ନୂଆଦିଲ୍ଲୀ: ମହୁମାଛିର ନାମ ଆପଣ ନିଶ୍ଚୟ ଶୁଣିଥିବେ। ଏମାନଙ୍କ ବସାକୁ ବି ଆପଣ ଘର, ଅଗଣା, ଗଛ ଆଦିରେ ହୋଇଥିବା ଦେଖିବାକୁ ପାଇଥିଲେ। ମହୁମାଛିଙ୍କ ବସାରୁ ଲୋକେ ମହୁ ବି ସଂଗ୍ରହ କରିଥାଆନ୍ତି। ‌ଆଜିକାଲି ‌ଲୋକେ ମହୁମାଛି ପାଳନ କରି ମହୁ ସଂଗ୍ରହ କରି ଭଲ ଦୁଇପଇସା ରୋଜଗାର ବି କରିପାରୁଛନ୍ତି।

Advertisment

ନିକଟରେ ବାଲେଶ୍ବରରେ ଜଣେ ବ୍ୟକ୍ତି ୨୫ବର୍ଷ ହେବ ମହୁମାଛିକୁ ପୋଷି ରଖିଥିବାର ଏକ ଖବର ସାମ୍ନାକୁ ଆସିଥିଲା। ଏହି କ୍ରମରେ ଦେଖିବାକୁ ଗଲେ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ ହୋଇଛି। ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ଚେହେରାରେ ଦାଢ଼ି ଆକୃତିର ମହୁମାଛି ବସିଥିବା ଦେଖିବାକୁ ମିଳୁଛି। ଏହି ଦୃଶ୍ୟ ଦେଖି ଲୋମମୂଳ ଟାଙ୍କୁରି ଉଠୁଛି।

ବ୍ୟକ୍ତିଙ୍କ ଚେହେରାରେ  ମହୁମାଛି ଭର୍ତ୍ତି ହୋଇଥିବା ବ‌େଳେ ସେ ସ୍ବାଭାବିକ ଭାବେ କଥା ହେଉଥିବା ଭିଡିଓ ଦେଖିବାକୁ ମିଳୁଛି, ଯେମିତି କି ମହୁମାଛି ତାଙ୍କ ବୋଲ ମାନି ରହିଛନ୍ତି।

View this post on Instagram

A post shared by UNREEL (@extremeofficial)

ଏହି ବ୍ୟକ୍ତିଙ୍କ ମହୁମାଛିଙ୍କ ମଧ୍ୟରେ ଏଭଳି ସମ୍ପର୍କ ଦେଖି ବିଭିନ୍ନ ଲୋକ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। କେହିକେହି ପଚାରିଛନ୍ତି, ଗୋଟେ ମହୁମାଛି ଯଦି ମଣିଷକୁ ଆଘାତ ଦିଏ ତ କ’ଣ ଅବସ୍ଥା ହୁଏ, ଯେଉଁମାନେ ଅଙ୍ଗେ ନିଭାଇଛନ୍ତି, ସେମାନେ ହିଁ ଜାଣିଛନ୍ତି। ଏହି ବ୍ୟକ୍ତି କିଭଳି ଭାବେ ଅଗଣିତ ମହୁମାଛିଙ୍କୁ ନିଜ ଚେହେରାରେ ବସାଇ ରଖିଛନ୍ତି ?