ଯଦି କୌଣସି ବ୍ୟକ୍ତି ଆପଣଙ୍କୁ ମୋବାଇଲ୍ ଫୋନ୍ ମାଗୁଛନ୍ତି ତ, ତେବେ ଆପଣ ଏ ନେଇ ସାବଧାନତା ଅବଲମ୍ବନ କରନ୍ତୁ। କାରଣ ଏବେ ମୋବାଇଲ୍କୁ ହ୍ୟାକ୍ କରିବା ପାଇଁ ଏପରି କିଛି ଆପ୍ ଆସିଛି, ଯାହାକି ଆପଣଙ୍କ ବିଷୟରେ ସଂପୂର୍ଣ୍ଣ ତଥ୍ୟ ଅନ୍ୟ ନିକଟରେ ପହଞ୍ଚାଇବାରେ ସାହଯ୍ୟ କରୁଛି। ଏପରି ଏକ ଆପ୍ର ନାମ ‘ମାଲେସିଅନ୍ ଆପ୍’। ଯଦି କେହି ଆପଣଙ୍କ ମୋବାଇଲେ ଏହା ଇନଷ୍ଟଲ୍ କରିଦିଏ ତେବେ ସେ ଆପଣଙ୍କ ମୋବାଇଲ୍ର ପ୍ରାଇଭେସିକୁ ମଧ୍ୟ ଚୋରାଇନେବ। ଏହି ଆପ୍ଲିକେସନ୍ ମୋବାଇଲ୍ରେ ଇନ୍ଷ୍ଟଲ୍ ହେବା ପରେ ବ୍ୟକ୍ତିକୁ ଦେଖା ବି ଯାଏ ନାହିଁ। ଫଳରେ ଅନ୍ୟଜଣେ ସହଜରେ ହିଁ ଆପଣଙ୍କ ମୋବାଇଲ୍ର ସମସ୍ତ ସୂଚନା ଘରେ ବସି ପାଇଥାଏ।
YouTubeଆଉ ଯଦି ଆପଣଙ୍କୁ ଲାଗୁଛି ଯେ,ଆପଣଙ୍କ ମୋବାଇଲ୍ଟି ଏହି ଆପ୍ଲିକେସନ୍ର ଶିକାର ହୋଇଛି ତ, ତେବେ ଏହା ଦ୍ୱାରା ଆପଣଙ୍କର ଅନେକ କିଛି କ୍ଷତି କରିପାରେ । ଯେପରିକି ଆପଣଙ୍କ ବ୍ୟଙ୍କ୍ ଆକାଉଣ୍ଟ୍ରୁ ଆସୁଥିବା ଓଟିପି ପାସ୍ଓ୍ଵାର୍ଡ଼ କୁ ଅନ୍ୟକେହି ଜାଣିବା ସହିତ ଟଙ୍କା ବି ଉଠାଇ ନେଇପାରେ। ଏଥିସହିତ ବି ଆପଣ ଆପଣଙ୍କ ହ୍ଵାଟ୍ସଆପ୍ରେ କରୁଥିବା ବ୍ୟକ୍ତିଗତ କଥା ବି ଆଉ କେହି ଦେଖିପାରିଥାଏ । ଏତଦ୍ବ୍ୟତୀତ ଆପଣ ଆପଣଙ୍କ ଦୈନନ୍ଦୀନ ଜୀବନରେ କେଉଁଠି କୁ ଯାଉଛନ୍ତି ଆଉ କ’ଣ କରୁଛନ୍ତି ଏପରିକି ଆପଣଙ୍କର ବର୍ତ୍ତମାନର ଲୋକେସନ୍ କୁ ବି କେହି ଜାଣିଦେଇଥାଏ।
Kays Harborଏ ପ୍ରକାର ଘଟଣାର ଶିକାର ନ ହେବା ଲାଗି ଏପରି କିଛି ଉପାୟର ଉପଯୋଗ କରି ଆପଣଙ୍କ ମୋବାଇଲ୍ ଫୋନ୍ କୁ ସୁରକ୍ଷିତ ରଖନ୍ତୁ।
୧-ପ୍ରଥମତଃ ଆପଣ କୌଣସି ବ୍ୟକ୍ତି ମାଗିବା କ୍ଷଣି ଆପଣଙ୍କର ମୋବାଇଲ୍ ଫୋନ୍ ତାଙ୍କ ହାତକୁ ଦିଅନ୍ତୁ ନାହିଁ। ଯଦି ବି ଦେଉଛନ୍ତି, ତେବେ ସେ କ’ଣ କରୁଛନ୍ତି ଦେଖନ୍ତୁ।
୨-ଏହାସହିତ ଆପଣ ‘ପ୍ଲେଷ୍ଟୋର୍’ର ସେଟିଙ୍ଗ୍ କୁ ଯାଇ ପ୍ରୋଟେକ୍ଟର୍ ଦୁଇଟି ଅପ୍ସନ୍ କୁ ଅନ୍ କରିଦିଅନ୍ତୁ।
୩-ଏତଦ୍ବ୍ୟତୀତ ଆପଣ କୌଣସି ବି ପପ୍ଅପ୍ ମେସେଜ୍କୁ ଓପନ୍ କରନ୍ତୁ ନାହିଁ।
୪- ଏଥିସହିତ ଆପଣ ଆପଣଙ୍କ ମୋବାଇଲ୍ ଫୋନ୍ କୁ ‘ନୋ ରୁଟ୍ ଫାୟର୍’ ଆପ୍ରେ ଟ୍ରାକ୍ କରିନିଅନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/1_EoylSzurpTZMElumSRrJeQ.jpeg)