁଳି ୮ବର୍ଷ ଧରି ଫସି ରହିଥିଲା। ତେଣୁ ସେ କୌଣସି ଜିନିଷର ଗନ୍ଧକୁ ବାରି ପାରୁ ନଥିଲା। ନାକରୁ ଦୁର୍ଗନ୍ଧଯୁକ୍ତ ତରଳ ପଦାର୍ଥ ବାହାରିବା ପରେ ପରିବାରଲୋକ ଚିକିତ୍ସା ପାଇଁ ଶିଶୁକୁ ଡାକ୍ତରଙ୍କ ପାଖକୁ ନେଇଥିଲେ। ଡାକ୍ତର ଶିଶୁର ପରୀକ୍ଷା କରିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଡାକ୍ତର ଶିଶୁ ନାକର ଏଣ୍ଡୋସ୍କୋପି ଓ ଟ୍ୟୁବ କ୍ୟାମେରା ଲଗାଇ ଦେଖିବା ପରେ ଅସୁବିଧା ଥିବା ଜାଣିବାକୁ ପାଇଥିଲେ। ଯାଞ୍ଚ ପରେ ଡାକ୍ତର ଶିଶୁକୁ ଗୋଟିଏ ସ୍ପ୍ରେ ଓ ଆଣ୍ଟିହିଷ୍ଟାମିନ ଔଷଧ ଦେଇଥିଲେ। ଏହାପରେ ଶିଶୁକୁ ୪ରୁ ୬ସପ୍ତାହ ମଧ୍ୟରେ ପୁଣିଥରେ ଆସିବାକୁ କହିଥିଲେ। କିନ୍ତୁ ଶିଶୁଟି ଏକ ବର୍ଷ ପର୍ଯ୍ୟନ୍ତ ଚିକିତ୍ସା ପାଇଁ ଆସି ନ ଥିଲା। ୧୬ବର୍ଷ ବୟସରେ ସେଭଳି ଯନ୍ତ୍ରଣା ସହିତ ଶିଶୁଟି ବଞ୍ଚୁଥିଲା। ନାକରୁ ବାହାରୁଥିବା ଦୁର୍ଗନ୍ଧଯୁକ୍ତ ପଦାର୍ଥ ପାଇଁ ତାକୁ ଅନେକ ସମୟରେ ଲାଜ ଲାଗିଥାଏ। ଏଥିପାଇଁ ସେ ସବୁବେଳେ ଏକା ରହିବାକୁ ଚାହିଁଥାଏ।

୮ବର୍ଷ ପରେ ଡାକ୍ତର ସିଟି ସ୍କାନ କରିବା ପରେ ଶିଶୁ ନାକରେ ୯ଏମଏମର ଗୁଳି ଥିବା ଜଣିବାକୁ ପାଇଥିଲେ। ଏହାପରେ ଶିଶୁ ନାକର ସର୍ଜରୀ କରାଯାଇଥିଲା। ଏହି ସର୍ଜରୀ ପରେ ଶିଶୁର ନାକର ମେଟାଲ ବିବି ପ୍ୟାଲେଟ ବାହାରକୁ ଆସିଥିଲା।

ଶିଶୁଟିର ଘର ଲୋକଙ୍କ କହିବାନୁସାରେ ୮-୯ବର୍ଷର ହୋଇଥିବା ବେଳେ ଏକ ଖେଳଣା ବନ୍ଧୁକରୁ ଗୁଳି ବାହାରି ନାକ‌ରେ ପଶି ଯାଇଥିଲା। କିନ୍ତୁ ସେ ସମୟରେ ନାକ ଭିତରେ ଗୁଳି ପଶିଥିବାର କୌଣସି ଲକ୍ଷଣ ଦେଖିବାକୁ ମିଳି ନଥିଲା। ସେଥିପାଇଁ  ଡାକ୍ତରଙ୍କ କୌଣସି ପରାର୍ମଶ ନେଇ ନଥିବା ପରିବାର ଲୋକ କହିଛନ୍ତି।

ଦ ୟୁନିର୍ଭସିଟି ଅଫ ଟେକସାସର ଡାକ୍ତରୀ ଛାତ୍ର ଡାଏଲନ ଜେଡଙ୍କ କହିବାନୁସାରେ, ଏହି ଶିଶୁଟିର ଘଟଣାରେ ଗୁଳି ଚିହ୍ନଟ କରିବା ବହୁତ କଷ୍ଟ ଥିଲା। କାରଣ ସମୟ ସହିତ ଟିସୁ ସମ୍ପୂର୍ଣ୍ଣ ଭାବେ ପ୍ୟାଲେଟକୁ ଘେରି ଦେଇଥିଲା। ଡାକ୍ତର ଗୁଳିକୁ ବାହାର କରିବା ପ୍ରଥମେ ଟିସୁର ଅସ୍ତ୍ରୋପଚାର କରିଥିଲେ। ତେବେ ଯାଇ ଗୁଳି ଥିବା ସଂପର୍କରେ ସଠିକ ସୂଚନା ମିଳି ପାରିଥିଲା। ଅସ୍ତ୍ରୋପଚାର ପରେ ଶିଶୁଟିର ନାକର ଅବସ୍ଥା ସ୍ବାଭାବିକ ହୋଇଯାଇଛି। ନାକରୁ ଦୁର୍ଗନ୍ଧ ବି ବାହାରିବା ବନ୍ଦ ହୋଇଛି।

ସମ୍ବନ୍ଧିତ ଖବର