ଓଡ଼ିଶା ସରକାର ହେପାଟାଇଟିସ୍ (ବି ଓ ସି)କୁ ଏକ ନୋଟିଫାଏବଲ(ବିଜ୍ଞାପିତ) ରୋଗ ଘୋଷଣା କରିଛନ୍ତି। ରାଜ୍ୟରେ ହେବାଟାଇଟିସ୍-ବି ଓ ହେପାଟାଇଟିସ-ସି ଏକ ବୃହତ ଜନସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିଛି। ଏହା ଏକ ରୋଗ ରକ୍ତବାହୀତ ରୋଗ। ହେପାଟାଇଟିସ୍-ସିକୁ ଠିକ୍ ସମୟରେ ୩ମାସ ପାଇଁ ଚିକିତ୍ସା କରାଗଲେ ତାହା ଭଲ ହୋଇପାରିବ। ମାତ୍ର ହେପାଟାଇଟିସ୍-ବି ପାଇଁ ଜୀବନବ୍ୟାପୀ ଚିକିତ୍ସା ଆବଶ୍ୟକ। ମାତ୍ର ଡାଏଗ୍ନୋସିସ୍ର ଅଭାବ ପାଇଁ ଯକୃତ ନଷ୍ଟ ଓ ହେପାଟୋ ସେଲ୍ୟୁଲାର କାର୍ସିନୋମା ବା ଯକୃତ କର୍କଟ ଦେଖାଦେଉଛି। ହେପାଟାଇଟ୍-ବି ରୋଗ ସମ୍ପର୍କିତ ଆଉ ଏକ ଘଟଣା ଏବେ ସାମ୍ନାକୁ ଆସିଛି। ପ୍ରଖ୍ୟାତ ସଙ୍ଗୀତଜ୍ଞ ବୀେଥାଭେନ୍ ଏହି ରୋଗରେ ଶିକାର ହୋଇଥିଲେ। ବର୍ଷ ବର୍ଷ ଧରି ଗବେଷଣା ପରେ ଏହା ଜଣାପଡ଼ିଛି। ଅର୍ଥାତ୍ ପାଖାପାଖି ୨୦୦ ବର୍ଷ ତଳେ ବି ଏହି ରୋଗର ପ୍ରଭାବ ରହିଥିବା ଏଥିରୁ ସ୍ପଷ୍ଟ ହୋଇଛି।
ପ୍ରଖ୍ୟାତ ସଙ୍ଗୀତଜ୍ଞ ଲୁଦ୍ୱିଗ୍ ଭେନ୍ ବୀଥୋଭେନ୍ ୧୭୭୦ ମସିହାେର ଜର୍ମାନୀର ବନ୍ରେ ଜନ୍ମଗ୍ରହଣ କରିଥିଲେ। େଯଉଁମାନେ ସଙ୍ଗୀତକୁ କେବଳ ମନୋରଞ୍ଜନର ମାଧ୍ୟମ ବୋଲି ମନେକରୁଥିଲେ, ସେ ନିଜ ସଙ୍ଗୀତର ଯାଦୁବଳରେ ସେମାନଙ୍କର ସେହି ଧାରଣାକୁ ବଦଳାଇ ଦେଇଥିଲେ। ୧୮୨୭ ମସିହାରେ ବୀଥୋଭେନ୍ଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁକୁ ନେଇ ଯେଉଁ ରହସ୍ୟ ରହିଥିଲା, ପାଖାପାଖି ୨୦୦ବର୍ଷ ପରେ ତାହା ଉନ୍ମୋଚିତ ହୋଇଛି।
