ଶେଷ ହିମ ଯୁଗରୁ ତିଷ୍ଠିରହିଥିବା ଇଉରୋପ୍‌ର ପ୍ରାଚୀନ ବିଚ୍‌ ଜଙ୍ଗଲ

ବିଚ୍‌ ପତ୍ର-ଝଡ଼ା ଦେଉଥିବା ବିଶାଳ ବୃକ୍ଷ। ଏସିଆ, ଉତ୍ତର ଆମେରିକା ଓ ଇଉରୋପ୍‌ର ବ୍ୟାପକ ଅଞ୍ଚଳରେ ବିଚ୍‌ ବୃକ୍ଷ ଦେଖାଯାଉଥିଲେ ହେଁ କେବଳ ୟୁରୋପ୍‌ ଅନ୍ତର୍ଗତ ବାରଟି ଦେଶରେ ଥିବା ସୁ-ପ୍ରାଚୀନ ବିଚ୍‌ ଗଛର ଜଙ୍ଗଲକୁ ୨୦୦୭ରେ ବିଶ୍ୱ ଐତିହ୍ୟ ତାଲିକାଭୁକ୍ତ କରାଯାଇଥିଲା। ଏହାର ମୁଖ୍ୟ କାରଣ ଏହି ଜଙ୍ଗଲଗୁଡ଼ିକ ଶେଷ ହିମ ଯୁଗରୁ ତିଷ୍ଠିରହିପାରିଛି।

dissolve.com

ଶେଷ ହିମ ଯୁଗ ସରିବା ବେଳକୁ ଇଉରୋପୀୟ ବିଚ୍‌ ଜଙ୍ଗଲ ଧ୍ୱଂସପ୍ରାୟ ଅବସ୍ଥାକୁ ଆସିଯାଇଥିଲା। ସ୍ଥାନେ ସ୍ଥାନେ ବର୍ତ୍ତିଯାଇଥିବା ଗଛଗୁଡ଼ିକ ଆପେ ସ˚ପ୍ରସାରିତ ହୋଇ, ଜଙ୍ଗଲରେ ପରିଣତ ହୋଇଥିଲେ। ଏହି ଗଛ ପ୍ରତିକୂଳ ପରିସ୍ଥିତିକୁ ସାମନା କରିପାରେ। ତେଣୁ, ସ˚ପ୍ରସାରଣ ଅହରହ ଚାଲିଛି। ଶେଷ ହିମ ଯୁଗରୁ ତିଷ୍ଠିରହିଥିବା ବିଚ୍‌ ଜଙ୍ଗଲଗୁଡ଼ିକ ଆଲ୍‌ବାନିଆ, ଅଷ୍ଟ୍ରିଆ, ବେଲ୍‌ଜିଅମ୍‌, ବୁଲ୍‌ଗେରିଆ, କ୍ରୋଏସିଆ, ଜର୍ମାନି, ଇଟାଲି, ରୋମାନିଆ, ସ୍ଲୋଭାକିଆ, ସ୍ଲୋଭେନିଆ, ସ୍ପେନ୍‌ ଓ ୟୁକ୍ରେନ୍‌ରେ ଅଛି।

ସମ୍ବନ୍ଧିତ ଖବର