ମୁମ୍ବାଇ: ପୃଥିବୀରେ ବହୁ ପଶୁପକ୍ଷୀ ପ୍ରେମୀ ଅଛନ୍ତି ଯେଉଁମାନେ ସେମାନଙ୍କୁ ଖାଇବାକୁ ଦେବାକୁ ପସନ୍ଦ କରନ୍ତି । କିନ୍ତୁ ପକ୍ଷୀମାନଙ୍କ ପରରେ ଥିବା ଜୀବାଣୁ ଶରୀରରେ ପ୍ରବେଶ କଲେ ମଣିଷ ବିଭିନ୍ନ ପ୍ରକାରର ରୋଗର ଶିକାର ହୋଇଥାଏ।
ଆପଣ ପାରାକୁ ଦାନା ଦେବାକୁ ପସନ୍ଦ କରନ୍ତି କି? ଯଦି ହଁ, ତେବେ ଆପଣଙ୍କୁ ସାବଧାନ ହୋଇଯିବା ଦରକାର । କାରଣ ଏକ ଗବେଷଣାରୁ ଜଣାପଡ଼ିଛି କି ପାରାମାନଙ୍କ ପରରେ ଥିବା ଏକ ପ୍ରକାରର ଜୀବାଣୁ ମଣିଷର ନିଃଶ୍ୱାସ ସଂସ୍ପର୍ଶରେ ଆସିଲେ ମଣିଷର ପିଞ୍ଜରା ହାଡ଼ ସଂକୁଚିତ ହୋଇ ଯାଇଥାଏ, ଯାହାଫଳରେ କି ନିଃଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥାଏ । ଏହି ରୋଗର କିଛି ଚିକିତ୍ସା ନ ଥିବା ବେଳେ କେବଳ ଔଷଧ ଦ୍ୱାରା ହିଁ ମଣିଷକୁ ବଞ୍ଚାଇ ରଖାଯାଇଥାଏ । ହାଇପରସେନ୍ସିଟିଭ୍ ନ୍ୟୁମୋନିଟ୍ସ୍ ନାମକ ଏହି ରୋଗ ପକ୍ଷୀମାନଙ୍କୁ ହୋଇଥିବା ସମୟରେ ସେମାନଙ୍କ ସଂସ୍ପର୍ଶରେ ଆସିଲେ ଏହା ମଣିଷ ଶରୀରକୁ ବ୍ୟାପିଥାଏ । ଏହାର ଜୀବାଣୁ ପକ୍ଷୀମାନଙ୍କ ପର ସହାଯ୍ୟରେ ଚାରିଆଡ଼େ ବ୍ୟାପିଥାଏ ।
ମୁମ୍ବାଇ ଏବଂ ପୁଣେରେ ଏହି ରୋଗରେ ଆକ୍ରାନ୍ତ ରୋଗୀ ଅଧିକ ଦେଖା ଯାଆନ୍ତି । ଏହି ରୋଗରେ ଆକ୍ରାନ୍ତ ହେଲେ ରୋଗୀର ପିଞ୍ଜରା ଛୋଟ ହେବା ସହ ନିଃଶ୍ୱାସ ନେବାରେ ବାଧା ସୃଷ୍ଟି ହୋଇଥାଏ । ଏହି ରୋଗରୁ ବଞ୍ଚିବା ପାଇଁ ଏକ ମାତ୍ରା ଚିକିତ୍ସା ହେଉଛି ପିଞ୍ଜରାକୁ ସ୍ଥାନାନ୍ତର କରାଇ ନୂଆ ଲଗାଇବା ନଚେତ୍ ରୋଗୀଟିର ମୃତ୍ୟ ହୋଇଥାଏ।
ପୁଣେର ଡ଼ାକ୍ତର ଅଭୟଙ୍କରଙ୍କ କହିବା ଅନୁଯାୟୀ, ଏହି ରୋଗରେ ଆକ୍ରାନ୍ତ ରୋଗୀଙ୍କ ପିଞ୍ଜରାର ଆକାର ଛୋଟ ହୋଇଯାଉଥିବାରୁ ଅମ୍ଲଜାନ ଶରୀରକୁ ଠିକ ଭାବେ ପହଞ୍ଚି ପାରି ନ ଥାଏ । ସେଥିପାଇଁ ରୋଗୀକୁ ଭେଣ୍ଟିଲିଟରରେ ରଖିବାକୁ ପଡ଼େ । ତାଙ୍କ କହିବା ଅନୁଯାୟୀ, ପକ୍ଷୀମାନଙ୍କୁ ଏହି ରୋଗ ହୋଇଥିବା ସମୟରେ ସେମାନଙ୍କଠାରୁ ଦୂରରେ ରହିବାଟା ହିଁ ଭଲ । ଏହି ରୋଗର ଚିକିତ୍ସା ଲାଗି ଏ ପର୍ଯ୍ୟନ୍ତ କିଛି ଭଲ ଔଷଧ ମଧ୍ୟ ବାହାରି ନାହିଁ ବୋଲି ସେ କହିଛନ୍ତି ।