ବୀଥୋଭେନ୍ଙ୍କୁ ଯେତେବେଳେ ୨୦ ବର୍ଷ ବୟସ ହୋଇଥିଲା, ପେଟଯନ୍ତ୍ରଣାଠାରୁ ଆରମ୍ଭ କରି ଡାଇରିଆ ପର୍ଯ୍ୟନ୍ତ ସେ ବହୁ ରେଗରେ ପୀଡ଼ିତ ଥିଲେ। ପରବର୍ତ୍ତୀ ସମୟରେ ତାଙ୍କର ଶ୍ରବଣଶକ୍ତି ଅତିମାତ୍ରାରେ ହ୍ରାସ ପାଇଥିଲା। ଏକଦା ସେ ତାଙ୍କର ପ୍ରିୟ ଡାକ୍ତର ଜୋହାନ୍ନ ଆଦାମ ସ୍କମିଡଟ୍ଙ୍କୁ କହିଥିଲେ ଯେ ତାଙ୍କର ମୃତ୍ୟୁ ପରେ ତାଙ୍କର ରୋଗ ଓ ଚିକିତ୍ସା ସମ୍ପର୍କରେ ସମସ୍ତଙ୍କୁ ଯେମିତି ଅବଗତ କରନ୍ତି। ଦୁର୍ଭାଗ୍ୟକୁ ତାଙ୍କର ମୃତ୍ୟୁପୂର୍ବରୁ ଆରପାରିକି ଚାଲିଯାଇଥିଲେ ଡକ୍ଟର ଜୋହାନ୍ନ। ଫଳରେ, ସ୍ବାଭାବିକ ଭାବେ ତାଙ୍କର ଅନୁରୋଧ ରକ୍ଷାହୋଇ ପାରି ନ ଥିଲା। ବରଂ, ବୀଥୋଭେନ୍ ଆହୁରି ୧୮ ବର୍ଷ ବଞ୍ଚିଥିଲେ। ତେବେ, ବହୁବର୍ଷ ଧରି ବୀଥୋଭେନ୍ଙ୍କ ମୃତ୍ୟୁର କାରଣ ଅଛପା ରହିଥିଲା।
ବୀଥୋଭେନ୍ଙ୍କ ମୃତ୍ୟୁ ପରେ ତାଙ୍କର ସହଯୋଗୀମାନେ ତାଙ୍କର ଗଦା ଗଦା ଚିଠି ପାଇଥିଲେ, ଯାହାକୁ ସେ ନିଜ ଭାଇଙ୍କୁ ଲେଖିଥିଲେ। ସେଥିରେ କିଭଳି ସେ ରୋଗରେ ପୀଡ଼ିତ ହୋଇଥିଲେ, ଯନ୍ତ୍ରଣା ଭୋଗୁଥିଲେ ଏବଂ ଏପରିକି ନର୍କଚକ୍ରରୁ ମୁକ୍ତି ପାଇବା ପାଇଁ ଆତ୍ମହତ୍ୟା କରିବା ପାଇଁ ନିଷ୍ପତ୍ତି ନେଇଥିଲେ; ସେସବୁ ସମ୍ପର୍କରେ ଉଲ୍ଲେଖ କରିଥିଲେ। ପରବର୍ତ୍ତୀ ସମୟରେ ଏହି ଚିଠିଗୁଡ଼ିକ ‘ହେଇଲିଜେନଷ୍ଡାଡ’ ନାମରେ ପରିଚିତ ହୋଇଥିଲା। ବୀଥୋଭେନ୍ଙ୍କ ମୃତ୍ୟୁ ପରେ ପ୍ରଶଂସକମାନେ ତାଙ୍କର କେଶଗୁଚ୍ଛକୁ ଛିଡ଼ାଇ ନେଇଥିଲେ। ମୃତ୍ୟୁର କାରଣ ଖୋଜିବା ପାଇଁ ଏହି କେଶ ସହିତ ତାଙ୍କ ଚିଠି, ଡାଇରି, ଡାକ୍ତରୀ ରିପୋର୍ଟ, ବ୍ୟବେଚ୍ଛଦ ରିପୋର୍ଟ, ମୃତ୍ୟୁର ଢେର୍ବର୍ଷ ପରେ ଅର୍ଥାତ୍ ୧୮୬୩ ମସିହାରେ ତାଙ୍କ କଫିନ ଖୋଳାଯିବା ପରେ ମିଳିଥିବା ହାଡ଼ ଉପରେ ନିର୍ଭର କରିବାକୁ ପଡ଼ିଥିଲା। ଏଥିସହିତ, ପାଥୋଲାବ୍ରୁ ମିଳିଥିବା ଟିସୁକୁ ବି ପରୀକ୍ଷାନିରୀକ୍ଷା