ଦୃଷ୍ଟିହୀନ ହାସଲ କଲେ ପିଏଚ୍‌ଡି ଡିଗ୍ରି, ବନ୍ଧୁମାନଙ୍କୁ ଦେଲେ ଶ୍ରେୟ

ଭିକ୍ଟୋରିଆ: କାନ୍ନାଡାର ଜଣେ ଦୃଷ୍ଟିହୀନ ବ୍ୟକ୍ତି କାନ୍ନାଡା ଭାଷାରେ ପିଏଚ୍‌ଡି ଡିଗ୍ରି ହାସଲ କରିବା ପରେ ଏବେ ସମସ୍ତଙ୍କ ପାଇଁ ଏକ ଉଦାହରଣ ସାଜିଛନ୍ତି। ଏହି ନିଆରା ଦିବ୍ୟାଙ୍ଗ ବ୍ୟକ୍ତି ଜଣକ ହେଉଛନ୍ତି ନାଗ ସେଟ୍ଟୀ(୩୭)। ବାଙ୍ଗାଲୋର ୟୁନିଭରସିଟି ଆୟୋଜିତ ହୋଇଥିବ ୫୩ତମ ସମାରୋହ ଉତ୍ସବରେ ଗୁରବାର ତାଙ୍କୁ ଡାକ୍ତରୀ ସମ୍ମାନରେ ସମ୍ମାନିତ କରାଯାଇଛି। ସେ ‘କୁଭେମ୍ପୁ କାଭ୍ୟାଗଲି ଅର୍ନ୍ତଦୃଷ୍ଟି’ ଉପରେ ଗବେଷଣା କରି ଏହି ଡିଗ୍ରି ହାସଲ କରିଛନ୍ତି।

ଚିନ୍‌କୋଳି ସହର ନିକଟସ୍ଥ ସଲେବିରାନହାଲିର ଏକ ଦୁର୍ଗମ ଗ୍ରାମର ଏହି ଦିବ୍ୟାଙ୍ଗ୍‌ ବ୍ୟକ୍ତି ନାଗ ବର୍ତ୍ତମାନ ଜେସି ନଗରର ଏକ ସରକାରୀ କଲେଜରେ ଅଧ୍ୟାପନା କରୁଛନ୍ତି। ଏହି ସମ୍ମାନ ପାଇବା ପରେ ସେ ନିଜେ ବି ବିଶ୍ୱାସ କରିପାରିନାହାନ୍ତି ଯେ ତାଙ୍କୁ ଡାକ୍ତରୀ ସମ୍ମାନରେ ସମ୍ମାନିତ କରାଯାଇଛି। ସେ ଗୁଲବର୍ଗ ଅନ୍ଧ ସ୍କୁଲ୍‌ରୁ ନିଜର ସ୍କୁଲ୍‌ ଜୀବନ ବିତାଇଛନ୍ତି। ଗ୍ରାଜୁଏସନ୍‌ ପଢ଼ିବା ପାଇଁ ସେ ଗଦଗର ପୁତରାଜ ଗଓ୍ଵାଇ ଆଶ୍ରମରେ ରହିଥିଲେ।

ନିଜର ଏହି ସଫଳତା ପରେ ନାଗ କୁହନ୍ତି, ‘ପାଠ ପଢ଼ିବା ପାଇଁ ମୁଁ ସବୁବେଳେ ମୋ ବନ୍ଧୁମାନଙ୍କ ସାହାଯ୍ୟ ନେଇଥାଏ। ବନ୍ଧୁମାନଙ୍କ ସହାୟତା ପାଇଁ ହିଁ ମୁଁ ମୋ ଗ୍ରାଜୁଏସନ୍‌ ଏବଂ ପିଜି ସଂପୂର୍ଣ୍ଣ କରିପାରିଛି। ସେମାନଙ୍କ ପାଇଁ ମୁଁ ଆଜି ସଫଳ।’ ନାଗା କାନ୍ନାଡ ଭାଷା ଶିଖିବା ପାଇଁ ଲୋକମାନଙ୍କୁ ଉତ୍ସାହିତ କରିବା ସହ ସେ ଅଧ୍ୟାପନା ଜାରି ରଖିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର