ନୂଆଦିଲ୍ଲୀ: ଛତିଶଗଡର କାଙ୍କରରେ ଭାଲୁ ଦେଖାଯିବା ନୂଆ କଥା ନୁହେଁ। ଅନେକ ସମୟରେ ଗାଁରେ ଭାଲୁ ବୁଲୁଥିବାର ଘଟଣା ସାମ୍ନାକୁ ଆସିଛି। କିନ୍ତୁ ଯେତେବେଳେ ସହରରେ ଭାଲୁ ବୁଲୁଥିବା ଘଟଣା ସାମ୍ନାକୁ ଆସେ। ତାହା ଚର୍ଚ୍ଚାରେ ରହିଥାଏ। ଗତ ସୋମବାର ରାତିରେ ଏକ ବିବାହ ମଣ୍ଡପରେ ଭାଲୁ ପ୍ରବେଶ କରିଥିବା ଘଟଣା ସାମ୍ନାକୁ ଆସିଛି। ଏହାର ଏକ ଭିଡିଓ ବି ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି।

Advertisment

ଏହି ଭିଡିଓରେ ଦେଖିବାକୁ ମିଳିଥିଲା ଯେ ଏକ ମାଇ ଭାଲୁ ତାର ଦୁଇ ଛୁଆଙ୍କୁ ଧରି ସିଧାସଳଖ ବିବାହ ମଣ୍ଡପରେ ଯାଇ ପହଞ୍ଚି ଯାଇଥିଲା। ଏ ଦୃଶ୍ୟ ଦେଖି ଲାଗଥିଲା କି ଯେମିତି ଭାଲୁ କୁ ବି ଏହି ବିବାହ ଭୋଜିକୁ ନିମନ୍ତ୍ରଣ କରାଯାଇଥିଲା। ଭାଲୁ ସେଠାରେ ବସି ଏଣେତେଣେ ଚାହିଁଥିଲା। ‌କିଛି ଖାଇବାକୁ ନପାଇ ପାରୁ ଆପଣାଛାଏଁ ସେ ସ୍ଥାନ ଛାଡ଼ି ଚାଲି ଯାଇଥିଲା।

ସହରର ଗ୍ରୀନ୍ ପାମ ଲନରେ ଗତ ସୋମବାର ଏକ ବିବାହ ଉତ୍ସବ ଚାଲିଥିଲା। ବିବାହ ଭୋଜିରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ବାସ୍ନାରେ ନିକଟସ୍ଥ ଜଙ୍ଗଲରେ ଥିବା ଏକ ଭାଲୁ  ତାର ଦୁଇ ଛୁଆଙ୍କୁ ଧରି ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା।

ସୌଭାଗ୍ୟବଶତଃ ଭାଲୁ ପହଞ୍ଚିଲା ବେଳକୁ ବର-କନ୍ୟା ସମେତ ଅତିଥିମାନେ ବି ମଣ୍ଡପ ଛାଡ଼ି ଚାଲି ଯାଇଥିଲେ। ସେଠାରେ କେବଳ ମଣ୍ଡପର କିଛି କର୍ମଚାରୀ ରହିଥିଲେ । ଯେଉଁମାନେ ଭାଲୁକୁ ଦେଖି ଭୟଭୀତ ହୋଇଯାଇଥିଲେ। କିନ୍ତୁ ଭାଲୁ କିଛି ଖାଇବାକୁ ନପାଇ  କିଛି ସମୟ ଭିତରେ ସେଠାରୁ ଚାଲି ଯାଇଥିଲା।