କରାଯାଇଥିଲା। ଏହିସବୁ ପରୀକ୍ଷା ପରେ ୨୦୦୭ ମସିହାରେ ଗଠିତ ଗବେଷକ ଟିମ୍ ଦାବି କରିଥିଲେ ଯେ ବିଷଜନିତ କାରଣରୁ ବୀଥୋଭେନ୍ଙ୍କ ମୃତ୍ୟୁ ଘଟିଛି। ସେମାନେ ଆହୁରି ବିଶ୍ବାସ କରୁଥିଲେ ଯେ ତାଙ୍କର ଡାକ୍ତର ତାଙ୍କୁ ମାରିଦେଇଛନ୍ତି।
ମାତ୍ର, ଏବେ ତାଙ୍କର ମୃତ୍ୟୁର ରହସ୍ୟ ଉନ୍ମୋଚିତ ହୋଇଛି। ତାଙ୍କ କେଶରୁ ସଂଗୃହୀତ ଜିନୋମ୍ ଅନୁକ୍ରମକୁ ପରୀକ୍ଷାନିରୀକ୍ଷା କରିବାପରେ ଗବେଷକମାାନେ ମତ ଦେଇଛନ୍ତି ଯେ, ବୀଥୋଭେନ୍ ଯକୃତଜନିତ ରୋଗରେ ପୀଡ଼ିତ ଥିଲେ ଏବଂ ହେପାଟାଇଟିସ୍-ବିର ଶିକାର ହୋଇଥିଲେ। ଏହି ରୋଗ ସହିତ ମଦ୍ୟପାନ ଯୋଗୁ ୫୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ‘କରେଣ୍ଟ ବାଇଓଲୋଜି’ ନାମକ ପତ୍ରିକାରେ ପ୍ରକାଶିତ ଏକ ଲେଖାରୁ ହିଁ ଏହା ଜଣାପଡ଼ିଛି। କେମ୍ରିଜ୍ ବିଶ୍ବବିଦ୍ୟାଳୟ, ବୀଥୋଭେନ୍ ଷ୍ଟଡିଜ୍ ପାଇଁ ଥିବା ଇରା ଏଫ୍. ବ୍ରିଲିଆଣ୍ଟ ସେଣ୍ଟର୍, ଆମେରିକୀୟ ବୀଥୋଭେନ୍ ସୋସାଇଟ୍, ବନ୍ ୟୁନିଭର୍ସିଟି ପ୍ରଭୃତିର ମିଳିତ ପ୍ରଚେଷ୍ଟାରେ ଏହି ଗବେଷଣା ଚାଲିଥିଲା। ଏହି ଗବେଷକ ଟିମ୍ ବୀଥୋଭେନ୍ଙ୍କ ୮ଟି କେଶ ନମୁନାକୁ ନେଇ ଏହି ଗବେଷଣା କରିଥିଲେ, ଯାହାକି ବ୍ରିଟେନ, ଇଉରୋପ ଓ ଯୁକ୍ତରାଷ୍ଟ୍ର ଆମେରିକାର ବିଭିନ୍ନ ଲୋକଙ୍କଠାରୁ ସଂଗୃହୀତ ହୋଇଥିଲା। ଏହି ଟିମ୍ ମଧ୍ୟ ବୀଥୋଭେନ୍ଙ୍କ ଗ୍ୟାସ୍ଜନିତ କାରଣ ଓ ଯକୃତ ରୋଗ ପଛରେ ତାଙ୍କର ଅନୁବଂଶୀୟ କାରଣକୁ ବି ଖୋଜିଥିଲେ, ଯାହାକି ତାଙ୍କ ମୃତ୍ୟୁର କାରଣ ହୋଇଥିଲା। ଶେଷରେ, ଉପନୀତ ହୋଇଥିଲେ ଯେ ତାଙ୍କର ଗୁରୁତର ଯକୃତଜନିତ ରୋଗ ପଛରେ କାରଣ ହେଉଛି ହେପାଟାଇଟିସ୍-ବି। ଏହା ବି ତାଙ୍କ ମୃତ୍ୟୁର କାରଣ।